ଶ୍ରୀମଦ୍‌ଭଗବତ ଗୀତା ଓ ମନୁଙ୍କ ସଫଳତା

The Sakala Picture
Published On

ଦ୍ରୁତଗତିରେ ଅଗ୍ରସର ହେଉଥିବା ଏହି ଡିଜିଟାଲ ଯୁଗରେ ଯୁବପିଢ଼ି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ନିରନ୍ତର ଯୋଡ଼ି ହୋଇଥିବା ଏବର ଯୁବପିଢ଼ି ପ୍ରାୟତଃ ଏପରି ଏକ ଜୀବନ ଚାହାନ୍ତି, ଯାହା ସେମାନେ ଅନଲାଇନରେ ଦେଖୁଥିବା ଗ୍ଲାମରକୁ ପ୍ରତିଫଳିତ କରେ। ଯେତେବେଳେ ବାସ୍ତବତା ଏହି ଆଶାପୂରଣ କରିବାରେ ବିଫଳ ହୁଏ, ସେତେବେଳେ ନିରାଶା ଏବଂ ଅଧିରତା ସୃଷ୍ଟି ହୁଏ। ଏହା ହିଁ ସେମାନଙ୍କ ଆତ୍ମପ୍ରତ୍ୟୟ ପ୍ରତି ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଅପରପକ୍ଷରେ ଜୀବନର […]

ଦ୍ରୁତଗତିରେ ଅଗ୍ରସର ହେଉଥିବା ଏହି ଡିଜିଟାଲ ଯୁଗରେ ଯୁବପିଢ଼ି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ନିରନ୍ତର ଯୋଡ଼ି ହୋଇଥିବା ଏବର ଯୁବପିଢ଼ି ପ୍ରାୟତଃ ଏପରି ଏକ ଜୀବନ ଚାହାନ୍ତି, ଯାହା ସେମାନେ ଅନଲାଇନରେ ଦେଖୁଥିବା ଗ୍ଲାମରକୁ ପ୍ରତିଫଳିତ କରେ। ଯେତେବେଳେ ବାସ୍ତବତା ଏହି ଆଶାପୂରଣ କରିବାରେ ବିଫଳ ହୁଏ, ସେତେବେଳେ ନିରାଶା ଏବଂ ଅଧିରତା ସୃଷ୍ଟି ହୁଏ। ଏହା ହିଁ ସେମାନଙ୍କ ଆତ୍ମପ୍ରତ୍ୟୟ ପ୍ରତି ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଅପରପକ୍ଷରେ ଜୀବନର ଆହ୍ୱାନଗୁଡ଼ିକୁ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଭଗବତ ଗୀତା ମାର୍ଗଦର୍ଶନ କରେ। କର୍ତ୍ତବ୍ୟ, ସ୍ଥିରତା ଏବଂ ଆତ୍ମ-ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରେ। ଭଗବତ ଗୀତାର ଏହି ମୂଲ୍ୟବୋଧ ଯୁବପିଢ଼ିଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ ସେମାନଙ୍କୁ ଜୀବନ ପ୍ରତି ଏକ ସନ୍ତୁଳିତ ଦୃଷ୍ଟିକୋଣ ବିକଶିତ କରିବାରେ ସାହାଯ୍ୟ କରିପାରେ। ଏହି ପରିପ୍ରେକ୍ଷୀରେ ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତ ପାଇଁ ଗୌରବ ଆଣିଥÒବା ମନୁ ଭାକରଙ୍କ ଭଳି କ୍ରୀଡ଼ାବିତଙ୍କ ସଫଳତାର କାହାଣୀ ଏକ ଉଦାହରଣ।

ବିଭିନ୍ନ ଗଣମାଧ୍ୟମରେ ମନୁଙ୍କୁ ନେଇ ପ୍ରକାଶିତ ଖବର ଅନୁଯାୟୀ, କୋଚ ୟଶପାଲ୍‌‌ ରାଣା ମନୁଙ୍କୁ ପଚାରିଥିଲେ, ‘ଜୀବନର ଇଚ୍ଛା କ’ଣ ରଖିଛ?’ ଜବାବରେ ମନୁ କହିଥିଲେ, ‘ସେଭଳି କିଛି ଚିନ୍ତା କରିନାହିଁ। ବର୍ଷେ ଦୁଇ ବର୍ଷ ଭିତରେସୁଟିଂ ଛାଡ଼ି ବିଦେଶ ଯାଇ ଅଧିକ ପଢ଼଼ି ବେତନଭୋଗୀ କର୍ମଚାରୀଟିଏ ହେବାକୁ ଚେଷ୍ଟା କରିବି।’ କୋଚ ୟଶପାଲ କିନ୍ତୁ କହିଥିଲେ, ‘ମନୁ ତୁମେ କେବଳ ଭାରତର ନୁହଁ, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୁଟର ହେବ। ଜୀବନରେ କ’ଣ ପାଇବାକୁ ଚାହୁଁଛ ତୁମେ ନିଷ୍ପତ୍ତି ନେଇପାରିବ।’ ଗୁରୁଙ୍କର ଏହି ପଦ କଥା ସୁଟିଂରେ ରହିବାକୁ ପ୍ରବର୍ତ୍ତାଇ ଥିଲା ବୋଲି ମନୁ କହିଥିଲେ।

ଭଗବତ ଗୀତାର ଅନ୍ୟତମ ମୁଖ୍ୟ ବାର୍ତ୍ତା ହେଉଛି ଅସ୍ଥାୟୀ ଭୌତିକ ଜଗତ ଏବଂ ଅନନ୍ତ ଆଧ୍ୟାତ୍ମିକ ସାର ମଧ୍ୟରେ ପାର୍ଥକ୍ୟ। ଆଜିର ସମାଜରେ ଯୁବପିଢ଼ି ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ପରିପୂର୍ଣ୍ଣତାର ଭ୍ରମରେ ଫସି ଯାଆନ୍ତି। ସେମାନେ ସୁଖ ଓ ସଫଳତାର ମୁହୂର୍ତ୍ତକୁ ଦେଖି ଭ୍ରମରେ ବିଶ୍ୱାସ କରନ୍ତି ଯେ ଏହା ଏକ ପରିପୂର୍ଣ୍ଣ ଜୀବନର ମାନଦଣ୍ଡ। ଗୀତା ଆମକୁ ମନେ ପକାଇ ଦିଏ ଯେ ପ୍ରକୃତ ସନ୍ତୋଷ ଭିତରୁ ଆସିଥାଏ, ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଯାହା ମନୁ ଭାକର ନିଜ କୋଚଙ୍କ କଥାକୁ ଅନୁସରଣ କରି ଏଠାରେ କରିଛନ୍ତି।
ଜଣେ କ୍ରୀଡ଼ାବିତର ସଫଳତା ପରିପୂର୍ଣ୍ଣ ହୁଏ ଯେତେବେଳେ ସେ ଅଲିମ୍ପିକ୍ସିରେ କୌଣସି ପଦକ ଜିତନ୍ତି। ତେବେ ଆଜି ମନୁ ଭାକର ଯେଉଁ ସଫଳତା ପାଇଛନ୍ତି ତାହା ଏତେଟା ସହଜ ନଥିଲା। ୨୨ ବର୍ଷୀୟ ମନୁ ଭାକର ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ସମୟରେ ପିସ୍ତଲରେ ତ୍ରୁଟି ଯୋଗୁଁ ନିରାଶ ହୋଇଥିଲେ, ଯାହାକୁ ନେଇ ସେ ଦୀର୍ଘଦିନ ଧରି ଅବସାଦରେ ଥିଲେ। ପୁତ୍ରକୁ ହରାଇ ନିରାଶ ହୋଇ ପଡ଼ିଥିବା ଅର୍ଜୁନଙ୍କୁ ଶ୍ରୀକୃଷ୍ନଙ୍କ କଥା ଯେପରି ରାହା ଦେଖାଇଥିଲା, ସେହିପରି କୋଚ ରାଣାଙ୍କ ଉତ୍ସାହବାଣୀ ଓ ଶ୍ରୀମଦଭଗବତ ଗୀତା ମନୁଙ୍କୁ ଅବସାଦରୁ ବାହାରିବାକୁ ବାଟ ଦେଖାଇଛି।
ଆଧୁନିକ ଜୀବନ ପରିପ୍ରେକ୍ଷୀରେ ଯୁବପିଢ଼ି ତତକ୍ଷଣାତ ସନ୍ତୋଷ ବିଷୟରେ ଅତ୍ୟଧିକ ଚିନ୍ତିତ ନ ହୋଇ ଆନ୍ତିରିକତା ଓ ନିଷ୍ଠାର ସହ ନିଜ କାର୍ଯ୍ୟରେ ନିୟୋଜିତ ହେବା ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲାରେ ସ୍ଥିର ରହିବା ଉଚିତ ବୋଲି ଗୀତାରୁ ଆମକୁ ଶିକ୍ଷା ମିଳୁଛି। ଗୀତାରେ କୁହାଯାଇଛି – ସୁଖ ଓ ଦୁଃଖ ଏକ ନିରନ୍ତର ପ୍ରକ୍ରିୟା। ଯେପରି ଶୀତ ଓ ଗ୍ରୀଷ୍ମ ଋତୁର ଆବିର୍ଭାବ। ତେଣୁ ପରିସ୍ଥିତିକୁ ସାମ୍ନା କରିବା ଉଚିତ ଏବଂ ବିଚଳିତ ନହୋଇ ସ୍ଥିତିକୁ ସହ୍ୟ କରିବାକୁ ଶିଖିବା ଉଚିତ। ଏହା ଶିକ୍ଷା ଦେଇଥାଏ ଯେ ଜୀବନର ଉତଥାନ-ପତନ ସ୍ୱାଭାବିକ ଓ ସାମୟିକ। ଯଦି ମନୁ ଭାକର ଟୋକିଓ ଯାତ୍ରାର ଫଳାଫଳକୁ ଧରି ବସିଥା’ନ୍ତେ, ତା’ହେଲେ ଆଜି ହୁଏତ ସେ ସୁନାମ ଅର୍ଜନ କରିପାରି ନ ଥା’ନ୍ତେ। ତେଣୁ ବିଫଳତାକୁ କିଭଳି ଧୈର୍ଯ୍ୟର ସହ ସଫଳତାରେ ପରିଣତ କରିହେବ ତାହା ମନୁଙ୍କଠୁ ଶିକ୍ଷା ଲାଭ କରିବା ଉଚିତ।

ଶିକ୍ଷା ଆଜି କାଲି ଅନେକ ସମୟରେ ଶୈକ୍ଷିକ ଏବଂ ବୃତ୍ତିଗତ ସଫଳତା ଉପରେ ଗୁରୁତ୍ୱ ଦେଇଥାଏ। କିନ୍ତୁ ଜୀବନ ଜିଇଁବାର କଳା ବିଷୟରେ ନିରବ ରହେ। ଭଗବତ ଗୀତା ନୈତିକ ଜୀବନ ଧାରଣ ଓ ଆତ୍ମନିରୀକ୍ଷଣ ପାଇଁ ଏକ ବ୍ୟାପକ ମାର୍ଗଦର୍ଶିକା ପ୍ରଦାନ କରେ। ଏଥିରେ ଗୁରୁତ୍ୱାରୋପ କରାଯାଇଛି ଯେ ନିଜର ପ୍ରକୃତ ଆତ୍ମାକୁ ବୁଝିବା ଏବଂ ସ୍ଥିତି ଅନୁଯାୟୀ ବଞ୍ଚିବା ଏକ ପରିପୂର୍ଣ୍ଣ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଗୀତାରେ ଆହୁରି ମଧ୍ୟ କୁହାଯାଇଛି ଯେ ଅନ୍ୟର କାମକୁ ଦେଖି ନିଜ ଭିତରେ ସମାନ ଦକ୍ଷତା ହାସଲ କରିବାର ପ୍ରବୃତ୍ତି ନିଜ କର୍ତ୍ତବ୍ୟକୁ ଅସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରିବା ସହିତ ସମାନ। ଜଣେ ଯେଉଁ ଦାୟିତ୍ୱ ନେଇ ଜନ୍ମ ନେଇଛନ୍ତି, ତା’କୁ ପୂରଣ କଲେ ମଣିଷ କେବେ ବି ଦୁଃଖରେ ରହିବ ନାହିଁ। ଏହା ସାମାଜିକ ଚାପରେ ପ୍ରଭାବିତ ହେବା ପରିବର୍ତ୍ତେ ନିଜ ମାର୍ଗକୁ ବୁଝିବା ଏବଂ ଅନୁସରଣ କରିବାର ଗୁରୁତ୍ୱକୁ ସୂଚାଇଥାଏ। ଏହା ପ୍ରାମାଣିକ ଏବଂ ନୈତିକ ଭାବରେ ବଞ୍ଚିବାର ଧାରଣାକୁ ମଧ୍ୟ ଇଙ୍ଗିତ କରିଥାଏ।

ଗୀତାର ଶିକ୍ଷାକୁ ଗଭୀର ଭାବରେ ବୁଝିଲେ ସଚ୍ଚୋଟତା, କରୁଣା ଓ ଆତ୍ମ ସଚେତନତାକୁ ଗୁରୁତ୍ୱ ଦେଉଥିବା ଏକ ପିଢ଼ିକୁ ପ୍ରୋତ୍ସାହିତ କରାଯାଇପାରିବ। ବିଦ୍ୟାଳୟଗୁଡ଼ିକ ଏହି ଧାରଣାଗୁଡ଼ିକର ପରିଚୟ ଦେବା ପାଇଁ ସପ୍ତାହାନ୍ତ କିମ୍ବା ଛୁଟି ଅବଧି ବ୍ୟବହାର କରିପାରନ୍ତି, ଯାହା ଛାତ୍ରଛାତ୍ରୀଙ୍କୁ ଏକ ଦୃଢ଼ ନୈତିକ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ।

ଶେଷରେ ଶ୍ରୀମଦ୍‌‌ ଭଗବତ ଗୀତାର ଶିକ୍ଷା ଆଜିର ଯୁବପିଢ଼ି ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ନିଜର ଇଚ୍ଛା ଓ ଆଶାକୁ ପରିଚାଳନା କରି ଶିଖିବା, ସ୍ଥିରତା ବିକଶିତ କରିବା ଏବଂ ନୈତିକ ଜୀବନଶୈଳୀକୁ ଆପଣାଇବା ଦ୍ୱାରା ଯୁବପିଢ଼ି ଜୀବନର ଜଟିଳତାକୁ ଅଧିକ ସହଜରେ ପରିଚାଳନା କରିପାରିବେ। ଏହି କାଳଜୟୀ ମୂଲ୍ୟବୋଧ ପ୍ରଦାନ କରିବାରେ ପରିବାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୀତାରୁ ପ୍ରେରଣା ନେଇ ଆମେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିବା, ଯେଉଁଠାରେ ଆମେ ନିଶ୍ଚିତ କରିପାରିବା ଯେ ଆଜିର ଯୁବପିଢ଼ି ଏକ ସୁନ୍ଦର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ପାଇଁ ସୁସଜ୍ଜିତ ଓ ସୁସଂଗଠିତ।

ଶୁଭ୍ରାଂଶୁ ଶେଖର ଜେନା
ମୋ: ୯୬୯୨୦୦୨୯୨୯

05 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର