ଶୁଭଫଳ ପ୍ରାପ୍ତି ପାଇଁ ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ

The Sakala Picture
Published On

ହିନ୍ଦୁ ସଂସ୍କୃତିରେ ଜନ୍ମାଷ୍ଟମୀର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଏହି ଶୁଭ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ଲାଭ କରିବା ପାଇଁ କିଛି ଜିନିଷ ଘରକୁ ଆଣିବା ଉଚିତ। *ଜନ୍ମାଷ୍ଟମୀ ଦିନ କାମଧେନୁଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ଉନ୍ନତି ଆସିଥାଏ। କାମଧେନୁଙ୍କ ମୂର୍ତ୍ତି ଟଙ୍କା ଆଲମାରୀ ପାଖରେ ରଖିପାରିବେ। *ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ମଧ୍ୟ ଏହିଦିନ ଘରକୁ ଆଣିପାରିବେ। ଯେଉଁ ଘରେ ବଇଁଶୀ ଥାଏ, ସେଠାରେ […]

ହିନ୍ଦୁ ସଂସ୍କୃତିରେ ଜନ୍ମାଷ୍ଟମୀର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଏହି ଶୁଭ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ଲାଭ କରିବା ପାଇଁ କିଛି ଜିନିଷ ଘରକୁ ଆଣିବା ଉଚିତ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

*ଜନ୍ମାଷ୍ଟମୀ ଦିନ କାମଧେନୁଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ଉନ୍ନତି ଆସିଥାଏ। କାମଧେନୁଙ୍କ ମୂର୍ତ୍ତି ଟଙ୍କା ଆଲମାରୀ ପାଖରେ ରଖିପାରିବେ।
*ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ମଧ୍ୟ ଏହିଦିନ ଘରକୁ ଆଣିପାରିବେ। ଯେଉଁ ଘରେ ବଇଁଶୀ ଥାଏ, ସେଠାରେ କେବେ ବି ଧନ ଓ ସ୍ନେହଶ୍ରଦ୍ଧାର ଅଭାବ ଦେଖାଯାଏ ନାହିଁ ବୋଲି କୁହାଯାଏ। ବଇଁଶୀ ରଖିବା ଦ୍ବାରା ଗୃହରେ ଲାଗି ରହିଥିବା କ୍ଳେଶ ଦୂର ହୁଏ।
*ନିଃସନ୍ତାନ ଦମ୍ପତିମାନେ ଜନ୍ମାଷ୍ଟମୀରେ ବାଳଗୋପାଳଙ୍କ ଫଟୋ ଆଣି କାନ୍ଥରେ ଲଗାନ୍ତୁ। ଏହାଦ୍ବାରା ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
*ଜନ୍ମାଷ୍ଟମୀ ଦିନ ଘରକୁ ଗଙ୍ଗାଜଳ ଆଣିବା ଶୁଭ ବୋଲି କୁହାଯାଏ। ଗଙ୍ଗାଜଳ ଦ୍ବାରା ଘରର ନକାରାତ୍ମକ ଶକ୍ତି ହ୍ରାସ ହୁଏ ଏବଂ ସୁଖସମୃଦ୍ଧି ବୃଦ୍ଧି ହୁଏ।
*ଜନ୍ମାଷ୍ଟମୀ ଦିନ ଘରକୁ ଚନ୍ଦନକାଠ ଆଣିବା ବା ଚନ୍ଦନ ତିଳକ କରିବା ଶୁଭ ହୋଇଥାଏ।
*ଜନ୍ମାଷ୍ଟମୀ ଦିନ ଘରକୁ ମହୁ ଆଣନ୍ତୁ। ଏହାଦ୍ବାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଦେବବେଦୀଙ୍କୁ ମହୁରେ ପଞ୍ଚାମୃତ ପ୍ରସ୍ତୁତ କରି ଭୋଗ ଲଗାଇବା ଉତ୍ତମ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp