ଆଜି ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା

The Sakala Picture
Published On

ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି ।  ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ ।  ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ,ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଅଁଳା ନବମୀ ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ପୌରାଣିକ କଥା ଅନୁସାରେ, ଥରେ ମା’ […]

ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି ।  ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ ।  ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ପରମା ଏକାଦଶୀ ୨୦୨୬: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ ମିଳିବ ନାହିଁ ବ୍ରତର ପୂର୍ଣ୍ଣ ଫଳ

ଶାସ୍ତ୍ର ଅନୁସାରେ,ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଅଁଳା ନବମୀ ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ପୌରାଣିକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ଭୂଲୋକକୁ ଭ୍ରମଣ କରିବାକୁ ଆସିଥିଲେ। ମର୍ତ୍ତ୍ୟଲୋକକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ଇଚ୍ଛା କଲେ। ସେତେବେଳେ ସେ ମନେପକାଇଲେ ଯେ, ତୁଳସୀ ବିଷ୍ଣୁଙ୍କର ପ୍ରିୟ, କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତ୍‌ପଶ୍ଚାତ ମାତା ସେଇ ଅଁଳା ଗଛର ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା।

କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା ଓ ପରିକ୍ରମା ପୂର୍ବକ ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗେଇଲେ ସମଗ୍ର କାର୍ତ୍ତିକ ମାସର ପୁଣ୍ୟ ଗୋଟିଏ ଦିନରେ ପ୍ରାପ୍ତି ହୋଇଥାଏ। ମହିଳାମାନେ ସନ୍ତାନ ପ୍ରାପ୍ତି ତଥା ସନ୍ତାନଙ୍କର ମଙ୍ଗଳ କାମନା କରି ଅଁଳାଗଛକୁ ପୂଜା କରିଥାନ୍ତି । ହଳଦୀ, ସିନ୍ଦୂର ଆଦି ଲଗାଇବା ପରେ ଗଛରେ କ୍ଷୀର ଅର୍ପଣ କରାଯାଏ। ଏହାପରେ ଗଛର ପରିକ୍ରମା କରାଯାଏ। ଗଛରେ ନାଲି ସୂତା ଗୁଡ଼ା ଯାଇଥାଏ। ପୂଜା ପରେ ବ୍ରତ କଥା ପଢ଼ାଯାଏ। ହବିଷ୍ୟାଳିମାନେ କାର୍ତ୍ତିକ ମାସରେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧିବା ସହ ଚାରିପଟେ ପ୍ରଦକ୍ଷିଣ କରିଥାନ୍ତି । ପଦ୍ମପୁରାଣ ଅନୁଯାୟୀ, ଏହି ଦିନ ଅଁଳା ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ।

ଆଜି ମଧ୍ୟ ଶ୍ରୀରାଧାଙ୍କ ପାଦ ଦର୍ଶନ। ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ଶ୍ରୀରାଧାଙ୍କର ପାଦପଦ୍ମକୁ ବର୍ଷକେ ଥରେ କାର୍ତ୍ତିକ ଅଁଳା ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଆଜିର ଦିନରେ ଶ୍ରୀରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ବିଭୂଷିତ ହୋଇ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

21 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର