ଓଡ଼ିଆ ଭାଷାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ
ସମ୍ପ୍ରତି ନାମଫଳକଗୁଡ଼ିକୁ ଓଡ଼ିଆରେ ଲେଖିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରିବା ପରେ ପୁନର୍ବାର ଓଡ଼ିଆ ଭାଷାର ବିକାଶ ପାଇଁ ରାସ୍ତା ପ୍ରଶସ୍ତ ହେବାର ଆଶା ଉଜ୍ଜ୍ବଳ ହୋଇଛି। ଓଡ଼ିଆରେ ନାମଫଳକ ଲେଖିବା ପାଇଁ ପୂର୍ବରୁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନେକ ଆନ୍ଦୋଳନ ମଧ୍ୟ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ତାହାର ପ୍ରଭାବ ଧୀରେଧୀରେ ମଳିନ ପଡ଼ିଯାଇଥିବା ଦେଖାଯାଇଛି। ଆମ ସମ୍ବିଧାନର ୩୪୫ ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ସେମାନଙ୍କର ସୁବିଧା ଦୃଷ୍ଟିରୁ ସରକାରୀ କାର୍ଯ୍ୟ […]
ସମ୍ପ୍ରତି ନାମଫଳକଗୁଡ଼ିକୁ ଓଡ଼ିଆରେ ଲେଖିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରିବା ପରେ ପୁନର୍ବାର ଓଡ଼ିଆ ଭାଷାର ବିକାଶ ପାଇଁ ରାସ୍ତା ପ୍ରଶସ୍ତ ହେବାର ଆଶା ଉଜ୍ଜ୍ବଳ ହୋଇଛି। ଓଡ଼ିଆରେ ନାମଫଳକ ଲେଖିବା ପାଇଁ ପୂର୍ବରୁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନେକ ଆନ୍ଦୋଳନ ମଧ୍ୟ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ତାହାର ପ୍ରଭାବ ଧୀରେଧୀରେ ମଳିନ ପଡ଼ିଯାଇଥିବା ଦେଖାଯାଇଛି।
ଆମ ସମ୍ବିଧାନର ୩୪୫ ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ସେମାନଙ୍କର ସୁବିଧା ଦୃଷ୍ଟିରୁ ସରକାରୀ କାର୍ଯ୍ୟ ପାଇଁ ରାଜ୍ୟର ନିଜସ୍ୱ ସରକାରୀ ଭାଷା ଘୋଷଣା କରିପାରିବେ। ଏ ପରିପ୍ରେକ୍ଷୀରେ ଓଡ଼ିଶାର ସରକାରୀ ଭାଷା ଆଇନ ୧୯୫୪ ଏକ ଯୁଗାନ୍ତକାରୀ ପଦକ୍ଷେପ। ଅକ୍ଟୋବର ୧ ତାରିଖ ୧୯୫୪ରେ ଏହି ଆଇନ ତତ୍କାଳୀନ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ଗେଜେଟରେ ସୂଚିତ କରାଯାଇଥିଲା। କିନ୍ତୁ ଏହି ଆଇନ୍ ଇଂରାଜୀ ପ୍ରଭାବରେ କାର୍ଯ୍ୟକାରୀ ହୋଇପାରିନଥିଲା। ଇଂରାଜୀ ମୋହରେ ପ୍ରଭାବିତ ହୋଇ ୧୯୬୩ ମସିହାରେ ପୁନର୍ବାର ରାଜ୍ୟ ସରକାର ସରକାରୀ ଭାଷା ସଂଶୋଧନ ବିଲ୍ ଆଗତ କଲେ ଏବଂ ଇଂରାଜୀକୁ ଓଡ଼ିଆ ସହ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଫଳସ୍ୱରୂପ ଓଡ଼ିଆ ଭାଷା ପ୍ରତି ସବୁସ୍ତରରେ ଆଗ୍ରହ କ୍ରମଶଃ କମିଆସିଲା।
୧୯୮୫ ମସିହାରେ ଓଡ଼ିଆ ଭାଷାର ବ୍ୟବହାରକୁ ନେଇ ଅନେକ ଚିନ୍ତା ପ୍ରକାଶ ପାଇଲା। ସରକାରୀ ସ୍ତରରେ ଓଡ଼ିଆ ଭାଷାର ପୁନଃବ୍ୟବହାର ପାଇଁ ୧୯୮୫ ମସିହାରେ ପୁନର୍ବାର ଆନ୍ଦୋଳନ ଦେଖାଦେବାରୁ ଓଡ଼ିଅା ଭାଷା ସଂଶୋଧନ ଅଧିନିୟମ ଲାଗୁ କରାଯାଇଥିଲା। ଏହି ସମୟରେ ପ୍ରଥମ କରି ଓଡ଼ିଆ ଟାଇପ୍ ମେସିନ୍ ସମସ୍ତ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା। ଓଡ଼ିଆରେ ସରକାରୀ ପତ୍ରାଳାପକୁ ପ୍ରାଧାନ୍ୟ ଦିଆଯାଇଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ବିଶେଷ ଆଗ୍ରହ ଦେଖିବାକୁ ମିଳିନଥିଲା। ଦୁଇପଦ ଇଂରାଜୀ କହି ସମସ୍ତେ ନିଜକୁ ଗର୍ବିତ ମନେକଲେ।
ଇତିମଧ୍ୟରେ ଅନେକ ବ୍ୟକ୍ତି ଓ ସଂଗଠନ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଅନେକ ସଭା ସମିତି ଆୟୋଜନ କରାଯାଉଛି। ଏସବୁ ମଧ୍ୟରେ ଓଡ଼ିଆ ଭାଷାର ବିକାଶ ପାଇଁ ଓଡ଼ିଆରେ ନାମଫଳକ ଲେଖାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସରକାରୀ ସ୍ତରରେ ୨୦୧୯ ମସିହାରେ ମଧ୍ୟ ଏଥିପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଲକ୍ଡାଉନ୍ ହେତୁ ଏହା ଶିଥିଳ ପଡ଼ିବା ପରେ ପୁଣି ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶନାମା ସମସ୍ତଙ୍କୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ପ୍ରେରିତ କରିଥିବାବେଳେ ଏଥିରେ ଖିଲାପ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ପାଇଁ ଆର୍ଥିକ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ବେ ଏହାର ପରିଣାମ କ’ଣ ହେବ ସମସ୍ତେ ଅଳ୍ପେବହୁତ ଜାଣନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଆ ଭାଷାର ବିକାଶ କ’ଣ କେବଳ ନାମଫଳକ ଲେଖାରେ ସମ୍ଭବ କି? କିମ୍ବା ଏଥÒପାଇଁ ସରକାର ସବୁବେଳେ ଜଗି ବସି ରହିଥିବେ କି?
ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ମୌଳିକ ଭାଷା। ଏହାର ଏକ ସ୍ୱତନ୍ତ୍ର ଲିପି ରହିଛି। ଓଡ଼ିଆ ଭାଷାର ଲିଖନ ଶୈଳୀ ମଧ୍ୟ ନିଆରା। ଏହାର ସମ୍ପର୍କ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆ ତାଳପତ୍ର ପୋଥିର ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସମଗ୍ର ଭାରତବର୍ଷରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ କରାଯାଇଛି। ଏହି ଭାଷାର ପୋଥି ପୁରାଣ, ଜଗନ୍ନାଥ ଦାସଙ୍କ ଭାବଗତ ଓ ବଳରାମ ଦାସଙ୍କ ରାମାୟଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ଓଡ଼ିଆକୁ ଆହୁରି ସମ୍ମାନ ପ୍ରଦାନ କରିଥିବା ସତ୍ତ୍ବେ ଆମ ମନ ମଧ୍ୟରୁ ହୀନମନ୍ୟତା ଦୂର ନ ହେବା ଏବଂ ଓଡ଼ିଆ ଭାଷାକୁ ହତାଦର କରିବା ଆମ ସମସ୍ତଙ୍କର ଏକ ପ୍ରବୃତ୍ତି ପାଲଟି ଯାଇଛି। ବିଦ୍ୟାଳୟରେ ଓଡ଼ିଆ ପଢ଼଼ିବା ଓ ଶିଖିବାର ଉପଯୁକ୍ତ ପରିବେଶ ନ ପାଇ ପିଲାମାନେ ଅନ୍ୟ ଭାଷାରେ ନିଜର ଶିକ୍ଷା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।
ମାତୃଭାଷାରେ ଶିକ୍ଷାଦାନର ମହତ୍ତ୍ୱ ବିଷୟରେ ଅନେକ ଆଲୋଚନା ଓ ବିଚାରବିମର୍ଶ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ମିଳିପାରିନାହିଁ। କିନ୍ତୁ ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇ ଆସୁଛନ୍ତି।
୨୦୧୪ ମସିହାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିବା ଆମ ଭାଷାର ଉନ୍ନତି ପାଇଁ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ସରକାରୀ ଓ ବେସରକାରୀ ସ୍ତରରେ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ ଆସୁଛି। ଭାଷାର ପ୍ରଚାର ପ୍ରସାର ପାଇଁ ବ୍ୟାପକ ପ୍ରୋତ୍ସାହନ ସହିତ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଶୁଦ୍ଧ ପଠନ ଲିଖନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଧ୍ୟାନ ଦେବା ଆବଶ୍ୟକ। ସୁଖର କଥା ଓଡ଼ିଶା ସରକାର ଏ ଦିଗରେ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଓ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ କେବଳ ସରକାର ଚାହିଁଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଏଥିପାଇଁ ଜନସହଭାଗିତା ଓ ମାତୃଭାଷା ବ୍ୟବହାର ପ୍ରତି ଆନ୍ତରିକତା ନିହାତି ଆବଶ୍ୟକ। ବ୍ୟାପକ ଅନୁବାଦ ସାହିତ୍ୟ, ଗବେଷଣା ଓ ପାଠାଗାରଗୁଡ଼ିକରେ ଅଧିକରୁ ଅଧିକ ଓଡ଼ିଆ ପୁସ୍ତକକୁ ସ୍ଥାନ ଦେବାର ମଧ୍ୟ ଆବଶ୍ୟକତା ରହିଛି।
ସମ୍ପ୍ରତି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ନୂଆ ଶିକ୍ଷାନୀତିରେ ମାତୃଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ବାଧ୍ୟତାମୂଳକ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଛଡ଼ା ସମସ୍ତ ଚୟନ ପରୀକ୍ଷାକୁ ଓଡ଼ିଆ ଭାଷାରେ କରାଯାଉଛି। ନୂଆ ଶିକ୍ଷାନୀତି ଅଧୀନରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାକୁ ମଧ୍ୟ ଓଡ଼ିଆ ଭାଷାରେ ପ୍ରଦାନ କରାଯିବା ପାଇଁ ବିହିତ ବ୍ୟବସ୍ଥା କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ୨୦୧୮ ମସିହାରେ ଓଡ଼ିଶା ସରକାର ଛତୁ ଫୁଟିଲା ଭଳି ଖୋଲୁଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆକୁ ପାଠ୍ୟକ୍ରମରେ ବାଧ୍ୟତାମୂଳକ କରିଥିଲେ। ପୁନଶ୍ଚ ୨୦୧୮ ମସିହାରେ ଓଡ଼ିଶା ସରକାରୀ ଭାଷା ବିଲ୍ ଆଗତ କରାଯାଇ ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାମ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା ଉପରେ ନିର୍ଭର କରୁଛି।
ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ ଦୀର୍ଘ ଓ ନିରନ୍ତର ପ୍ରୟାସ ଲୋଡ଼ା। ଦେଶର ଭବିଷ୍ୟତ କୁହାଯାଉଥିବା ପିଲାମାନଙ୍କ ସହ ପ୍ରଥମେ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରନ୍ତୁ। ଆମ ଭାଷାର ପାରମ୍ପରିକ ଶବ୍ଦଗୁଡ଼ିକ ପିଲାମାନେ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଜରୁରୀ। ସମ୍ପ୍ରତି ଶୁଦ୍ଧ ଲିଖନ ପ୍ରତି ସମସ୍ତେ ଧ୍ୟାନଦେବା ଆବଶ୍ୟକ। ସଂସ୍କୃତିର ଆତ୍ମା ହେଉଛି ଭାଷା। ଭାଷା ଲୋପ ପାଇଲେ ସଂସ୍କୃତି ଲୋପ ପାଇବ। ଜାତି ତା’ର ପରିଚୟ ହରାଇବ। ସମ୍ପ୍ରତି ଇଟାଲୀ ଭାଷାର ସୁରକ୍ଷା ପାଇଁ ସେ ଦେଶର ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି। ଅନ୍ୟ ଭାଷାର ବ୍ୟବହାର ବିଶେଷ କରି ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରୀ ନିର୍ଦ୍ଦେଶନାମା ବିରୋଧରେ ଇଂରାଜୀ ଭାଷା ବ୍ୟବହାର କଲେ ଆର୍ଥିକ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା କେତେ ମାତ୍ରାରେ ଫଳପ୍ରଦ ହେବ ତାହା ଜନତାଙ୍କ ଉପରେ ନିର୍ଭର କରୁଛି। ଆଗାମୀ ଦିନରେ ଓଡ଼ିଆ ଜାତି ଭାଷାକୁ ନେଇ କେତେ ସତର୍କ ହେବ, ତା’ର ରୂପରେଖ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବା ଜରୁରୀ ହୋଇପଡ଼ିଛି।
ଅଧ୍ୟାପକ ବନବିହାରୀ ଦାଶ
ମୋ: ୯୪୩୮୨୦୭୪୬୦