ଭାରତର ଏପରି ଏକ ମନ୍ଦିର ଯେଉଁଠି ଶ୍ରାବଣ ମାସରେ ନିତି ଗଢ଼ାଯାଏ ୭୦୦୦ ଶିବଲିଙ୍ଗ

The Sakala Picture
Published On

ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ ହୋଇଉଠେ। ବିଭିନ୍ନ ସ୍ଥାନରେ ଏହି ମାସରେ ଶିବଙ୍କର ବିଶେଷ ପୂଜାଚ୍ଚର୍ନା କରାଯାଏ। ଏମିତି କିଛି ବିଶେଷ ପୂଜା ରାଜସ୍ଥାନର ପାଲିସ୍ଥିତ ପର୍ଶୁରାମ ମନ୍ଦିରରେ କରାଯାଏ। […]

ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ ହୋଇଉଠେ। ବିଭିନ୍ନ ସ୍ଥାନରେ ଏହି ମାସରେ ଶିବଙ୍କର ବିଶେଷ ପୂଜାଚ୍ଚର୍ନା କରାଯାଏ। ଏମିତି କିଛି ବିଶେଷ ପୂଜା ରାଜସ୍ଥାନର ପାଲିସ୍ଥିତ ପର୍ଶୁରାମ ମନ୍ଦିରରେ କରାଯାଏ। ଶିବଙ୍କ କୃପା ପାଇବା ପାଇଁ ଭକ୍ତମାନେ ଏଠାରେ ବିଶେଷ ରୀତୀନୀତିରେ ଆରାଧନା କରନ୍ତି। ଶ୍ରଦ୍ଧାଳୁମାନଙ୍କ ପାଇଁ ଏଠାରେ ପ୍ରତିଦିନ ସାତ ହଜାର ଶିବଲିଙ୍ଗ ମାଟିରେ ତିଆରି କରାଯାଏ। ସମସ୍ତ ବିଧିବିଧାନ ସହକାରେ ଏଠାରେ ଶିବଲିଙ୍ଗ ସ୍ଥାପନ କରାଯାଏ। ପୂଜାକାର୍ଯ୍ୟ ସମାପ୍ତ ହୋଇସାରିବା ପରେ ଶିବଲିଙ୍ଗଗୁଡ଼ିକୁ ପର୍ଶୁରାମ ମହାଦେବଙ୍କ କୁଣ୍ଡରେ ବିସର୍ଜନ କରିଦିଆଯାଏ। ଧାର୍ମିକ ମାନ୍ୟତାନୁସାରେ, ଶ୍ରାବଣ ମାସରେ ମାଟି ଶିବ ଲିଙ୍ଗ ତିଆରି କରି ପୂଜାର୍ଚ୍ଚନା କରିବା ଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ। ନଦୀ କିମ୍ବା ପୋଖରୀର ମାଟିରେ ଗୁଡ଼, ଲହୁଣୀ, ଖିର ମିଶ୍ରଣ କରାଯାଇ ଏହି ମୃଣ୍ମୟ ଲିଙ୍ଗ ପ୍ରସ୍ତୁତ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp