ସ୍ନାନ ଓ ଦାନର ମାସ ତଥା ଶ୍ରୀବିଷ୍ଣୁଙ୍କ ପ୍ରିୟ କାର୍ତ୍ତିକ ମାସର ମାହାତ୍ମ୍ୟ

The Sakala Picture
Published On

କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି […]

କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । ତେବେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ବିଶେଷ ପୂଜାର୍ଚ୍ଚନା ସହିତ ଆଉ କିଛି ବିଧିବିଧାନ ପାଳନ କରିବା ନିୟମ ରହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

♦ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଆକାଶଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

♦ ଏହି ମାସରେ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ପୁଣ୍ୟଫଳଦାୟୀ ତୀର୍ଥ ଓ ନଦୀମାନଙ୍କର ସ୍ମରଣ କରିବା ଉଚିତ । ଏଭଳି କରିବା ଦ୍ୱାରା ମହିଳାମାନଙ୍କର ଆୟୁବୃଦ୍ଧି ହୁଏ । ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପାପକ୍ଷୟ ହୋଇଥାଏ ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

♦ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ତମ୍ବା ପାତ୍ରରେ ଜଳ, କୁଙ୍କୁମ, ଫୁଲ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ସହିତ “ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଜରୁରୀ।

♦ ଏହି ମାସରେ ତାମସିକ ବା ଅଧିକ ମସଲାଯୁକ୍ତ ଖାଦ୍ୟ ବର୍ଜନୀୟ । ଶୁଦ୍ଧ ଶାକାହାରୀ ଭୋଜନ ଖାଇବା ଆବଶ୍ୟକ।

♦ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଓ ପବିତ୍ର ନଦୀ ତଟରେ ଦୀପଦାନ କରିବା ବିଧେୟ । ତୁଳସୀଙ୍କୁ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।

♦ କାର୍ତ୍ତିକ ମାସରେ ଚିତ୍ତକୁ ଶାନ୍ତ ରଖୁବା ପାଇଁ ଧ୍ୟାନ କରନ୍ତୁ |

♦ କାର୍ତ୍ତିକ ମାସରେ ଶିବପୂଜାର ମହତ୍ତ୍ଵ ରହିଛି। ତେଣୁ ଶିବଙ୍କୁ ଜଳାଭିଷେକ କରି ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।

26 Oct 2021 By The Sakala

ସ୍ନାନ ଓ ଦାନର ମାସ ତଥା ଶ୍ରୀବିଷ୍ଣୁଙ୍କ ପ୍ରିୟ କାର୍ତ୍ତିକ ମାସର ମାହାତ୍ମ୍ୟ

କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ସମୟକୁ କାର୍ତ୍ତିକ ମାସ କୁହାଯାଏ । ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକକୁ ସ୍ନାନ ଓ ଦାନର ମାସ ମଧ୍ୟ କୁହାଯାଏ । ଏହି ମାସରେ ଭୋରରୁ ସ୍ନାନ କରିବା ଓ ଦାନ ଦେବା ଯୋଗୁଁ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । ତେବେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ବିଶେଷ ପୂଜାର୍ଚ୍ଚନା ସହିତ ଆଉ କିଛି ବିଧିବିଧାନ ପାଳନ କରିବା ନିୟମ ରହିଛି।

♦ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଆକାଶଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ।

♦ ଏହି ମାସରେ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ସହିତ ପୁଣ୍ୟଫଳଦାୟୀ ତୀର୍ଥ ଓ ନଦୀମାନଙ୍କର ସ୍ମରଣ କରିବା ଉଚିତ । ଏଭଳି କରିବା ଦ୍ୱାରା ମହିଳାମାନଙ୍କର ଆୟୁବୃଦ୍ଧି ହୁଏ । ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ଓ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପାପକ୍ଷୟ ହୋଇଥାଏ ।

♦ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ତମ୍ବା ପାତ୍ରରେ ଜଳ, କୁଙ୍କୁମ, ଫୁଲ ଓ ଚାଉଳ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦେବା ସହିତ “ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଜରୁରୀ।

♦ ଏହି ମାସରେ ତାମସିକ ବା ଅଧିକ ମସଲାଯୁକ୍ତ ଖାଦ୍ୟ ବର୍ଜନୀୟ । ଶୁଦ୍ଧ ଶାକାହାରୀ ଭୋଜନ ଖାଇବା ଆବଶ୍ୟକ।

♦ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଓ ପବିତ୍ର ନଦୀ ତଟରେ ଦୀପଦାନ କରିବା ବିଧେୟ । ତୁଳସୀଙ୍କୁ ପୂଜା କରିବା ଦ୍ବାରା ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି।

♦ କାର୍ତ୍ତିକ ମାସରେ ଚିତ୍ତକୁ ଶାନ୍ତ ରଖୁବା ପାଇଁ ଧ୍ୟାନ କରନ୍ତୁ |

♦ କାର୍ତ୍ତିକ ମାସରେ ଶିବପୂଜାର ମହତ୍ତ୍ଵ ରହିଛି। ତେଣୁ ଶିବଙ୍କୁ ଜଳାଭିଷେକ କରି ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ ।

https://www.thesakala.in/religion/lets-know-about-holy-karttika-month/article-6358
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର