ଶାସ୍ତ୍ର ଅନୁସାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ କାର୍ଯ୍ୟ, ଲଭିବେ ଅଶେଷ ପୁଣ୍ୟଫଳ…

The Sakala Picture
Published On

କାର୍ତ୍ତିକ ପୂର୍ଣ୍ଣିମା ଏକ ପବିତ୍ର ଦିନ। ମାନ୍ୟତା ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋରରୁ ସ୍ନାନ ଓ ଦାନ କଲେ, ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ। ତେେବ ଏମିତି କିଛି କାର୍ଯ୍ୟ ରହିଛି, ଯାହାକି କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବା ଅନୁଚିତ। ଆସନ୍ତୁ ଜାଣିବା, କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଏବଂ କ’ଣ ନ କରିବା ଉଚିତ। କ’ଣ କରିବେ-: ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ନ, କ୍ଷୀର, ଫଳ, ଚାଉଳ, ରାଶି ଓ […]

କାର୍ତ୍ତିକ ପୂର୍ଣ୍ଣିମା ଏକ ପବିତ୍ର ଦିନ। ମାନ୍ୟତା ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋରରୁ ସ୍ନାନ ଓ ଦାନ କଲେ, ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ। ତେେବ ଏମିତି କିଛି କାର୍ଯ୍ୟ ରହିଛି, ଯାହାକି କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବା ଅନୁଚିତ। ଆସନ୍ତୁ ଜାଣିବା, କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଏବଂ କ’ଣ ନ କରିବା ଉଚିତ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

କ’ଣ କରିବେ-:

  • ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ନ, କ୍ଷୀର, ଫଳ, ଚାଉଳ, ରାଶି ଓ ଅଁଳା ଦାନ ଦେବା ଦ୍ବାରା ପୁଣ୍ୟପ୍ରାପ୍ତି ହୋଇଥାଏ।
  • କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା-ଯମୁନା ଆଦି ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ନଦୀରେ ଦୀପଦାନ କରିବା ଆବଶ୍ୟକ। ଏହାଦ୍ବାରା ଦେବଦେବୀ ପ୍ରସନ୍ନ ହେବା ସହ ସବୁ ସମସ୍ୟା ଦୂର ହୋଇଥାଏ। ସୁଖସମୃଦ୍ଧି ବୃଦ୍ଧି ହୁଏ।
  • ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ତିଥି ଉତ୍ତମ ହୋଇଥାଏ। ତେଣୁ ଏହିଦିନ ମା’ ମହାଲକ୍ଷ୍ମୀ ସ୍ତୁତି ପାଠ କରନ୍ତୁ।
  • ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହିତ ଭୂମି ଉପରେ ଶୋଇବା ଉଚିତ।
  • କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ପରେ ଦାନ ଅବଶ୍ୟ କରନ୍ତୁ। ଦୀପଦାନ ଦ୍ବାରା ରୋଗରୁ ମୁକ୍ତି ମିଳେ।
  • କାର୍ତ୍ତିକ ପୂର୍ଣ୍ଣିମାରେ ଘରର ମୁଖ୍ୟ ଦ୍ବାରରେ ହଳଦୀ ମିଶ୍ରିତ ଜଳରେ ସ୍ବସ୍ତିକ ଚିହ୍ନ ଆଙ୍କିବା ସହିତ ଆମ୍ବପତ୍ରର ତୋରଣ ଲଗାନ୍ତୁ।
  • ବୃନ୍ଦାବତୀଙ୍କ ପାଖରେ ଦୀପ ଦେବା ପରେ ତୁଳସୀ ମାଟି ଆଣି ମଥାରେ ଲଗାନ୍ତୁ।

କ’ଣ ନ କରିବେ-:

  • କାର୍ତ୍ତିକ ପୂର୍ଣ୍ଣିମାରେ କେବେ ମଧ୍ୟ ତାମସିକ ଭୋଜନ କରନ୍ତୁ ନାହିଁ।
  • ଘରେ କୌଣସି ପ୍ରକାର ଝଗଡ଼ା କରନ୍ତୁ ନାହିଁ।
  • କାର୍ତ୍ତିକ ପୂର୍ଣ୍ଣିମାରେ ଗରିବ, ଅସହାୟ, ବୟସ୍କମାନଙ୍କୁ କଟୁ ବଚନ କୁହନ୍ତୁ ନାହିଁ ବା କାହାର ଅପମାନ କରନ୍ତୁ ନାହିଁ।
07 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp