ବିଳାସରେ ମିତବ୍ୟୟିତା

The Sakala Picture
Published On

ଗ୍ରୀଷ୍ମ ଋତୁରେ ଘୋର ବିଦ୍ୟୁତ୍‌‌ ଅଭାବର ସମ୍ମୁଖୀନ ହେଉଥିବା ସରକାର ବିଦ୍ୟୁତ୍‌‌ ସଞ୍ଚୟ ଏବଂ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସରକାର ଏବେ ଏୟାର କଣ୍ଡିସନର(ଏସି)ର ତାପମାତ୍ରା ସ୍ଥିର କରିବା ସମ୍ପର୍କରେ ଏକ ନୂତନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଲାଗୁ ହେଲେ ଏସିର ତାପମାତ୍ରା ୨୦ ଡିଗ୍ରୀରୁ କମ୍‌‌ ଏବଂ ୨୮ ଡିଗ୍ରୀ ସେଲସିୟସ୍‌‌ରୁ ଅଧିକ ରଖିହେବ ନାହିଁ। ଏହି ନିୟମ ସମସ୍ତ ଘର, କାର୍ଯ୍ୟାଳୟ, ଦୋକାନ, […]

ଗ୍ରୀଷ୍ମ ଋତୁରେ ଘୋର ବିଦ୍ୟୁତ୍‌‌ ଅଭାବର ସମ୍ମୁଖୀନ ହେଉଥିବା ସରକାର ବିଦ୍ୟୁତ୍‌‌ ସଞ୍ଚୟ ଏବଂ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସରକାର ଏବେ ଏୟାର କଣ୍ଡିସନର(ଏସି)ର ତାପମାତ୍ରା ସ୍ଥିର କରିବା ସମ୍ପର୍କରେ ଏକ ନୂତନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଲାଗୁ ହେଲେ ଏସିର ତାପମାତ୍ରା ୨୦ ଡିଗ୍ରୀରୁ କମ୍‌‌ ଏବଂ ୨୮ ଡିଗ୍ରୀ ସେଲସିୟସ୍‌‌ରୁ ଅଧିକ ରଖିହେବ ନାହିଁ। ଏହି ନିୟମ ସମସ୍ତ ଘର, କାର୍ଯ୍ୟାଳୟ, ଦୋକାନ, ମଲ୍‌‌, ହୋଟେଲ, ରେଷ୍ଟୁରାଣ୍ଟ ଓ ଯାନବାହନ ପାଇଁ ପ୍ରଯୁଜ୍ୟ।

ପ୍ରାୟତଃ ଦେଖାଯାଇଛି ଯେ ଗ୍ରୀଷ୍ମ ଋତୁରେ ଏସି ବ୍ୟବହାର ଏବଂ ଏହାର ତାପମାତ୍ରା ୧୬ ଡିଗ୍ରୀ ପର୍ଯ୍ୟନ୍ତ ରଖିବା ଯୋଗୁଁଁ ବିଦ୍ୟୁତ୍‌‌ ବ୍ୟବହାର ନିରନ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ବଜାରରେ ଉପଲବ୍ଧ ଅଧିକାଂଶ ଏସି ୧୬ଡିଗ୍ରୀରୁ ୩୦ ଡିଗ୍ରୀ ପର୍ଯ୍ୟନ୍ତ ସ୍ଥିର କରାଯାଇପାରିବ, କିନ୍ତୁ ନୂତନ ନିୟମ ଲାଗୁ ହେବା ପରେ ଏହି ସୀମା ୨୦ ରୁ ୨୮ ଡିଗ୍ରୀ ସେଲସିୟସ୍‌‌ ମଧ୍ୟରେ ସ୍ଥିର ରହିବ। ପ୍ରଥମ ଥର ପାଇଁ ନିଆଯାଇଥିବା ଏହି ପଦକ୍ଷେପ କେବଳ ବିଦ୍ୟୁତ୍‌‌ ବିଲ୍‌‌ ସଞ୍ଚୟ କରିବ ନାହିଁ ବରଂ ଦୀର୍ଘକାଳୀନ ଭିତ୍ତିରେ ଦେଶ ଏବଂ ରାଜ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରକୃତରେ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ ଏବଂ ପରିବେଶର ସୁରକ୍ଷା ପାଇଁ ‘ବ୍ୟୁରୋ ଅଫ୍‌‌ ଏନର୍ଜି ଏଫିସିଏନ୍ସି’ ୨୦୨୦ ରେ ସମସ୍ତ ଷ୍ଟାର ଲେଭଲ୍‌‌ ଏସି ପାଇଁ ସର୍ବନିମ୍ନ ତାପମାତ୍ରା ୨୪ଡିଗ୍ରୀରେ ରଖିବାକୁ ସ୍ଥିର କରିଥିଲା। କିନ୍ତୁ ସରକାର ସମସ୍ତ କ୍ଷେତ୍ରରେ ଏସି ତାପମାତ୍ରା ନିର୍ଦ୍ଧାରଣ ନିୟମକୁ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଏହି ପଦକ୍ଷେପ ଏବେ ପରୀକ୍ଷଣ ଭାବରେ ଆରମ୍ଭ କରାଯାଉଛି ଏବଂ ନିଶ୍ଚିତ ଭାବେ ଭବିଷ୍ୟତରେ ବାଧ୍ୟତାମୂଳକ କରାଯିବ। ସରକାର ଖୁବ୍‌‌ ଶୀଘ୍ର ସମସ୍ତ ଏସି ନିର୍ମାତା ଏବଂ ବାଣିଜ୍ୟିକ କୋଠାଗୁଡ଼ିକୁ ସ୍ୱତନ୍ତ୍ର ପରାମର୍ଶ ଜାରି କରିବାର ସମ୍ଭାବନା ଅଛି।
ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇପାରେ। ଯଦି ଦେଶର ଅଧିକାଂଶ ଗ୍ରାହକ ଏହାକୁ ନିୟମିତ ବ୍ୟବହାର କରନ୍ତି ତେବେ ଏହା କୋଟି କୋଟି ୟୁନିଟ୍‌‌ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବ। ସାଧାରଣରେ ବିଶ୍ୱାସ କରାଯାଏ ଯେ ଏସିର ତାପମାତ୍ରା ୧୮ଡିଗ୍ରୀ ରଖିବା ଦ୍ୱାରା କୋଠରି ଶୀଘ୍ର ଥଣ୍ଡା ହେବ। ଏହି କ୍ଷେତ୍ର ସହିତ ଜଡ଼ିତ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ବିଶ୍ୱାସ ଭୁଲ। ଯଦି ବାହାରେ ତାପମାତ୍ରା ୪୦ ଡିଗ୍ରୀ ଥାଏ ତେବେ କୋଠରିକୁ ୨୬ ଡିଗ୍ରୀରେ ପହଞ୍ଚିବାକୁ ସମାନ ସମୟ ଲାଗିବ, ଏସିର ତାପମାତ୍ରା ୧୮ ଡିଗ୍ରୀ ହେଉ ବା ୨୬ ଡିଗ୍ରୀ। ନିଶ୍ଚିତ ଭାବରେ ୧୮ଡିଗ୍ରୀରେ କୋଠରି ପରେ ଅଧିକ ଥଣ୍ଡା ରହିବ। କିନ୍ତୁ ଆପଣଙ୍କୁ କମ୍‌‌ ତାପମାତ୍ରା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ। ଏସିର ତାପମାତ୍ରା ଯେତେ କମ୍‌‌ ହୁଏ କମ୍ପ୍ରେସର ଅଧିକ ସମୟ ପାଇଁ କାମ କରେ। ଏହାର ଅର୍ଥ ଅଧିକ ବିଦ୍ୟୁତ୍‌‌ ବ୍ୟବହାର ହୁଏ। ଅନ୍ୟପକ୍ଷରେ ଯଦି ଆପଣ ଏସିର ତାପମାତ୍ରା ୨୪ ଡିଗ୍ରୀ କରନ୍ତି ତେବେ କମ୍ପ୍ରେସରକୁ କମ୍‌‌ ସମୟ ପାଇଁ କାମ କରିବାକୁ ପଡ଼େ, ଯାହା ବିଦ୍ୟୁତ୍‌‌ ବ୍ୟବହାର ହ୍ରାସ କରେ। ଇଚ୍ଛିତ ତାପମାତ୍ରା ପହଞ୍ଚିବା ମାତ୍ରେ କମ୍ପ୍ରେସର କାମ କରିବା ବନ୍ଦ କରିଦେଇ କେବଳ ଏସି ଫ୍ୟାନ୍‌‌ କାମ କରେ। କମ୍ପ୍ରେସର କେବଳ ସେତେବେଳେ କାମ କରେ ଯେତେବେଳେ ଥର୍ମୋସେଟ୍‌‌ ତାପମାତ୍ରା ବୃଦ୍ଧିର ସଙ୍କେତ ପାଏ।

ବିଶେଷଜ୍ଞଙ୍କ କହିବା ଅନୁସାରେ ୨୪ ଡିଗ୍ରୀ ତାପମାତ୍ରା ମଧ୍ୟ ଆରାମଦାୟକ। ଯଦି ବାହାରେ ଆର୍ଦ୍ରତା ଅଧିକ ଥାଏ ଏହା ୧୮ କିମ୍ୱା ୨୨ ଡିଗ୍ରୀ ତାପମାତ୍ରା ତୁଳନାରେ କମ୍‌‌ ଶକ୍ତି ବ୍ୟବହାର କରେ। ଏକ ଅଧ୍ୟୟନ ଅନୁଯାୟୀ ଏସିର ତାପମାତ୍ରାରେ ପ୍ରତ୍ୟେକ ଡିଗ୍ରୀ ବୃଦ୍ଧି ୩ରୁ ୫ ପ୍ରତିଶତ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବ। ଯଦି ଏସିର ତାପମାତ୍ରା ୧୮ ଡିଗ୍ରୀରୁ ୨୭ ଡିଗ୍ରୀକୁ ବୃଦ୍ଧି କରାଯାଏ ତେବେ ବାର୍ଷିକ ୬୫୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇପାରିବ। ଏହାସହିତ ଏହି ସମୟ ମଧ୍ୟରେ ପ୍ରଚୁର ପରିମାଣର ଶକ୍ତି ମଧ୍ୟ ସଞ୍ଚୟ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ ଏସିରେ କେବଳ ନିର୍ଦ୍ଧାରିତ ତାପମାତ୍ରା ମାଧ୍ୟମରେ ବିଦ୍ୟୁତ୍‌‌ ସଞ୍ଚୟ ହୁଏ ନାହିଁ, ବରଂ ଷ୍ଟାରରେଟିଂ, ବାହାର ତାପମାତ୍ରା, ଏସି ବ୍ୟବହାରର ଅବଧି, କୋଠରିର ଆକାର, କୋଠରିରେ ଥିବା ଲୋକଙ୍କ ସଂଖ୍ୟା ଇତ୍ୟାଦି କାରଣ ଉପରେ ନିର୍ଭର କରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏସିର ତାପମାତ୍ରା ୨୦ ଡିଗ୍ରୀ ରୁ ୨୮ ଡିଗ୍ରୀ ମଧ୍ୟରେ ରଖିବା ଲାଭଦାୟକ।

ପରିସଂଖ୍ୟାନ ଅନୁଯାୟୀ, ଭାରତରେ ଏସିର ସଂଖ୍ୟା ପ୍ରାୟ ୧୦ କୋଟି ଏବଂ ପ୍ରତିବର୍ଷ ପ୍ରାୟ ୧.୫କୋଟି ଏସି ଲଗାଯାଉଛି। ଯଦି ଏସିର ତାପମାତ୍ରା ଗୋଟିଏ ଡିଗ୍ରୀ ବୃଦ୍ଧି କରାଯାଏ ତେବେ ଏହା ଶକ୍ତି ବ୍ୟବହାରକୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ଏବଂ ଆମେ ପ୍ରତିବର୍ଷ ଲକ୍ଷ ଲକ୍ଷ ଗିଗାୱାଟ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବା। ସାମଗ୍ରିକ ଭାବରେ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ୍‌‌ ବ୍ୟବହାରକୁ ହ୍ରାସ କରିବା ବିଶେଷକରି ଗ୍ରୀଷ୍ମଦିନରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏସି କୁ ୨୦ ରୁ ୨୮ଡିଗ୍ରୀ ମଧ୍ୟରେ ରଖିଲେ ଗରମ ସମ୍ୱନ୍ଧୀୟ ରୋଗ ହ୍ରାସ, ଭଲ ନିଦ ଏବଂ ଆରାମଦାୟକ ଜୀବନ ମିଳିପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସିର ଉଚିତ୍‌‌ ବ୍ୟବହାର ଶ୍ୱାସ ଓ ସଂକ୍ରମଣ ରୋଗୀ ସଂଖ୍ୟା ହ୍ରାସ କରେ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼଼, ମୋ: ୯୪୩୭୬୪୨୯୪୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର