ଶିମିଳିପାଳ ସୁରକ୍ଷାରେ ଜନଜାତିଙ୍କ ଭୂମିକା

The Sakala Picture
Published On

ଶିମିଳିପାଳ ଜୈବ ମଣ୍ଡଳ ଏହାର ବିବିଧତା ସକାଶେ ସାରା ଭାରତରେ ଏକ ପ୍ରମୁଖ ସ୍ଥାନ ଅଧିକାର କରେ। ୨୭୫୦ ବର୍ଗ କିଲୋମିଟର ବ୍ୟାପୀ ପ୍ରକୃତିର ଏହି ଗନ୍ତାଘର ବିଭିନ୍ନ ପଶୁ-ପକ୍ଷୀ, ବୃକ୍ଷ-ଲତା, ଗୁଳ୍ମ, କୀଟ-ପତଙ୍ଗଙ୍କୁ ତା’ କୋଳରେ ଆଶ୍ରୟ ପ୍ରଦାନ କରିଛି। ଏଠାରେ ୧୦୭୬ ପ୍ରଜାତିର ବୃକ୍ଷରାଜି, ୯୪ ପ୍ରଜାତିର ଅର୍ଚିଡ, ୫୫ ପ୍ରଜାତିର ସ୍ତନପାୟୀ ପ୍ରାଣୀ, ୩୬୧ ପ୍ରଜାତିର ପକ୍ଷୀ ଓ ୧୬୪ ପ୍ରଜାତିର ପ୍ରଜାପତି ସହ ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦ ଦେଖା ଯାଇଥା’ନ୍ତି। […]

ଶିମିଳିପାଳ ଜୈବ ମଣ୍ଡଳ ଏହାର ବିବିଧତା ସକାଶେ ସାରା ଭାରତରେ ଏକ ପ୍ରମୁଖ ସ୍ଥାନ ଅଧିକାର କରେ। ୨୭୫୦ ବର୍ଗ କିଲୋମିଟର ବ୍ୟାପୀ ପ୍ରକୃତିର ଏହି ଗନ୍ତାଘର ବିଭିନ୍ନ ପଶୁ-ପକ୍ଷୀ, ବୃକ୍ଷ-ଲତା, ଗୁଳ୍ମ, କୀଟ-ପତଙ୍ଗଙ୍କୁ ତା’ କୋଳରେ ଆଶ୍ରୟ ପ୍ରଦାନ କରିଛି। ଏଠାରେ ୧୦୭୬ ପ୍ରଜାତିର ବୃକ୍ଷରାଜି, ୯୪ ପ୍ରଜାତିର ଅର୍ଚିଡ, ୫୫ ପ୍ରଜାତିର ସ୍ତନପାୟୀ ପ୍ରାଣୀ, ୩୬୧ ପ୍ରଜାତିର ପକ୍ଷୀ ଓ ୧୬୪ ପ୍ରଜାତିର ପ୍ରଜାପତି ସହ ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦ ଦେଖା ଯାଇଥା’ନ୍ତି। ଏମାନଙ୍କ ମଧ୍ୟରେ ରୟାଲ ବେଙ୍ଗଲ ଟାଇଗର, ଏସୀୟ ପ୍ରଜାତି ହସ୍ତୀ, ବଣୁଆ ବିରାଡ଼ି, ବଣମଇଁଷି, ଲୁପ୍ତପ୍ରାୟ ବିଭିନ୍ନ ଲତା, ବୃକ୍ଷ ଅନ୍ତର୍ଭୁକ୍ତ।

ସମ୍ପ୍ରତି ଜନସଂଖ୍ୟା ବିସ୍ଫୋରଣ ଏବଂ ଜଳବାଯୁ ପରିବର୍ତ୍ତନର କୁପ୍ରଭାବ ଏହି ଜୈବମଣ୍ଡଳ ଉପରେ ବିଶେଷ ପ୍ରଭାବ ପକାଉଛି। କେତେକ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ନିର୍ଝରିଣୀଗୁଡ଼ିକ ପୂର୍ବବତ ଚିରସ୍ରୋତା ହୋଇ ରହୁନାହି। ଏଗୁଡ଼ିକର ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମମାନ ପରିଚାଳନା କରାଯାଉଛି। କେତେକ ବେସରକାରୀ ସଂସ୍ଥା ଓ ପରିବେଶବିତ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। କିନ୍ତୁ ସ୍ଥାନୀୟ ଅଧିବାସୀଙ୍କ ସମ୍ପୃକ୍ତି ବିନା ଶିମିଳିପାଳର ସମ୍ପୂର୍ଣ ସୁରକ୍ଷା କଦାପି ସମ୍ଭବ ନୁହେଁ।

ଶିମିଳିପାଳ ବନାଞ୍ଚଳ ଏବଂ ଏହାର ପାଦଦେଶରେ ଅନେକ ଜନଜାତି ଆଦିମ କାଳରୁ ବସବାସ କରୁଛନ୍ତି। ବିଭିନ୍ନ ସମୟରେ ଜଙ୍ଗଲକ୍ଷୟ ଓ ପଶୁପକ୍ଷୀ ହ୍ରାସ ନିମନ୍ତେ ଏମାନଙ୍କୁ ପରୋକ୍ଷରେ ଦାୟୀ କରାଯାଇଥାଏ। ପରନ୍ତୁ ଶିମିଳିପାଳକୁ ବାସ୍ତବରେ ସ୍ଥାନୀୟ ଜନଜାତି ଯଥା ସାନ୍ତାଳ, ହୋ, ମୁଣ୍ଡା, କଲହୋମାହାଲି, ଖଡ଼ିଆ, ଭୂୟାଁ, ବାଥୁଡି, ବିରହୋଳ ଇତ୍ୟାଦିମାନେ ହିଁ ସଂରକ୍ଷଣ କରିବାରେ ମୁଖ୍ୟଭୂମିକା ଗ୍ରହଣ କରୁଛନ୍ତି। ସେମାନେ ପାରମ୍ପରିକ ଜ୍ଞାନକୌଶଳ ଦ୍ୱାରା ପରିବେଶ ସହ ଓତପ୍ରୋତ ଭାବେ ଜଡ଼ିତ ଅଛନ୍ତି ଏବଂ ପରିବେଶକୁ ସୁରକ୍ଷିତ ରଖିବାରେ କେକେତାଂଶରେ ସଫଳତା ଲାଭ କରିଛନ୍ତି।

ଶିମିଳିପାଳ ଆଖପାଖରେ ବସତି ସ୍ଥାପନ କରିଥିବା ଜନଜାତି ସମୂହ ଜଙ୍ଗଲକୁ ପବିତ୍ର ତଥା ପୂଜ୍ୟ ବସ୍ତୁ ଭାବେ ଗ୍ରହଣ କରନ୍ତି। ସେମାନଙ୍କ ଧର୍ମ-ପରମ୍ପରା, ସାହିତ୍ୟସଂସ୍କୃତି, ରୀତିନୀତି, ଖାଦ୍ୟପେୟ, ପର୍ବପର୍ବାଣି ଇତ୍ୟାଦି ସହିତ ଶିମିଳିପାଳର ସମ୍ୱନ୍ଧ ଅତୁଟ ରହିଛି। ଅନ୍ୟ ବ୍ୟବସାୟୀ ଗୋଷ୍ଠୀ ଭଳି ଜଙ୍ଗଲକୁ ଲାଭଦାୟକ ଉତ୍ସ ଭାବେ ବ୍ୟବହାର ନ କରି ସେମାନେ ତା’କୁ ଯୋଗାଣକାରୀ ଏବଂ ରକ୍ଷାକର୍ତ୍ତା ଭାବେ ଗ୍ରହଣ କରନ୍ତି। ସୁତରାଂ, ଏହାର ସୁରକ୍ଷା ପ୍ରତି ଜନଜାତିମାନେ ସଦା ସଚେତନ ଓ ସମର୍ପିତ ଥା’ନ୍ତି।

ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ଚିରସବୁଜ ରଖିବା ସକାଶେ ଜନଜାତିମାନେ ସୀମିତ ପରିମାଣ ହିଁ ବ୍ୟବହାର କରନ୍ତି। ‘ଜାହେର ଗାଳ’, ‘ଦେବସ୍ଥଳୀ’ ଇତ୍ୟାଦି ଅଞ୍ଚଳରୁ ବୃକ୍ଷଛେଦନ, ପତ୍ରସଂଗ୍ରହ ଓ ଶିକାର ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ। ‘ସାନ୍ତାଳ’, ‘କଲହୋ’, ‘ମୁଣ୍ଡା’ ଓ ‘ମାଲହେ’ ମାନେ ମାଘ ଓ ଆଷାଢ଼ ମାସର ଏକ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଜୀବିତ ବୃକ୍ଷକଟାକୁ ଜୀବହତ୍ୟା ସହ ତୁଳନା କରନ୍ତି। ଫଗୁଣ ମାସ ନୂତନ ଫୁଲଫଳ ଦେବାଦେବୀଙ୍କୁ ଅର୍ପଣ ବିନା ଜଙ୍ଗଲ ପ୍ରବେଶକୁ ଅପରାଧ ବୋଲି ବିବେଚନା କରନ୍ତି। ଜୀବଜନ୍ତୁ ହ୍ରାସ ଫଳରେ ପ୍ରଚଳିତ ପାରମ୍ପରିକ ତିନିଦିନ ବ୍ୟାପୀ ଧାର୍ମିକଶିକାର ପର୍ବକୁ ମଧ୍ୟ ପ୍ରତୀକାତ୍ମକ ରୂପେ ପାଳନ କରୁଛନ୍ତି।

ଏବେ ପ୍ରତିବର୍ଷ ଶିମିଳିପାଳ ଜଙ୍ଗଲରେ ନିଅାଁ ଲାଗିବା ଦ୍ୱାରା ପ୍ରଭୂତ ପରିମାଣରେ କ୍ଷୟକ୍ଷତି ଘଟୁଛି। ଜନଜାତିମାନେ ବୃହତ ଜଙ୍ଗଲ ନିଅାଁକୁ ଆୟତ୍ତ କରିବା ସକାଶେ ଅଗ୍ନିରେଖା ବିଚ୍ୟୁତି ଏବଂ ନିୟନ୍ତ୍ରିତ ଅଗ୍ନି ସଂଯୋଗ ପଦ୍ଧତି ଅବଲମ୍ୱନ କରିଥା’ନ୍ତି। ଅବାଧ ବୃକ୍ଷଛେଦନକୁ ସେମାନେ ପ୍ରବଳ ବିରାଧ କରନ୍ତି। ସେମାନଙ୍କ ବିଶ୍ୱାସ ଅଛି ଯେ, ଅବାଧ ଜଙ୍ଗଲ କଟା ଦ୍ୱାରା ଜଙ୍ଗଲ ଦେବତା ରୁଷ୍ଟ ହୁଅନ୍ତି ଏବଂ ମରୁଡ଼ି ଓ ବିଭିନ୍ନ ରୋଗ ସୃଷ୍ଟି କରନ୍ତି। ଶିମିଳିପାଳ ପରିସୀମାରେ ଥିବା ଜନଜାତି ହେଉଛନ୍ତି ପାରମ୍ପରିକ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ରେଞ୍ଜର। ବେନିୟମ ଗଛକଟା ଓ ଶିକାରର ସୁରାକ ମିଳିଲେ ସେମାନେ ଜଙ୍ଗଲ ଅଧିକାରୀଙ୍କୁ ସେ ସମ୍ପର୍କରେ ଅବଗତ କରାଇଥା’ନ୍ତି। ପୋଡୁ ଚାଷ ସାଧାରଣତଃ ଶିମିଳିପାଳ ଅଞ୍ଚଳରେ ଅଧÒକ ପରିମାଣରେ ଦୃଷ୍ଟିଗୋଚର ହୁଏ ନାହିଁ। ଜନଜାତିମାନେ ଏହି ଅଞ୍ଚଳରେ ପରିବେଶ ଅନୁକୂଳ କୃଷି ଓ ଜଳ ଅମଳ ପଦ୍ଧତି ଅନୁସରଣ କରି କେବଳ ନିଜସ୍ୱ ଉପଯୋଗ ନିମନ୍ତେ ଖାଦ୍ୟଶସ୍ୟ ଅମଳ କରନ୍ତି। ଆଜିକାଲି କେତେକ ଜନଜାତି ଜୈବ-ପର୍ଯଟନ ଓ ଜୈବିକ କୃଷି ଆପଣାଉଛନ୍ତି। ଏତଦ୍ୱାରା ପରିବେଶ ଉପରେ ଚାପ ମଧ୍ୟ ହ୍ରାସ ପାଉଛି।

ଶିମିଳିପାଳ ସୁରକ୍ଷା ଦିଗରେ ଜନଜାତିଙ୍କ ଉଲ୍ଲେଖନୀୟ ଅବଦାନ ଥିଲେ ମଧ୍ୟ ସେମାନେ ଅନ୍ୟାନ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ଜମିର ମୂଳବାସିନ୍ଦା ହେଉଛନ୍ତି ସ୍ଥାନୀୟ ଜନଜାତି ସମୂହ। ସେମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ ଜମି ପ୍ରମାଣପତ୍ର ଅଭାବ ଯୋଗୁଁଁ ବାସସ୍ଥାନରୁ ବିସ୍ଥାପନ ହେବାର ଆଶଙ୍କା ସେମାନଙ୍କୁ ଆତଙ୍କିତ କରିଥାଏ। ଭୂମଣ୍ଡଳୀକରଣ ଓ ସ୍ଥାନାନ୍ତର ପ୍ରଭାବରେ ଜନଜାତିଙ୍କ ନୂତନ ପିଢ଼ି ପାରମ୍ପରିକ ଜ୍ଞାନକୌଶଳ ଆପଣେଇବାକୁ କୁଣ୍ଠାବୋଧ କରୁଛନ୍ତି। ସ୍ଥଳବିଶେଷରେ ଜଙ୍ଗଲଜାତ ଦ୍ରବ୍ୟର ମାଲିକାନା ଏବଂ ବ୍ୟବହାରକୁ ନେଇ ଜଙ୍ଗଲ ଅଧିକାରୀମାନଙ୍କ ସହିତ ଜନଜାତିମାନେ ମୁହାଁମୁହିଁ ହେଉଛନ୍ତି। ସେମାନଙ୍କ ସରଳତାର ସୁଯୋଗ ନେଇ ଜଙ୍ଗଲ ସମନ୍ଧୀୟ ଅପରାଧମାନ କରିବାକୁ କେତେକ ଅସମାଜିକ ଲୋକ ପ୍ରବର୍ତ୍ତାଉଥିବା ଅଭିଯୋଗ ହେଉଛି।

ଅବଶେଷରେ ଏତିକି କହିହେବ ଯେ, ଶିମିଳିପାଳର ସୁରକ୍ଷାରେ ସ୍ଥାନୀୟ ଜନଜାତିଙ୍କ ଭୂମିକାକୁ ଆଦୌ ଗୌଣ କରିହେବ ନାହିଁ। ସରକାରୀ ଓ ବେସରକାରୀ ସଂସ୍ଥା ସେମାନଙ୍କ ଜଙ୍ଗଲ ସୁରକ୍ଷା କାର୍ଯକ୍ରମରେ ସ୍ଥାନୀୟ ଜନଜାତିଙ୍କୁ ସାମିଲ କରିବା ଉଚିତ। ଜଙ୍ଗଲ ସୁରକ୍ଷା କମିଟି ଓ ବନ ସୁରକ୍ଷା ସମିତିଗୁଡ଼ିକରେ ଜନଜାତି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ। ଜୈବ ବିକାଶ କାର୍ଯକ୍ରମ ମାଧ୍ୟମରେ ଜନଜାତିଙ୍କ ବିକଳ୍ପ ଜୀବିକା ସନ୍ଧାନ କରି ଜଙ୍ଗଲ ଉପରେ ମାନବିକ ଚାପକୁ ହ୍ରାସ କରାଯାଇ ପାରିବ। ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ବିନା ଶିମିଳିପାଳର ସୁରକ୍ଷା ଚିନ୍ତା କରିବା ଅସମ୍ଭବ। ସେମାନଙ୍କ ପାରମ୍ପରିକ ଜ୍ଞାନକୌଶଳ, ପରିବେଶ ଅନୁକୂଳ କୃଷି ପଦ୍ଧତି ଏବଂ ବୃକ୍ଷ, ପଶୁପକ୍ଷୀ ଓ ଜଙ୍ଗଲ ପ୍ରତି ସମ୍ମାନବୋଧ ସେମାନଙ୍କୁ ଶିମିଳିପାଳର ମୂଳ ସିପାହୀ ରୂପେ ପ୍ରମାଣିତ କରେ। ତେଣୁ ଶିମିଳିପାଳ ସୁରକ୍ଷାରେ ଜନଜାତିଙ୍କୁ ଜ୍ଞାନ ସହଯୋଗୀ ରୂପେ ନେଇ, ସଶକ୍ତୀକରଣ କରି, ସେମାନଙ୍କ ଜୀବନ ଓ ଜୀବିକାକୁ ନିଶ୍ଚିତ କରିବା ସହ ମନୁଷ୍ୟର ଆବଶ୍ୟକତା ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଲେ ଆହୁରି ଶିମିଳିପାଳ ଚିରସବୁଜ ଓ ସୁନ୍ଦର ହୋଇ ରହିଥିବ।

ରଘୁନାଥ ଟୁଡୁ

ତହସିଲଦାର, ବାଂଗିରିପୋଷି
ମୋ: ୯୪୩୮୫୧୦୭୯୩

07 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର