କବିତୀର୍ଥ ବରପାଲି

The Sakala Picture
Published On

ଋଷିପ୍ରତିମ କବି ଗଙ୍ଗାଧର ମେହେର ସମଗ୍ର ଭାରତୀୟ ସାହିତ୍ୟରେ ଏକ ଅନନ୍ୟ ଆଲୋକ ଦୀପ୍ତ ପ୍ରତିଭା। ତାଙ୍କ କବିତ୍ବ ଓ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ ‘’ଆପଣ ସୁକବି ଓ ସୁଲେଖ କେବଳ ଏହିକଥା ମନେକରି ମୁଁ ଯେ ଆପଣଙ୍କୁ ଶ୍ରଦ୍ଧା କରେ ତାହା ନୁହେଁ, ମୁଁ ଜାଣେ ଆପଣ ଜଣେ ଅତି ପବିତ୍ର ହୃଦୟ, ସାଧୁ ପୁରୁଷ। ଆପଣ କେବଳ ମୋହର ଶ୍ରଦ୍ଧା ଆକର୍ଷଣ କରିଛନ୍ତି ତାହା ନୁହେଁ, ସେହି ଶ୍ରଦ୍ଧା […]

ଋଷିପ୍ରତିମ କବି ଗଙ୍ଗାଧର ମେହେର ସମଗ୍ର ଭାରତୀୟ ସାହିତ୍ୟରେ ଏକ ଅନନ୍ୟ ଆଲୋକ ଦୀପ୍ତ ପ୍ରତିଭା। ତାଙ୍କ କବିତ୍ବ ଓ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ ‘’ଆପଣ ସୁକବି ଓ ସୁଲେଖ କେବଳ ଏହିକଥା ମନେକରି ମୁଁ ଯେ ଆପଣଙ୍କୁ ଶ୍ରଦ୍ଧା କରେ ତାହା ନୁହେଁ, ମୁଁ ଜାଣେ ଆପଣ ଜଣେ ଅତି ପବିତ୍ର ହୃଦୟ, ସାଧୁ ପୁରୁଷ। ଆପଣ କେବଳ ମୋହର ଶ୍ରଦ୍ଧା ଆକର୍ଷଣ କରିଛନ୍ତି ତାହା ନୁହେଁ, ସେହି ଶ୍ରଦ୍ଧା ସଙ୍ଗେସଙ୍ଗେ ଆନ୍ତରିକ ଭକ୍ତି ମଧ୍ୟ ଆକର୍ଷଣ କରିଛନ୍ତି। ସ୍ବାର୍ଥପର ସଂସାରର ଚକ୍ଷୁରେ ଆପଣ ସାମାନ୍ୟ ହେଲେ ହେଁ ମୋ ଚକ୍ଷୁରେ ଆପଣଙ୍କ ମୂଲ୍ୟ କୋହିନୁର ଅପେକ୍ଷା ଅଧିକ ।” ନିଜର ଜୀବନକାଳରେ ଏତେ ଅଜସ୍ର ଓ ବିପୁଳ ଶ୍ରଦ୍ଧା ଲାଭ କରିଥିବା କବି ଗଙ୍ଗାଧର ଆଜି ମଧ୍ୟ ସମସ୍ତଙ୍କ ହୃଦୟ ସିଂହାସନରେ ଅଧିଷ୍ଠିତ। କେବଳ କବିତୀର୍ଥ ବରପାଲିରେ ନୁହେଁ, ସାରା ଓଡ଼ିଶାରେ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଆନ୍ତରିକତାର ସହ ପାଳିତ ହେଉଛି। ତାଙ୍କରି ଯୋଗୁଁ ଆଜି ବରପାଲି ମାଟି ପବିତ୍ର ହୋଇଛି, ପରିଣତ ହୋଇଛି କବିତୀର୍ଥରେ। ହେଲେ ପରିତାପର ବିଷୟ କବିଙ୍କ ଜନ୍ମସ୍ଥାନ କବିଭବନ, ଗଙ୍ଗାଧର ପ୍ରତିମୂର୍ତ୍ତି, ଗଙ୍ଗାଧର ସୃତି ଭବନ ପରିସର ଓ ସମାଧିପୀଠ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଓ ବିକାଶ ଆମ ପାଇଁ ଏକ ଜାତୀୟ କର୍ତ୍ତବ୍ୟ ହୋଇଥିଲେ ସୁଦ୍ଧା ସରକାରୀ ସ୍ତରରେ ଏଥିପ୍ରତି ଅଧିକ ସୁଦୃଷ୍ଟି ଅତ୍ୟାବଶ୍ୟକ ।

ସ୍ବଭାବକବି ଗଙ୍ଗାଧର ମେହେରଙ୍କ ତିରୋଧାନ ପରେ ବରପାଲି ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ କବିଙ୍କ ସୃତିରକ୍ଷା ପାଇଁ ଅନେକ ଉଦ୍ୟମ ହୋଇଛି । ବରପାଲିରେ ରହିଛି କବିଙ୍କ ଜନ୍ମଗୃହ “କବିଭବନ” । ଓଡ଼ିଶାର ପ୍ରଖ୍ୟାତ କବି ମାୟାଧର ମାନସିଂହ ଓଡିଶା ସରକାରଙ୍କୁ କବିଙ୍କ ଜନ୍ମଗୃହକୁ ଜାତୀୟକରଣ ପାଇଁ ପ୍ରସ୍ତାବ ଦେଇଥିଲେ l ୧୯୬୯ ମସିହାରେ କବିଙ୍କ ଜନ୍ମଗୃହ ଓଡିଶା ସରକାରଙ୍କ ଦ୍ୱାରା ଜାତୀୟକରଣ ହୋଇଥିଲା। ସେଇଦିନଠାରୁ କବିଙ୍କ ଜନ୍ମଗୃହ ଏକ ପବିତ୍ର ପୀଠ ଭାବରେ ‘ କବିଭବନ’ ନାମରେ ସର୍ବଜନ ବିଦିତ। ସେଇ କବିଭବନରେ ରହିଛି କବିଙ୍କ ଜନ୍ମପୀଠ ଓ ସାଧନାପୀଠ। ଓଡିଶା ସରକାରଙ୍କ ତରଫରୁ କବିଭବନରେ ପ୍ରତିଷ୍ଠା କରାଯାଇଛି ଏକ ଲାଇବ୍ରେରୀ। ୧୯୬୨ ମସିହାରେ ସ୍ବଭାବ କବିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ଏକ ଶତବାର୍ଷିକୀ କମିଟୀ ଗଠନ କରାଯାଇଥିଲା । ଶତବାର୍ଷିକୀ କମିଟିର ଅନୁରୋଧ କ୍ରମେ “କବିଭବନ”ର ଜାତୀୟକରଣ କରିବାରେ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟାନନ୍ଦ ପଟନାୟକ, ଆଇନ ମନ୍ତ୍ରୀ ବନମାଳୀ ବାବୁ, ପରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ, ସଂସ୍କୃତି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମୁରାରୀ ପ୍ରସାଦ ମିଶ୍ର ପ୍ରମୁଖଙ୍କ ଆନ୍ତରିକ ପ୍ରୟାସ ଥିଲା ଉଲ୍ଲେଖନୀୟ ।

ଓଡିଶା ସରକାର ସେତେବେଳେ କବିପରିବାରଙ୍କୁ ବରପାଲିରେ ଏକ ସ୍ୱତନ୍ତ ଗୃହନିର୍ମାଣ କରିବା ପାଇଁ ୨୦ ଡେସିମିଲ ର ଖଣ୍ଡିଏ ସରକାରୀ ଜମି ଓ ୨୫ ହଜାର ଟଙ୍କା ପ୍ରଦାନ କରି କବିଙ୍କ ଜନ୍ମଗୃହକୁ ଜାତୀୟ ସମ୍ପତ୍ତିରୂପେ ଗ୍ରହଣ କରିଥିଲେ l ମାତ୍ର ସମ୍ପ୍ରତି କବିଭବନର ଚାରିପଟେ ବହିଯାଉଛି ନାଳନର୍ଦ୍ଦମାର ପାଣି। ଅପରିଚ୍ଛନ୍ନ ପରିବେଶ ଓ ବହିଯାଉଥିବା ନର୍ଦ୍ଦମାର ଜଳ ପର୍ଯ୍ୟଟକଙ୍କ ମନରେ ଆଣୁଛି ଅସନ୍ତୋଷ ଓ ଅସ୍ବସ୍ତିକର ଭାବନା ।

ସ୍ବଭାବକବି ଗଙ୍ଗାଧରଙ୍କ ଜନ୍ମଗୃହ ପ୍ରଖ୍ୟାତ ଇଂରାଜୀ ଲେଖକ ସେକ୍ସପିଅରଙ୍କ ଜନ୍ମପୀଠ ଭଳି ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହେବା କଥାବୋଲି ୧୯୭୪-୭୫ ମସିହାରେ ତତ୍କାଳୀନ ରାଜ୍ୟପାଳଙ୍କ ପରାମର୍ଶଦାତା ସତାରବାଲା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

୧୯୪୫ ମସିହାରେ ବରପାଲିରେ ପ୍ରଥମେ ପ୍ରତିଷ୍ଠା ହୋଇଥିଲା କବିଙ୍କ ଏକ ଆବକ୍ଷ ମାର୍ବଲ ପ୍ରତିମୂର୍ତ୍ତି, ଯାହା ଗଙ୍ଗାଧର ସ୍ମୃତିଭବନ ପରିସରରେ ଅବସ୍ଥିତ। ପୁଣି ବରପାଲି ବସ ଷ୍ଟାଣ୍ଡ ନିକଟରେ ୨୦୦୨ ମସିହାରେ ପ୍ରତିଷ୍ଠା କରାଯାଇଛି ସ୍ବଭାବକବି ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କବିଙ୍କ ତିରୋଧାନର ୧୩ ବର୍ଷ ପରେ ୧୯୩୭ ମସିହାରେ ନିର୍ମିତ ହୋଇଛି କବିଙ୍କ ପବିତ୍ର ସମାଧିପୀଠ। ବରଗଡ଼ – ବଲାଙ୍ଗୀର ଜାତୀୟ ରାଜପଥ ଉପରେ ବରପାଲିଠାରୁ ଅଳ୍ପ ଦୂରରେ ଏହି ପବିତ୍ର କବିସମାଧି ଅବସ୍ଥିତ l କବିଙ୍କ ଶ୍ରାଦ୍ଧ ଦିବସରେ ପୂର୍ବରୁ ଏଠାରେ ଆୟୋଜନ ହେଉଥିଲା ଗଙ୍ଗାଧର ସଂଗୀତ ଓ କବିତା ପାଠୋତ୍ସବ। କିନ୍ତୁ ରକ୍ଷଣାବେକ୍ଷଣ ଓ ଯତ୍ନ ଅଭାବରୁ ଏହି ସ୍ମୃତିପୀଠର ପରିସର ଏବେ ଅନାବନା ଗଛଲତା ଓ ଘାସରେ ପରିପୂର୍ଣ। ଅତ୍ୟନ୍ତ ଅବହେଳିତ ଓ ଅପରିଚ୍ଛନ୍ନ। ସମାଧିପୀଠ ର ନବୀକରଣ କରିବା ପାଇଁ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ।

କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତି ନିକଟରେ ୧୯୫୪ ମସିହାରେ ବରପାଲିର କଳା, ସାହିତ୍ୟ ଓ ସାଂସ୍କୃତିକ ସମାବେଶ ଆୟୋଜନ ପାଇଁ ଗଙ୍ଗାଧର ସ୍ମୃତିଭବନର ନିର୍ମାଣର ଶୁଭାରମ୍ଭ ହୋଇଥିଲା ତତ୍କାଳୀନ ରେଭିନ୍ୟୁ କମିଶନର ଶ୍ରୀ ନୀଳମଣି ସେନାପତିଙ୍କ ଶୁଭ ହସ୍ତରେ। ଏହାର ନିର୍ମାଣ ପାଇଁ ଏକ ଅଭିନବ ଉପାୟରେ ଅଣି-ମୁଦ୍ରା ମାର୍ଗ ପ୍ରଦର୍ଶନ ଦ୍ୱାରା ୬୬୬ ଟଙ୍କା ସଂଗୃହିତ ହୋଇଥିଲା। ତତ୍କାଳୀନ ସମ୍ବଲପୁର ଡେପୁଟି କଲେକ୍ଟର ଏହାର ଉପଯୋଗିତା ଅନୁଭବ କରି ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ସ୍ମୃତିଭବନ ନିର୍ମାଣ ପାଇଁ ଏକ କମିଟି ଗଠନ କରାଯାଇଥିଲା। ସଭାପତି- ସମ୍ବଲପୁର ଡେପୁଟି କମିଶନର, ସମ୍ପାଦକ- ଗଣନାଥ ଗଡତିଆ, ସଦସ୍ୟ ଭାବରେ କବିପୁତ୍ର ଭଗବାନ ମେହେର, ଭାଗିରଥୀ ପୂଜାରୀ, କାଶୀନାଥ ସାହୁ, ଶ୍ରୀମାତାପ୍ରସାଦ ସାହୁ, ଭବାନୀଶଙ୍କର ପ୍ରଧାନ ଓ ଆମେରିକାନ ଫ୍ରେଣ୍ଡସ ସୋସାଇଟିର ନିର୍ଦ୍ଦେଶକ । ସଂଗୃହିତ ଚାନ୍ଦା ଓ ଅନୁଦାନ ରେ ନିର୍ମିତ ଗଙ୍ଗାଧର ସ୍ମୃତିଭବନ ୧୯୫୫ ଜୁଲାଇ ୧୯ ତାରିଖ ଦିନ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଶ୍ରୀ ରାଧାନାଥ ରଥଙ୍କ ଦ୍ୱାରା ଉଦଘାଟିତ ହେଲା। ଗଙ୍ଗାଧର ସ୍ମୃତିଭବନକୁ ଭାଙ୍ଗିଦେଇ ସ୍ମୃତିଭବନ ପରିସରରେ ସରକାରଙ୍କ ଆର୍ଥିକ ଅନୁଦାନରେ ଏବେ ନିର୍ମାଣ ଚାଲିଛି ଏକ ଅଡିଟୋରିଅମ। ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି l ଦୁର୍ଭାଗ୍ୟ ବିଷୟ ଗଙ୍ଗାଧର ସ୍ମୃତିଭବନ ପରିସରରେ କେତେକ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଚାଲିଛି ଅବୈଧ ନିର୍ମାଣ। ସ୍ମୃତିଭବନ ପରିସର ବର୍ତ୍ତମାନ ଲୋକଙ୍କ ପରିସ୍ରାଗାର ଓ ପାଇଖାନା ରେ ପରିଣତ। ଅସ୍ୱାସ୍ଥ୍ୟକର ଓ ଅପରିଚ୍ଛନ୍ନ ହୋଇରହିଛି ସ୍ମୃତିଭବନ ପରିସର। ଯାହାଙ୍କ ଲେଖନୀ ଓଡ଼ିଆ ସାହିତ୍ୟକୁ କରିଛି ସମୃଦ୍ଧ ଓ ପ୍ରାଣବନ୍ତ, ଯାହାଙ୍କ ଜୀବନ ଅନେକ କବିଙ୍କ ପାଇଁ ପ୍ରେରଣାର ଉତ୍ସ, ସେହି ସ୍ବଭାବ କବିଙ୍କ ପବିତ୍ର ସ୍ମୃତି ସ୍ମାରକୀ, ସ୍ମୃତିପୀଠ ସ୍ମୃତିଭବନ ଅତ୍ୟନ୍ତ ଅବହେଳିତ ଓ ଅପରିଚ୍ଛନ୍ନ୍ନ ହୋଇ ରହିଛି। କେତେ ଦୂର ଯଥାର୍ଥ ? ଅବଶ୍ୟ ସୁଖର କଥା ସ୍ମୃତିଭବନ ପରିସରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ତଥା ସ୍ମୃତିଭବନର ପୁନଃ ନିର୍ମାଣ ପାଇଁ ଗଠିତ ହୋଇଛି “ଗଙ୍ଗାଧର ସ୍ମୃତିଭବନ କମିଟି”l କବି ଗଙ୍ଗାଧର ଏ ମାଟିକୁ କରିଛନ୍ତି ଗୌରାବାନ୍ୱିତ । ଏ ଜାତି ତାଙ୍କ ପବିତ୍ର ସ୍ମୃତି ରକ୍ଷା ପାଇଁ କଣ କରିବ, ତା ହେବ ଆମ ସଂସ୍କୃତି ସମ୍ପନ୍ନତାର ପରିଚୟ ।

ଡ. ଶୁକମୁନି ମେହେର
ସମ୍ବଲପୁର, [email protected]

05 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର