ଅଭିନେତ୍ରୀ ପୁନମ୍‌‌ ପାଣ୍ଡେଙ୍କ ଅନୈତିକ ଦୁଷ୍ଟାମୀ, କର୍କଟ ସଚେତନତା ନା ଶସ୍ତା ଲୋକପ୍ରିୟତା?

The Sakala Picture
Published On

ମୃତ୍ୟୁ ଏକ ନିଷ୍ଠୁର ତଥା ଧ୍ରୁବ ସତ୍ୟ। ଅକାଳମୃତ୍ୟୁ ଓ ଅପମୃତ୍ୟୁ ବିଶେଷଭାବେ ବିକଟାଳ ଓ ଦୁର୍ବିସହ। ସେ ପୁଣି ଯେତେବେଳେ କ୍ୟାନ୍‌‌ସର ରୋଗଜନିତ ହୋଇଥାଏ ତାହା କେତେ ଯେ ମର୍ମନ୍ତୁଦ ତାହା ଭୁକ୍ତଭୋଗୀ ତଥା ସମ୍ପୃକ୍ତ ପରିବାର ଓ ବନ୍ଧୁବାନ୍ଧବ ହିଁ ଜାଣନ୍ତି। ତେଣୁ ମୃତ୍ୟୁକୁ ନେଇ ଏବଂ ବିଶେଷକରି କ୍ୟାନ୍‌‌ସର ଜନିତ ମୃତ୍ୟୁକୁ ନେଇ କୌଣସି ପିଲାଖେଳ ବା ନାଟକ ଆଦୌ ଗ୍ରହଣୀୟ ନୁହେଁ। ଏଇ ନିକଟରେ ଘଟିଥିବା ଏଭଳି ଏକ ଘଟଣା ସାରା […]

ମୃତ୍ୟୁ ଏକ ନିଷ୍ଠୁର ତଥା ଧ୍ରୁବ ସତ୍ୟ। ଅକାଳମୃତ୍ୟୁ ଓ ଅପମୃତ୍ୟୁ ବିଶେଷଭାବେ ବିକଟାଳ ଓ ଦୁର୍ବିସହ। ସେ ପୁଣି ଯେତେବେଳେ କ୍ୟାନ୍‌‌ସର ରୋଗଜନିତ ହୋଇଥାଏ ତାହା କେତେ ଯେ ମର୍ମନ୍ତୁଦ ତାହା ଭୁକ୍ତଭୋଗୀ ତଥା ସମ୍ପୃକ୍ତ ପରିବାର ଓ ବନ୍ଧୁବାନ୍ଧବ ହିଁ ଜାଣନ୍ତି। ତେଣୁ ମୃତ୍ୟୁକୁ ନେଇ ଏବଂ ବିଶେଷକରି କ୍ୟାନ୍‌‌ସର ଜନିତ ମୃତ୍ୟୁକୁ ନେଇ କୌଣସି ପିଲାଖେଳ ବା ନାଟକ ଆଦୌ ଗ୍ରହଣୀୟ ନୁହେଁ। ଏଇ ନିକଟରେ ଘଟିଥିବା ଏଭଳି ଏକ ଘଟଣା ସାରା ଦେଶରେ ଚମକ ସୃଷ୍ଟି କରିଛି। ଜଣେ ମଧ୍ୟମସ୍ତରର ବଲିଉଡ୍‌‌ ଅଭିନେତ୍ରୀ ପୁନମ ପାଣ୍ଡେ ନାଟକୀୟ ଭାବରେ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି ଦୁଃଖଦ ଖବରଟିଏ ପ୍ରକାଶ ପାଇଲା। ସାରା ଫିଲ୍ମଜଗତ ତଥା ତାଙ୍କର ପ୍ରଶଂସକ ଓ ସାଧାରଣ ଲୋକେ ଏହାକୁ ସତ ମନେ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ବିଶେଷକରି ତାଙ୍କର ଗର୍ଭାଶୟ କ୍ୟାନ୍‌‌ସର ଜନିତ ମୃତ୍ୟୁ ଜନମାନସକୁ ଆଲୋଡ଼ିତ କରିଥିଲା; କାରଣ ଏ ପ୍ରକାର କ୍ୟାନ୍‌‌ସର ରୋଗରୁ ଆରୋଗ୍ୟ ପାଇଁ ଆଜିକାଲି ସହଜରେ ପ୍ରତିଷେଧକ ଟିକା ଉପଲବ୍ଧ ହେଉଛି। ନିୟମିତ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଇ ଏହି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରେ। ତେଣୁ ଏହି ରୋଗରେ ଜଣେ ଉଚ୍ଚଶିକ୍ଷିତା ତଥା ଆର୍ଥିକ ସ୍ୱଚ୍ଛଳ ଓ ବଲିଉଡ୍‌‌ ଅଭିନେତ୍ରୀଙ୍କର ମୃତ୍ୟୁ ଘୋଷଣା ସମସ୍ତଙ୍କୁ ବିସ୍ମିତ କରିଥିଲା।

କଥାଟି ସେତିକିରେ ସରିଲା ନାହିଁ। ଦିନକ ପରେ ଅଭିନେତ୍ରୀ ପୁନ୍‌‌ମ ହଠାତ୍‌‌ ଘୋଷଣା କଲେ ଯେ ତାଙ୍କର ମୃତ୍ୟୁ ହୋଇନାହିଁ ଏବଂ ସେ କେବଳ ଗର୍ଭାଶୟ କ୍ୟାନ୍‌‌ସର ରୋଗ ବିଷୟରେ ଆମ ଦେଶରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ରୋଗରେ ନିଜର ମୃତ୍ୟୁ ଜାଣିଶୁଣି ମିଛରେ ଘୋଷଣା କରିଥିଲେ। ଏ ଖବର ପ୍ରସାରିତ ହେଲାମାତ୍ରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହେଲା ଏବଂ କେତେକ ତାଙ୍କୁ ଏଭଳି ଏକ ଦୁଃସାହସିକ ତଥା ସମାଜମଙ୍ଗଳ ପଦକ୍ଷେପ ପାଇଁ ସାଧୁବାଦ ଜଣାଇଲେ ତ ଆହୁରି ଅନେକ ସଂଖ୍ୟାରେ ତାଙ୍କ ବିରୁଦ୍ଧରେ ବିଷୋଦ୍‌‌ଗାର କରିବା ଆରମ୍ଭ କଲେ। ବିଭିନ୍ନ ଡିଜିଟାଲ୍‌‌ ସାମାଜିକ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସାର ବାର୍ତ୍ତା କମ୍‌‌, ଗାଳି ଓ ନିନ୍ଦାର ବନ୍ୟା ଛୁଟିଲା। ପୂର୍ବରୁ ଜଣେ ବହୁଚର୍ଚ୍ଚିତ ଓ ବିବାଦୀୟ ଅଭିନେତ୍ରୀ ଭାବେ ପୁନମ୍‌‌ ପାଣ୍ଡେଙ୍କର ପରିଚିତି ରହି ଆସିଛି। ସେ ଅନେକ ଦୁଃସାହସିକ ପଦକ୍ଷେପ ନେଇଥା’ନ୍ତି କେବଳ ନିଜର ଲୋକପ୍ରିୟତା ବୃଦ୍ଧି ପାଇଁ! ବିବାଦ, ବିତର୍କ ଓ ମିଡିଆରେ ଆଲୋଡ଼ନ ସୃଷ୍ଟି କରିବା ସତେଯେମିତି ତାଙ୍କର ପ୍ରକୃତିଗତ ଅଭ୍ୟାସ ହୋଇଯାଇଛି। ସେହିଭଳି ଅନେକଥର ଅଭଦ୍ର ଓ ଅଶ୍ଳୀଳ ବାର୍ତ୍ତା, ଘୋଷଣା ଓ ଅଙ୍ଗ ପ୍ରଦର୍ଶନ ଆଦି ପାଇଁ ସେ ବଲିଉଡର ଜଣେ ବହୁଚର୍ଚ୍ଚିତ ବ୍ୟକ୍ତି।

ଏଥର କିନ୍ତୁ ପୁନମ୍‌‌ ପାଣ୍ଡେ ଯାହା କଲେ ତାହା କେବଳ ଅନୈତିକ ନୁହେଁ, ବରଂ ବୀଭତ୍ସତା ଭାବେ ତାଙ୍କ ପାଇଁ ବହୁ ନିନ୍ଦା ଆଣିଦେଲା। ସାରା ଦେଶକୁ କ୍ୟାନ୍‌‌ସର ଚିକିତ୍ସକ, କର୍କଟ ପୀଡ଼ିତଙ୍କ ରୋଗୀ ସେବାକାରୀ ତଥା ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିନିମନ୍ତେ ଦୃଢ଼ ପ୍ରତିବାଦ ଜଣାଇଲେ। ଟେଲିଭିଜନ୍‌‌ ଓ ଡିଜିଟାଲ୍‌‌ ଗଣମାଧ୍ୟମ ମଞ୍ଚରେ ଆରୋପ କରାଗଲା ଯେ ପୁନମ୍‌‌ ପାଣ୍ଡେ ତାଙ୍କର ଏହି ମିଛ-ମୃତ୍ୟୁ ଘୋଷଣା ଦ୍ୱାରା ସମ୍ବାଦ ପାଠକ ଓ ଶ୍ରୋତଗଣଙ୍କୁ ବିଭ୍ରାନ୍ତ କରି ଆତ୍ମପ୍ରଚାର କଲେ ଏବଂ ତା’ ସହିତ କ୍ୟାନ୍‌‌ସର ଭଳି ଦୁରାରୋଗ୍ୟ ବ୍ୟାଧିର ପୀଡ଼ିତମାନଙ୍କୁ ଉପହାସ କଲେ। ଆଉ କେହି କେହି ତ ଖୋଲାଖୋଲି କହିଲେ ଯେ ସମାଜରେ ସଚେତନତା ବୃଦ୍ଧି ପାଇଁ ପୁନମ୍‌‌ପାଣ୍ଡେ ନିଜର ଛଳନା ମୃତ୍ୟୁ ଘୋଷଣା ନ କରି ସିଧାସଳଖ ଗର୍ଭାଶୟ କର୍କଟକୁ କିଭଳି ପ୍ରତିରୋଧ କରାଯାଇପାରିବ ଓ ଏ ସମ୍ପର୍କରେ ଉପଲବ୍ଧ ଟିକା ଓ ଔଷଧ ବିଷୟରେ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥା’ନ୍ତେ। ଏଭଳି ନ କରି ମୃତ୍ୟୁକୁ ଉପହାସ କରିବା ଓ ଭୟଙ୍କର କ୍ୟାନ୍‌‌ସର ରୋଗକୁ ନେଇ ଛଳନା ନାଟକ କରିବା ଆଦୌ ଗ୍ରହଣୀୟ ନୁହେଁ।

ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ବିତର୍କ ମଧ୍ୟ ଦେଖାଦେଲା। ତାହା ହେଉଛି ଯେ ଗର୍ଭାଶୟ କ୍ୟାନ୍‌‌ସର(ସର୍ଭାଇକାଲ୍‌‌ କ୍ୟାନ୍‌‌ସର) ଏକ ଏଭଳି ରୋଗ, ଯାହା ବହୁବ୍ୟକ୍ତିଙ୍କ ସହ ସହବାସ ପରିସ୍ଥିତିରେ ଅଧିକ ଦେଖାଯାଏ। ଏହାର ଅର୍ଥ ଯେଉଁମାନେ ଏହି ରୋଗରେ ପୀଡ଼ିତ ବା ପୀଡ଼ିତା ସେମାନେ ଦୁରାଚାରୀ ତଥା ଅନୈତିକ ତଥା ସହବାସ କାର୍ଯ୍ୟରେ ଲିପ୍ତ ଥା’ନ୍ତି। ଜଣେ ବଲିଉଡ୍‌‌ ଅଭିନେତ୍ରୀଙ୍କ ଦ୍ୱାରା ଏଭଳି ଅନୈତିକ ଲାଞ୍ଛନାର ଇଙ୍ଗିତ କରିବା ଆହୁରି ନିନ୍ଦନୀୟ। ପୂର୍ବବର୍ତ୍ତୀ ସମୟରେ ଆମେମାନେ ଜାଣିଛୁ ଯେ ଏଚ୍‌‌ଆଇଭି ଏଡ୍‌‌ସ ବେମାରୀ ସହିତ ଅନୈତିକ ଓ ସଂଖ୍ୟାଧିକ ବ୍ୟକ୍ତିଙ୍କ ସହ ସହବାସ ଭଳି ସାମାଜିକ ଲାଞ୍ଛନା ଓ ଅପମାନ ଯୋଡ଼ି ହୋଇଥିଲା। ସେଥିପାଇଁ ଭାରତରେ ଏଡ୍‌‌ସ ନିରାକରଣ ଅଭିଯାନରେ ଯୁବଗୋଷ୍ଠୀଙ୍କର ସଚେତନତା ବୃଦ୍ଧି ପାଇଁ ବାରମ୍ବାର ପ୍ରସାର ପ୍ରଚାର ଅଭିଯାନ କରାଗଲା ଏବଂ ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ପରିବାର ପାଇଁ ମନସ୍ତାତ୍ତ୍ୱିକ ପୁନର୍ବାସ ଏକ ମୁଖ୍ୟ ଉପଚାର ହୋଇପଡ଼ିଥିଲା। ସେହି ପୃଷ୍ଠଭୂମିରେ ଦେଖିଲେ ପୁନମ୍‌‌ ପାଣ୍ଡେଙ୍କର ଏଭଳି ଦାୟିତ୍ୱହୀନ ବ୍ୟବହାର ଗର୍ଭାଶୟ କର୍କଟ ରୋଗୀମାନଙ୍କୁ ପରୋକ୍ଷରେ ସାମାଜିକ ଲାଞ୍ଛନାର ଶିକାର କରୁଛି ଏଥିରେ ସନ୍ଦେହ ନାହିଁ। ତେବେ ମୋଟ ଉପରେ ଦେଖିବାକୁ ଗଲେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ବ୍ୟବହାର ଓ ପରବର୍ତ୍ତୀ ସ୍ପଷ୍ଟୀକରଣ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ନିଶ୍ଚୟ ହୋଇଛି। ଏହାଦ୍ୱାରା ଗର୍ଭାଶୟ କର୍କଟ ଓ ଏହାର ନିରାକରଣ ସମ୍ପର୍କରେ କିଛିଟା ସଚେତନତା ନିଶ୍ଚୟ ବୃଦ୍ଧି ପାଇଛି। କିନ୍ତୁ ସେହି ଅଭିନେତ୍ରୀ ଯେଉଁ ଉପାୟ ଅବଲମ୍ବନ କଲେ ତାହାର ଉଦ୍ଦେଶ୍ୟ ଯେତେ ମହତ୍‌‌ ଥିଲେ ମଧ୍ୟ ଏହା ଯେ ତାଙ୍କର ଅଦୂରଦର୍ଶିତା ତଥା ଅପରିପକ୍ୱ ମାନସିକତାର ପରିଚୟ ଦିଏ ଏଥିରେ ସନ୍ଦେହ ନାହିଁ।

ଏବେ ଆଉଗୋଟିଏ ଏହିଭଳି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ହଲିଉଡ୍‌‌ର ବହୁପୁରସ୍କୃତ ଆଗଧାଡ଼ିର ଅଭିନେତ୍ରୀ ହାଲ୍‌‌ ବେରୀ ନିଜର ଏକ ଫଟୋଚିତ୍ର ଗଣମାଧ୍ୟମରେ ପ୍ରକାଶିତ କରି ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେବା ପରର ଏକ ବିଶେଷ ସମସ୍ୟାକୁ ଚର୍ଚ୍ଚାକୁ ଆଣିଛନ୍ତି। ଏଥିପାଇଁ ମଧ୍ୟବୟସ୍କା ମହିଳାମାନଙ୍କୁ ସହଜରେ ଉପଲବ୍ଧ ରୋଗ ନିଦାନ ପ୍ରକ୍ରିୟା ତଥା ଚିକିତ୍ସା ଓ ଡାକ୍ତରୀ ପରାମର୍ଶ ଆଦି ବିଷୟରେ ଅବଗତ କରାଇଛନ୍ତି। ଋତୁସ୍ରାବ ଭଳି ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାର ବୟସାଧିକ୍ୟ ଜନିତ ବନ୍ଦ ହେବା ପ୍ରକ୍ରିୟା ବିଷୟରେ ଖୋଲାଖୋଲି ସର୍ବସାଧାରଣରେ ଆଲୋଚନାରେ ସାମିଲ୍‌‌ ହୋଇଥିବାରୁ ହାଲ୍‌‌ ବେରୀଙ୍କୁ ତାଙ୍କର ବିଶାଳ ସାମାଜିକ ଗଣମାଧ୍ୟମ ପ୍ରଶଂସକମାନେ ସ୍ୱାଗତ ଜଣାଇଛନ୍ତି। ସେ ଯେଉଁଭଳି ଏକ ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏ ବିଷୟଟି ସମସ୍ତଙ୍କ ଆଗରେ ଉପସ୍ଥାପିତ କରିଛନ୍ତି ତାହା ନିଶ୍ଚିତ ଏହି ସମସ୍ୟା ନିରାକରଣ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବ। ଉଭୟ ହାଲ୍‌‌ ବେରୀ ଓ ପୁନମ୍‌‌ ପାଣ୍ଡେଙ୍କ ଆଚରଣକୁ ତୁଳନା କଲେ ମହିଳା ସ୍ୱାସ୍ଥ୍ୟ ସମସ୍ୟାକୁ ଅଗ୍ରାଧିକାର ଦେବା ପାଇଁ ହଲିଉଡ୍‌‌ ଅଭିନେତ୍ରୀଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବେ। ବଲିଉଡ୍‌‌ ଅଭିନେତ୍ରୀ ପୁନମ୍‌‌ ପାଣ୍ଡେ ଏଥିରୁ ଶିକ୍ଷାଲାଭ କରି ଭବିଷ୍ୟତରେ ଆଉ ଏଭଳି ହାସ୍ୟାସ୍ପଦ ତଥା ଦୁର୍ଭାଗ୍ୟଜନକ ଘଟଣା ସୃଷ୍ଟି କରିବେ ନାହିଁ ବୋଲି ଆମର ଆଶା। ମହିଳା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସାର୍ବଜନୀନ ଆଚରଣ ଋଚିପୂର୍ଣ୍ଣ, ନୀତିଗତ ତଥା ସମ୍ବେଦନଶୀଳ ହେବା ଅତ୍ୟନ୍ତ ଆବଶ୍ୟକ।

05 Feb 2024 By The Sakala

https://www.thesakala.in/sakala-editorial/sakal-editorial-05-02-2024/article-29662
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର