ଜଗତ୍ଜନନୀ ମା’ ଦୁର୍ଗା ଧାରଣା କରିଥିବା ଅସ୍ତ୍ରଶସ୍ତ୍ରର କ’ଣ ରହିଛି ମହତ୍ତ୍ବ, ଆସନ୍ତୁ ଜାଣିବା…
ଶକ୍ତିମୟୀ ଜଗତ୍ଜନନୀ ଦୁର୍ଗା। ଦୁର୍ଗା ସପ୍ତଶତୀ ଅନୁସାରେ, ଅସୁରଶକ୍ତିର ବିନାଶ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା, କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ତାହାର ମହତ୍ତ୍ବ। ତ୍ରିଶୂଳ: ଭଗବାନ ଶିବ ଦେବୀ ଭଗବତୀ ଦୁର୍ଗାଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ। ତ୍ରିଶୂଳର ଧାର ତିନୋଟି ଗୁଣ ସତ୍ୟ, ରଜ ଓ ତମର ପ୍ରତୀକ ଅଟେ। ସୁଦର୍ଶନ ଚକ୍ର: ଶ୍ରୀବିଷ୍ଣୁଙ୍କ ମୁଖ୍ୟ ଆୟୁଧ ସୁଦର୍ଶନ […]
ଶକ୍ତିମୟୀ ଜଗତ୍ଜନନୀ ଦୁର୍ଗା। ଦୁର୍ଗା ସପ୍ତଶତୀ ଅନୁସାରେ, ଅସୁରଶକ୍ତିର ବିନାଶ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା, କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ତାହାର ମହତ୍ତ୍ବ।
ଆହୁରି ପଢ଼ନ୍ତୁ: ପରମା ଏକାଦଶୀ ୨୦୨୬: ଭୁଲ୍ରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ ମିଳିବ ନାହିଁ ବ୍ରତର ପୂର୍ଣ୍ଣ ଫଳ
- ତ୍ରିଶୂଳ: ଭଗବାନ ଶିବ ଦେବୀ ଭଗବତୀ ଦୁର୍ଗାଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ। ତ୍ରିଶୂଳର ଧାର ତିନୋଟି ଗୁଣ ସତ୍ୟ, ରଜ ଓ ତମର ପ୍ରତୀକ ଅଟେ।
- ସୁଦର୍ଶନ ଚକ୍ର: ଶ୍ରୀବିଷ୍ଣୁଙ୍କ ମୁଖ୍ୟ ଆୟୁଧ ସୁଦର୍ଶନ ଚକ୍ର। ଦୁଷ୍ଟଙ୍କ ସଂହାର ପାଇଁ ଶ୍ରୀହରି ମା’ଦୁର୍ଗାଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ, ଯାହାକୁ ମା’ ତର୍ଜନୀରେ ଧାରଣ କରିଛନ୍ତି। ଏହି ଅସ୍ତ୍ର ସମସ୍ତ ମନ୍ଦକୁ ନଷ୍ଟ କରି ସୃଷ୍ଟିର ସଞ୍ଚାଳନାରେ ଦେବୀ ଦୁର୍ଗାଙ୍କ ଭୂମିକାକୁ ଦର୍ଶାଇଥାଏ।
- କମଳ : କମଳ ହେଉଛି ଭଗବାନ ବ୍ରହ୍ମାଙ୍କର ପ୍ରତୀକ, ଯାହା ଜ୍ଞାନର ପ୍ରତିନିଧିତ୍ୱ କରେ । ଅନ୍ଧକାର ସମୟରେ ମନରେ ଆଧ୍ୟାତ୍ମିକ ଚେତନାର ଜାଗରଣର ପ୍ରତୀକ ଅଟେ ।
- ଖଡ୍ଡଗ୍: ଦେବୀ ଦୁର୍ଗାଙ୍କୁ ଭଗବାନ ଗଣେଶ ଖଡ଼ଗ୍ ପ୍ରଦାନ କରିଥିଲେ। ଯାହା ଜ୍ଞାନ ଏବଂ ବୁଦ୍ଧିର ପ୍ରତୀକ।
- ଶଙ୍ଖ: ବରୁଣ ଦେବ ଦେବୀ ଦୁର୍ଗାଙ୍କୁ ଶଙ୍ଖ ପ୍ରଦାନ କରିଥିଲେ। ଯାହାର ଧ୍ବନି ନକାରାତ୍ମକତାକୁ ନଷ୍ଟ କରିଥାଏ।
- ଧନୁ ଏବଂ ତୀର: ଧନୁ ଏବଂ ତୀରକୁ ଯଥାକ୍ରମେ ଭଗବାନ ବାୟୁ ଏବଂ ଭଗବାନ ସୂର୍ଯ୍ୟ ପ୍ରଦାନ କରିଥିଲେ। ଯାହା ଦର୍ଶାଏ ଯେ, ଦେବୀ ଦୁର୍ଗା ହିଁ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଉତ୍ସକୁ ନିୟନ୍ତ୍ରଣ କରନ୍ତି।
- ବଜ୍ର: ଇନ୍ଦ୍ରଙ୍କ ଅସ୍ତ୍ର ବଜ୍ର। ଦୁଷ୍ଟଶକ୍ତିର ବିନାଶ ପାଇଁ ସେ ଦେବୀ ଦୁର୍ଗାଙ୍କୁ ଏହା ପ୍ରଦାନ କରିଥିଲେ। ଯାହା ଆତ୍ମା, ନିଷ୍ଠା ଏବଂ ସର୍ବୋଚ୍ଚ ଶକ୍ତିର ପ୍ରତୀକ ଅଟେ।
- କୁରାଢ଼ି: ଦେବୀ ଦୁର୍ଗା ଭଗବାନ ବିଶ୍ୱକର୍ମାଙ୍କଠାରୁ କୁରାଢ଼ି ଗ୍ରହଣ କରିଥିଲେ, ଯାହା ନିର୍ଭୟରେ ମନ୍ଦ ଉପରେ ଲଢ଼ିବାକୁ ସୂଚାଏ।
- ଗଦା: କୁବେର ଦେବୀ ଦୁର୍ଗାଙ୍କୁ ଗଦା ପ୍ରଦାନ କରିଥିଲେ, ଯାହା ଶକ୍ତିର ପ୍ରତୀକ। ଅଧର୍ମ ଉପରେ ଧର୍ମର ବିଜୟକୁ ଏହା ସୂଚାଏ।
04 Oct 2022
By The Sakala

⊕ https://www.thesakala.in/religion/let-us-know-what-is-the-significance-of-the-weapons-conceived-by-maa-durga/article-15460