ଇଚ୍ଛାପତ୍ର: ବରିଷ୍ଠ ନାଗରିକଙ୍କ ସୁରକ୍ଷା କବଚ

The Sakala Picture
Published On

କିଛିବର୍ଷ ତଳେ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପୁଅ ନାଁରେ କରିଦେଲେ ଜଣେ ବିଶିଷ୍ଟ ଉଦ୍ୟୋଗପତି। ସମ୍ପତ୍ତି ହାତକୁ ଆସିବା ପରେ ପୁଅର ବ୍ୟବହାର ତାଙ୍କ ବୃଦ୍ଧ ପିତାଙ୍କ ପ୍ରତି ସମ୍ପୂର୍ଣ୍ଣ ବଦଳି ଗଲା। ବୃଦ୍ଧ ଜଣଙ୍କ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ଗେହ୍ଲା, ଅଲିଅଳ ଓ ଏପର୍ଯ୍ୟନ୍ତ ଅତ୍ୟନ୍ତ ନିଜର ବୋଲି ଭାବୁଥିବା ପୁଅ ସମ୍ପତ୍ତି ପାଇବା ପରେ ତାଙ୍କୁ ଘରୁ ତଡ଼ିଦେବ। କୋଟିକୋଟି ଟଙ୍କା, କୋଠାବାଡ଼ି, ଅସୁମାରୀ ସମ୍ପତ୍ତି […]

କିଛିବର୍ଷ ତଳେ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପୁଅ ନାଁରେ କରିଦେଲେ ଜଣେ ବିଶିଷ୍ଟ ଉଦ୍ୟୋଗପତି। ସମ୍ପତ୍ତି ହାତକୁ ଆସିବା ପରେ ପୁଅର ବ୍ୟବହାର ତାଙ୍କ ବୃଦ୍ଧ ପିତାଙ୍କ ପ୍ରତି ସମ୍ପୂର୍ଣ୍ଣ ବଦଳି ଗଲା। ବୃଦ୍ଧ ଜଣଙ୍କ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ଗେହ୍ଲା, ଅଲିଅଳ ଓ ଏପର୍ଯ୍ୟନ୍ତ ଅତ୍ୟନ୍ତ ନିଜର ବୋଲି ଭାବୁଥିବା ପୁଅ ସମ୍ପତ୍ତି ପାଇବା ପରେ ତାଙ୍କୁ ଘରୁ ତଡ଼ିଦେବ। କୋଟିକୋଟି ଟଙ୍କା, କୋଠାବାଡ଼ି, ଅସୁମାରୀ ସମ୍ପତ୍ତି ଅର୍ଜନ କରିଥିବା ବ୍ୟକ୍ତିଜଣଙ୍କ ପରିଣତ ବୟସରେ ଗୋଟିଏ ଛୋଟ ଭଡ଼ା ଘରେ ଏବେ ସେ ଅଭାବ ଅନଟନରେ ଦିନ କାଟୁଛନ୍ତି। ଆଉ ଏକ ଘଟଣା। ନିକଟରେ ଜଣେ ପ୍ରତିଷ୍ଠିତ ଧନୀ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହେଲା। ସେ ଥିଲେ ଅବିବାହିତ। ଛାଡ଼ି ଯାଇଥିଲେ ଅଚଳାଚଳ ସମ୍ପତ୍ତି। ସେହି ସମ୍ପତ୍ତି ପାଇବା ପାଇଁ ତାଙ୍କ ନିକଟ ସମ୍ପର୍କୀୟ ଏବଂ କିଛି ସହକର୍ମୀଙ୍କ ମଧ୍ୟରେ କଳହ ଚରମସୀମାରେ ପହଞ୍ଚିଛି।

ସମାଜରେ ଏପରି ଅନେକ ଘଟଣା ନିତିଦିନ ଘଟୁଛି। ସେଥିରୁ କେତେକ ଲୋକଲୋଚନକୁ ଆସୁଛି ଏବଂ ଆଉ କେତେକ ଘଟଣାକୁ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଚପାଇ ଦିଆଯାଉଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି, ଦିନରାତି ପରିଶ୍ରମ କରି ଧନସମ୍ପତ୍ତି ଅର୍ଜନ କରିବା ପଛର ଉଦ୍ଦେଶ୍ୟ ହେଉଛି, କିପରି ନିଜ ପରିବାର ସୁଖରେ ରହିବେ। କିନ୍ତୁ ଦେହାନ୍ତ ପରେ ଦିନେ ସେହି ଧନ ସମ୍ପତ୍ତିର ଭାଗ ବଣ୍ଟା ଉତ୍ତରାଧିକାରୀଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ଓ କଳହ ସୃଷ୍ଟିର କାରଣ ହେବ, ଏହି କଥା ସେତେବେଳେ କେହି ଭାବି ନଥା’ନ୍ତି। ସମ୍ପତ୍ତି ଭାଗବଣ୍ଟାକୁ ନେଇ କଳହ କେବଳ ବିତ୍ତଶାଳୀଙ୍କ ଭିତରେ ସୀମିତ ନଥାଏ। ଏପରି ସ୍ଥିତିରେ ନିଜର ସୁରକ୍ଷା ପାଇଁ ‘ଇଚ୍ଛାପତ୍ର’ ବହୁତ ସହାୟକ ହୋଇଥାଏ। ଜୀବିତାବସ୍ଥାରେ ସ୍ୱଅର୍ଜିତ ସମ୍ପତ୍ତିର ସୁରକ୍ଷା, ସୁପରିଚାଳନା ଓ ମୃତ୍ୟୁ ପରେ ସେସବୁର ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନର ସୁବ୍ୟବସ୍ଥା କରିବା ହେଉଛି ଇଚ୍ଛାପତ୍ରର ଲକ୍ଷ୍ୟ। ବିଶେଷକରି ବରିଷ୍ଠ ନାଗରିକମାନେ ନିଜ ଅର୍ଜିତ ଧନ ସମ୍ପତ୍ତି ଭୋଗ କରିବା ଅଧିକାରରୁ ବଞ୍ଚିତ ନହେବା ଏବଂ ଜୀବନକୁ ସରସ କରିବା ପାଇଁ ଇଚ୍ଛାପତ୍ର ହେଉଛି ଏକ ସୁରକ୍ଷିତ ଆୟୁଧ।

ଇଚ୍ଛାପତ୍ର (ୱିଲ୍‌‌) ହେଉଛି ଏକ ଆଇନଗତ ଦଲିଲ୍‌‌। ଏଥିରେ ଜଣେ ବ୍ୟକ୍ତି ନିଜ ସମ୍ପତ୍ତି ଅଧିକାର ତାଙ୍କ ଦେହାନ୍ତ ପରେ କାହାକୁ ଏବଂ କେମିତି ବଣ୍ଟନ କରାଯିବ ସେ ବିଷୟରେ ସବିଶେଷ ଲିପିବଦ୍ଧ ହୋଇଥାଏ। ଭାରତରେ ଇଚ୍ଛାପତ୍ର ବ୍ୟବସ୍ଥାକୁ ଇଣ୍ଡିଆନ ସକ୍ସେସନ ଆକ୍ଟ -୧୯୨୫, ହିନ୍ଦୁ ସକ୍ସେସନ ଆକ୍ଟ-୧୯୫୬, ହିନ୍ଦୁ ସକ୍ସେସନ( ଆମେଣ୍ଡମେଣ୍ଟ) ଆକ୍ଟ-୨୦୦୫, ମୁସଲିମ ପରସନାଲ ଲ’(ସରିଆତ) ଆପ୍ଲିକେସନ ଆକ୍ଟ-୧୯୩୭ ଅନୁସାରେ ପରିଚାଳିତ କରାଯାଏ। ଇଚ୍ଛାପତ୍ରର ବୈଧତା ସ୍ପଷ୍ଟ କରିବା ପାଇଁ କେତେକ ସ୍ଥାନରେ ‘ପ୍ରୋବେଟ’ ଉପରେ ନିର୍ଭର କରାଯାଏ। ‘ପ୍ରୋବେଟ୍‌‌’ ହେଉଛି ଏକ ଆଇନଗତ ପ୍ରକ୍ରିୟା, ଯାହା ମାଧ୍ୟମରେ ମରଣୋତ୍ତର ଜଣେ ବ୍ୟକ୍ତିର ଇଚ୍ଛାପତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ସ୍ୱୀକୃତି ପାଇଥାଏ। ଯଦି କୌଣସି ବ୍ୟକ୍ତି ଇଚ୍ଛାପତ୍ର ନ ଲେଖି ଇହଲୋକ ତ୍ୟାଗ କରନ୍ତି, ତାହାକୁ ‘ଇନ୍ଟେଷ୍ଟେଟ୍‌‌ ମୃତ୍ୟୁ’ କୁହାଯାଏ। ଏହି ପରିସ୍ଥିତିରେ, ତାଙ୍କ ସମ୍ପତ୍ତି କିପରି ଭାଗବଣ୍ଟା ହେବ ତାହା ଦେଶର ‘ଉତ୍ତରାଧିକାର ଆଇନ’ ଅନୁଯାୟୀ ନ୍ୟାୟାଳୟ ନିଷ୍ପତ୍ତି ନେଇଥାଏ।

ଅଭିଜ୍ଞ ଓକିଲ, ଚାର୍ଟର୍ଡ ଆକାଉଟାଣ୍ଟ କିମ୍ୱା ଦକ୍ଷ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନେଇ ଇଚ୍ଛାପତ୍ର ପ୍ରସ୍ତୁତ କରା ଯାଇପାରିବ। ଇଚ୍ଛାପତ୍ର ଲେଖିବା ସମୟରେ ଲେଖୁଥିବା ବ୍ୟକ୍ତିର ବୟସ ଅଠର କିମ୍ୱା ତଦୂର୍ଦ୍ଧ୍ବ ହେବା ସହ ମାନସିକ ସ୍ଥିତି ଭଲ ଥିବା ଦରକାର। ଦଲିଲରେ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ, କିଏ କେତେ ସମ୍ପତ୍ତି କେଉଁଠି ଓ କେତେବେଳେ ପାଇବ ସେ ସବୁର ସ୍ପଷ୍ଟ ଉଲ୍ଲେଖ କରିବାକୁ ପଡ଼ିଥାଏ। ଇଚ୍ଛାପତ୍ରରେ ଅତିକମ୍‌‌ରେ ଦୁଇଜଣ ସାକ୍ଷୀଙ୍କ ଦସ୍ତଖତ ଥିବା ଦରକାର, ଯାହାକି ଏହାର ବୈଧତା ସୁନିଶ୍ଚିତ କରିଥାଏ। ଇଚ୍ଛାପତ୍ରକୁ ନୋଟାରାଇଜ ବା ପଞ୍ଜିକୃତ କରିବାରେ କୌଣସି ବାଧ୍ୟବାଧକତା ନାହିଁ। ପଞ୍ଜିକୃତ କଲେ ଦଲିଲର ଆଇନଗତ ବୈଧତା ବୃଦ୍ଧି ପାଏ।

ଇଚ୍ଛାପତ୍ର ପ୍ରସ୍ତୁତ କରିବାର କିଛି ନିର୍ଦିଷ୍ଟ ସମୟ ନାହିଁ। ଏହା ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ବିବାହ ସମୟ, ପିଲାଙ୍କ ଜନ୍ମ, ବ୍ୟବସାୟର ପ୍ରାରମ୍ଭ, ସମ୍ପତ୍ତି କ୍ରୟ ବା ଉତ୍ତରାଧିକାରୀ ରୂପେ ସମ୍ପତ୍ତି ଅଧିଗ୍ରହଣ ହେଉଛି ଇଚ୍ଛାପତ୍ର କରିବାର ପ୍ରକୃଷ୍ଟ ସମୟ। ନିଜର ସ୍ୱାସ୍ଥ୍ୟ ସେବା ଜନିତ ଖର୍ଚ୍ଚକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର। ତେବେ ନିଜକୁ ସୁହାଇବା ଭଳି ଜୀବନକାଳରେ ଇଚ୍ଛାପତ୍ରକୁ କେବେ ମଧ୍ୟ ରଦ୍ଦ ବା ପରିବର୍ତ୍ତନ କରିହେବ।

ଇଚ୍ଛାପତ୍ରରେ ଜଣେ ନିର୍ବାହକଙ୍କ ନାମ ଉଲ୍ଲେଖ ଥାଏ। ବ୍ୟକ୍ତିର ଦେହାନ୍ତ ପରେ ତା’ ଇଚ୍ଛାପତ୍ରରେ ଉଲ୍ଲେଖ ଥିବା ତଥ୍ୟାନୁସାରେ ନିର୍ବାହକ କାର୍ଯ୍ୟ ସମ୍ପାଦନ କରିଥାଏ। ବ୍ୟକ୍ତିର ପରିବାର ପ୍ରତି ନୈତିକ ଦାୟିତ୍ୱ ଥାଏ। କୋଣସି କାରଣରୁ ତା’ର ହଠାତ ମୃତ୍ୟୁ ହେଲେ ପରିବାର ଉପରେ ଦୁଃଖ ମାଡ଼ିଆସେ। ପରିବାର କିମ୍ୱା ପରିବାରରେ ଥିବା ନାବାଳକ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆନୁସଂଗିକ ଖର୍ଚ୍ଚର ପ୍ରାବଧାନ ଇଚ୍ଛାପତ୍ରରେ ଥିଲେ ବ୍ୟକ୍ତିର ଅସମୟରେ ଦେହାନ୍ତ ହେଲେ ମଧ୍ୟ ଉତ୍ତରାଧିକାରୀମାନେ ଆର୍ଥିକ ଅସୁବିଧାରେ ପଡ଼ି ନ ଥା’ନ୍ତି।

ବ୍ୟକ୍ତିର ନିଜ ଧନ ସମ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଅଧିକାର ଥାଏ। ବଞ୍ଚିବା ଅବସ୍ଥାରେ ଏହି ସମ୍ପତ୍ତି ଅନ୍ୟମାନଙ୍କ ପାଖକୁ ଚାଲିଗଲେ ବ୍ୟକ୍ତି ନିଜର ଅଧିକାର ହରାଇ ବସେ। ଭରଣପୋଷଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ଅନେକ ସଂସ୍କାରୀ ସନ୍ତାନ ବୃଦ୍ଧାବସ୍ଥାରେ ପିତାମାତାଙ୍କ ଯତ୍ନ ନେଇଥା’ନ୍ତି, ସମ୍ପତ୍ତି ପାଇବାର ଲାଳସା ସେମାନଙ୍କର ନଥାଏ। ଘରେ ଥାଏ ଏକ ସକାରାତ୍ମକ ପରିବେଶ। ଉତ୍ତରାଧିକାରୀଙ୍କ ମଧ୍ୟରେ ଉତ୍ତମ ସହଯୋଗ, ସହାନୁଭୁତି ମନୋଭାବ ଥିଲେ ଇଚ୍ଛାପତ୍ର ଦ୍ୱାରା ବ୍ୟକ୍ତିର ମରଣୋତ୍ତର ସମ୍ପତ୍ତି ବଣ୍ଟନ ପ୍ରକ୍ରିୟା ସହଜରେ ସଂଗଠିତ ହୋଇଥାଏ।

ଅନନ୍ତ ଚରଣ ସ୍ୱାଇଁ
(ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ)
ଭୁବନେଶ୍ୱର, ମୋ: ୭୩୮୧୦୪୬୪୭୭

02 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର