ମାତୃଭାଷାରେ ଗୁଣାତ୍ମକ ଶିକ୍ଷା

The Sakala Picture
Published On

ପିଲାଟିଏ ଜନ୍ମ ହେଲେ ପିତାମାତା, ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନମାନଙ୍କର ପ୍ରଥମେ ଗୋଟିଏ ବିଷୟରେ ଆଲୋଚନା ହୋଇଥାଏ – ପିଲା କେଉଁ ମିଡିୟମ ବା ମାଧ୍ୟମରେ ଶିକ୍ଷାଲାଭ କରିବ। ଅର୍ଥାତ୍‌‌ ଓଡ଼ିଆ ସ୍କୁଲ୍‌‌ରେ ନା ଇଂରାଜୀ ମାଧ୍ୟମ ସ୍କୁଲ୍‌‌ରେ। ବିଶେଷତଃ ବାପା ମା’ମାନେ ପିଲାର ଜ୍ଞାନ ଓ ଧୀମତ୍ତାକୁ ଦେଖି ଶିକ୍ଷାଦାନର ମାଧ୍ୟମକୁ ଗୁରୁତ୍ୱ ଦେଇ ତଦନୁଯାୟୀ ବିଦ୍ୟାଳୟ ଅନ୍ୱେଷଣ କରିଥା’ନ୍ତି। କିନ୍ତୁ ଏବେ ଅଧିକାଂଶ ପିତାମାତା ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନକୁ ଅଧିକ ପସନ୍ଦ କରୁଛନ୍ତି। […]

ପିଲାଟିଏ ଜନ୍ମ ହେଲେ ପିତାମାତା, ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନମାନଙ୍କର ପ୍ରଥମେ ଗୋଟିଏ ବିଷୟରେ ଆଲୋଚନା ହୋଇଥାଏ – ପିଲା କେଉଁ ମିଡିୟମ ବା ମାଧ୍ୟମରେ ଶିକ୍ଷାଲାଭ କରିବ। ଅର୍ଥାତ୍‌‌ ଓଡ଼ିଆ ସ୍କୁଲ୍‌‌ରେ ନା ଇଂରାଜୀ ମାଧ୍ୟମ ସ୍କୁଲ୍‌‌ରେ। ବିଶେଷତଃ ବାପା ମା’ମାନେ ପିଲାର ଜ୍ଞାନ ଓ ଧୀମତ୍ତାକୁ ଦେଖି ଶିକ୍ଷାଦାନର ମାଧ୍ୟମକୁ ଗୁରୁତ୍ୱ ଦେଇ ତଦନୁଯାୟୀ ବିଦ୍ୟାଳୟ ଅନ୍ୱେଷଣ କରିଥା’ନ୍ତି। କିନ୍ତୁ ଏବେ ଅଧିକାଂଶ ପିତାମାତା ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଘରୁ ଦୂରରେ ଇଂରାଜୀ ମାଧ୍ୟମ ସ୍କୁଲ୍‌‌ ଥିଲେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହୋଇ ପିଲାମାନଙ୍କୁ ସେଠାକୁ ପଠାଇ ଆତ୍ମସନ୍ତୋଷ ଲାଭ କରଥା’ନ୍ତି। ଉକ୍ତ ପିତାମାତାଙ୍କର ଗୋଟିଏ ଆକଳନ ଥାଏ ଯେ ଆମ ପିଲା ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରିବାର ଅର୍ଥ ନିଜ ଅଞ୍ଚଳରେ ନିଜ ଭାଷାରେ ଶିକ୍ଷା ଲାଭ କରୁଥିବା ପିଲାମାନଙ୍କଠାରୁ ଅଧିକ ମେଧାବୀ ଓ ଜ୍ଞାନୀ। ଉକ୍ତ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନରେ ପିତାମାତା ମାସକୁ ଦଶ/କୋଡ଼ିଏ ହଜାର ବା ତା’ଠାରୁ ଅଧିକ ଅର୍ଥ ଦେଉଥିବା ବେଳେ ଆଞ୍ଚଳିକ ଭାଷାରେ ବାସଗୃହ ନିକଟରେ ଥିବା ଶିକ୍ଷାନୁଷ୍ଠାନରେ ଦଶକୋଡ଼ିଏ ଟଙ୍କା ବା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ଶିକ୍ଷାକୁ ପସନ୍ଦ କରି ନଥିବା ଦେଖାଯାଉଛି। ଏହି ପୃଷ୍ଠଭୂମିରେ ପ୍ରଶ୍ନ ଉଠେ, ଶିକ୍ଷାର ମାନ କ’ଣ ସତରେ ଶିକ୍ଷାଦାନର ମାଧ୍ୟମ ଉପରେ ନିର୍ଭରଶୀଳ? ଭାଷା ସମସ୍ତ ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟକଳାପର କେନ୍ଦ୍ରରେ ରହିଛି। କାରଣ ଏହା ହେଉଛି ଜ୍ଞାନର ରୂପାନ୍ତର ପାଇଁ ମୁଖ୍ୟ ଉତ୍ସ ଓ ମାଧ୍ୟମ। ଯେକୌଣସି ସ୍ତରରେ ଶିକ୍ଷାଦାନ ପାଇଁ ଭାଷା ବ୍ୟବହାରକୁ ମାଧ୍ୟମ ନିର୍ଦ୍ଦେଶନାମା କୁହାଯାଏ। ଭାରତରେ ଶିକ୍ଷାର ମାଧ୍ୟମ ଇଂରାଜୀ, ହିନ୍ଦୀ ଓ ସମ୍ପୃକ୍ତ ରାଜ୍ୟର ସରକାରୀ ଭାଷା ଜରିଆରେ ହୋଇଥାଏ। ବେସରକାରୀ ବିଦ୍ୟାଳୟଗୁଡ଼ିକ ସାଧାରଣତଃ ଇଂରାଜୀ ଭାଷାକୁ ଶିକ୍ଷାଦାନର ମାଧ୍ୟମ ଭାବେ ପସନ୍ଦ କରନ୍ତି। ଅପରପକ୍ଷରେ ପିଲାର ପ୍ରଥମ ଭାଷା ବା ମାତୃଭାଷାର ଦକ୍ଷତା ମାଧ୍ୟମରେ ହିଁ ପଢ଼଼ିବା, ଲେଖିବା ଓ ସଂଖ୍ୟାକରଣର ମୌଳିକ ଶୈଳୀ ହାସଲ ହୁଏ।

ଶିକ୍ଷାଦାନର ମାଧ୍ୟମକୁ ବିଚାର କରିବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଜାଣିବା ଅତ୍ୟନ୍ତ ଆବଶ୍ୟକ। ମଣିଷର ବୌଦ୍ଧିକ ଶକ୍ତି ଓ ଜ୍ଞାନଗରିମାକୁ ବୃଦ୍ଧି କରିବା ଓ ସଠିକ୍‌‌ ଦିଗରେ ବ୍ୟବହାର କରିବାର କ୍ଷମତା ହେଉଛି ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ। ଏହି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ପୂରଣ କେବଳ ଯେକୌଣସି ଦେଶର ଶିକ୍ଷା ବ୍ୟବସ୍ଥା ଦ୍ୱାରା କରାଯାଇପାରିବ ଯଦି ଶିକ୍ଷାଦାନର ମାଧ୍ୟମ ମାତୃଭାଷା କିମ୍ୱା ଆଞ୍ଚଳିକ ଭାଷା ହୁଏ। ଏହା ହେଲେ ଶିକ୍ଷାର୍ଥୀ ଠିକ୍‌‌ ଭାବରେ ପାଠ ବୁଝି ପାରିବ। ପ୍ରାଚୀନ ଭାରତରେ ଗୁରୁକୁଳ ଶିକ୍ଷା ଗୋଟିଏ ଘରେ ଗୁରୁଙ୍କ ସହ ହେଉଥିଲା। ନାଳନ୍ଦାରେ ବିଶ୍ୱର ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଭାରତୀୟ ଜ୍ଞାନ ପ୍ରଣାଳୀ ପ୍ରତି ଆକର୍ଷିତ ହେଉଥିଲେ। ସ୍ୱାଧୀନତା ପରେ ଧୀରେ ଧୀରେ ସଭ୍ୟତାର ଅଗ୍ରଗତି ସହିତ ମଣିଷର ଆଧୁନିକ ଜୀବନଶୈଳୀ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନର ମୋହରେ କବଳିତ ହେବାକୁ ଲାଗିଲା। ଜ୍ଞାନ ସବୁବେଳେ ସ୍ୱାଭିମାନକୁ ସମ୍ମାନ ଦେଇଥାଏ, ଆଭିଜାତ୍ୟର ଅହଙ୍କାରକୁ ଘୃଣା କରିଥାଏ। ମାତୃଭାଷାର ଶିକ୍ଷାଦାନକୁ ହେୟ ମନେ କରି ଇଂରାଜୀ ମାଧ୍ୟମରେ ଶିକ୍ଷାଦାନର ଅହମିକା ଯେ ମାନସିକ ଦାସତ୍ୱର ପରିଚୟ, ଏହା କହିହଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରାରମ୍ଭିକ ଶିକ୍ଷା ନିର୍ଦ୍ଦିଷ୍ଟ ଅଞ୍ଚଳର ମୁଖ୍ୟ ମାତୃଭାଷାରେ ହେବା ଉଚିତ୍‌‌ ଓ ପରେ ଅଷ୍ଟମରୁ ଇଂରାଜୀ ମାଧ୍ୟମର ଶିକ୍ଷାଦାନର ଅଧ୍ୟୟନ ଆରମ୍ଭ ଇଚ୍ଛାଧୀନ ହୋଇପାରେ। ଉଚ୍ଚ ଶିକ୍ଷା ପାଇଁ ଯେକୌଣସି ଭାଷା ମାଧ୍ୟମ ଭାବରେ ଗ୍ରହଣ କରାଯାଇପାରେ। ତେଣୁ ସମ୍ୱିଧାନ ଅନୁମୋଦିତ ସର୍ବୋତ୍ତମ କଥିତ ଭାଷାରେ ଶିକ୍ଷାଦାନକୁ ନ୍ୟୂନ ମନେକରିବା ଉଚିତ ନୁହେଁ। ଭାରତରେ ଶିକ୍ଷା ମୁଖ୍ୟତଃ ରାଷ୍ଟ୍ରାୟତ୍ତ ସର୍ବଶିକ୍ଷା ବ୍ୟବସ୍ଥା ଦ୍ୱାରା ପରିଚାଳିତ, ଯାହା କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ଏପରି ତିନିଟି ସ୍ତରରେ ସରକାରଙ୍କ ଅଧୀନରେ ଥାଏ। ଭାରତୀୟ ସମ୍ୱିଧାନ ଶିଶୁମାନଙ୍କର ଶିକ୍ଷା ଅଧିକାର ଅଧିନିୟମ -୨୦୦୯ରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ମୌଳିକ ଅଧିକାର ଭାବରେ ପ୍ରଦାନ କରାଯାଇଛି। ୧୯୭୬ ମସିହା ପର୍ଯ୍ୟନ୍ତ ଭାରତୀୟ ସମ୍ୱିଧାନ ଅନୁଯାୟୀ ବିଦ୍ୟାଳୟ ଶିକ୍ଷା ରାଜ୍ୟ ବିଷୟାଧିକାର ଥିଲା ଓ ଶିକ୍ଷା ନୀତି ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ୧୯୭୬ ମସିହାରେ ଭାରତର ସମ୍ୱିଧାନର ୪୨ ତମ ସଂଶୋଧନ ପାରିତ ହେବା ପରେ ଶିକ୍ଷାବ୍ୟବସ୍ଥା କେନ୍ଦ୍ର ସରକାର ଶିକ୍ଷା ନୀତି ତଥା କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ପରିଚାଳିତ ହେଲା ଏବଂ ରାଜ୍ୟମାନେ କେବଳ ଏହି କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବାର ଅଧିକାର ପାଇଲେ। ୨୦୦୫-୬ ମସିହାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଥିବା ୮୩.୧୩ ପ୍ରତିଶତ ବିଦ୍ୟାଳୟ ସରକାରଙ୍କ ଦ୍ୱାରା ଏବଂ ୧୬.୮୬ ପ୍ରତିଶତ ବିଦ୍ୟାଳୟ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା।

ଜାତୀୟ ପରିସଂଖ୍ୟାନ ଆୟୋଗ ଅନୁସାରେ ଭାରତରେ ଜାତୀୟ ସାକ୍ଷରତା ହାର ୨୦୧୭-୧୮ ରେ ୭୭.୭ ପ୍ରତିଶତ, ପୁରୁଷଙ୍କ କ୍ଷେତ୍ରରେ ୮୪.୭ ପ୍ରତିଶତ ଓ ମହିଳାଙ୍କ କ୍ଷେତ୍ରରେ ୭୦.୩ ପ୍ରତିଶତ। ୧୯୮୧ରେ ଏହି ହାର ଥିଲା ଯଥାକ୍ରମେ ୪୧ ପ୍ରତିଶତ, ୫୩ ପ୍ରତିଶତ ଓ ୨୯ ପ୍ରତିଶତ। ସେହିପରି ୧୯୫୧ ମସିହାରେ ଏହି ହାର ଯଥାକ୍ରମେ ୧୮ ପ୍ରତିଶତ, ୨୭ ପ୍ରତିଶତ ଓ ୯ ପ୍ରତିଶତ ଥିଲା। ଶିକ୍ଷାର ଅର୍ଥ ନୁହେଁ କେବଳ ଦସ୍ତଖତ କରିବା ବା ଶିକ୍ଷିତ ତାଲିକାରେ ଅନ୍ତର୍ଭୁକ୍ତ ହେବା। ଶିକ୍ଷାରୁ ଜ୍ଞାନର ଉତ୍ପତ୍ତି। ମାତ୍ର ଜ୍ଞାନକୁ ପରିଚାଳନା କରିବାକୁ ହେଲେ ମଣିଷ ନିଶ୍ଚିତ ଭାବରେ ଜ୍ଞାନର ଗଭୀରତାକୁ ବିଶ୍ଳେଷଣ କରିବା ଉଚିତ, ଯାହା ଶିକ୍ଷାଦାନର ମାଧ୍ୟମ ଉପରେ ନିର୍ଭର କରିନଥାଏ, ବରଂ ଶିକ୍ଷା ଗ୍ରହଣ କରିବାର ବୌଦ୍ଧିକ ଇଚ୍ଛା ଉପରେ ନିର୍ଭର କରିଥାଏ। ଘରୋଇ ବା ବେସରକାରୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଯେ ସମସ୍ତ ପିଲା ମେଧାବୀ ଓ ଆଞ୍ଚଳିକ ଭାଷାର ମାଧ୍ୟମରେ ଯେ ସମସ୍ତ ପିଲା ସ୍ୱଳ୍ପ ବୁଦ୍ଧିସମ୍ପନ୍ନ ତାହା ଭାବିବା ଗୁରୁତର ଭୁଲ୍‌‌। ଆଜିର ସମୟରେ ସମାଜକୁ, ଦେଶକୁ, ଜାତିକୁ ଶାସନ କରୁଥିବା ବା ସମାଜକୁ ଅଧିକ ସେବା ଦେଉଥିବା ବ୍ୟକ୍ତିମାନେ ଏକଦା ଆଞ୍ଚଳିକ ବା ମାତୃଭାଷାରେ ଶିକ୍ଷା ଗ୍ରହଣ କରିଥିଲେ। ଶିକ୍ଷାଦାନର ମାଧ୍ୟମ ନୁହେଁ, ବରଂ ଅଧ୍ୟବସାୟ, ପରିଶ୍ରମ, ନିଷ୍ଠା ଓ କର୍ମ ପ୍ରବୃତ୍ତି ଉପରେ ଉତ୍କର୍ଷ ନିର୍ଭର କରେ। ଶିକ୍ଷାର ମାନକ ନିରୂପଣ ପାଇଁ ଆବଶ୍ୟକ ହୋଇଥାଏ ଜ୍ଞାନର ଗଭୀରତା, ଦାୟିତ୍ୱବୋଧ, ନିଷ୍ଠା, ସମୟାନୁବର୍ତ୍ତିତା ତଥା ଉତ୍ତମ ସ୍ୱଭାବ। ଶିକ୍ଷା ଓ ଜ୍ଞାନ ଆହରଣ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ଓ ଆଭିଜାତ୍ୟସମ୍ପନ୍ନ ପୋଷାକ ତଥା ଆଧୁନିକ ବାତାବରଣ ଯେ ଏକ ମାନକ, ତାହା ଅଯୌକ୍ତିକ। ଆର୍ଥିକ ଅନଟନ ଓ ସାମାଜିକ ପ୍ରତିବନ୍ଧକ ସତ୍ତ୍ବେ ଜଣେ ପିଲା ଶିକ୍ଷାରେ ଉତ୍କର୍ଷ ଲାଭ କରି ଉଦାହରଣ ସୃଷ୍ଟି କରିପାରେ।

ଡ.ସତ୍ୟ ନାରାୟଣ ମିଶ୍ର
ଭୁବନେଶ୍ୱର, ମୋ: ୯୯୩୭୩୪୫୯୦୦

06 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର