ଶ୍ରାବଣ ମାସରେ ଲଗାନ୍ତୁ ଏହି ୫ଟି ଗଛ, ପ୍ରାପ୍ତ ହେବ ଭଗବାନଙ୍କ କୃପା…

The Sakala Picture
Published On

ଶ୍ରାବଣ ମାସରେ ଭଗବାନ ଭୋଳାନାଥ ତାଙ୍କ ଭକ୍ତଙ୍କ ଉପରେ ବିଶେଷ କୃପା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ୫ଟି ଗଛ ଅଛି, ଯାହାକୁ ଶ୍ରାବଣ ମାସରେ ଲଗାଇବା ଦ୍ବାରା ଭଗବାନ ଶିବ ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ଭାଗ୍ୟ ଉନ୍ନତି ହୋଇଥାଏ। ସେହି ପାଞ୍ଚଟି ଗଛ ହେଉଛି – ବେଲ ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ। ବାସ୍ତୁ ଅନୁଯାୟୀ ବେଲ ଗଛ ଲଗାଇବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ। ଯେଉଁ ଘର […]

ଶ୍ରାବଣ ମାସରେ ଭଗବାନ ଭୋଳାନାଥ ତାଙ୍କ ଭକ୍ତଙ୍କ ଉପରେ ବିଶେଷ କୃପା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ୫ଟି ଗଛ ଅଛି, ଯାହାକୁ ଶ୍ରାବଣ ମାସରେ ଲଗାଇବା ଦ୍ବାରା ଭଗବାନ ଶିବ ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ଭାଗ୍ୟ ଉନ୍ନତି ହୋଇଥାଏ। ସେହି ପାଞ୍ଚଟି ଗଛ ହେଉଛି –

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବେଲ
ଭଗବାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ। ବାସ୍ତୁ ଅନୁଯାୟୀ ବେଲ ଗଛ ଲଗାଇବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ। ଯେଉଁ ଘର ସାମନାରେ ବେଲ ଗଛ ଥାଏ, ସେଠାରେ କେବେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଯାଏ ନାହିଁ । କାରଣ ସେହିଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଶ୍ରାବଣ ମାସରେ ବେଲଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

ତୁଳସୀ
ଶ୍ରାବଣ ମାସରେ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ। କାର୍ତ୍ତିକ ମାସରେ ମଧ୍ୟ ତୁଳସୀ ଗଛ ଲଗାଇବା ଶୁଭ ବୋଲି ମାନ୍ୟତା ଅଛି। ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି।

କଦଳୀ
ଶ୍ରାବଣ ମାସ ଏକାଦଶୀ ତିଥିରେ ଘରର ପଛପଟେ କଦଳୀ ଗଛ ଲଗାଇବା ଉଚିତ। ଏହାକୁ କେବେ ମଧ୍ୟ ଘର ଆଗରେ ଲଗାନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟାର ସମାଧାନ କରିବ ପାଇଁ ନିୟମିତ ଭାବେ କଦଳୀ ଗଛରେ ପାଣି ଦିଅନ୍ତୁ।

ସମୀ
ଶ୍ରାବଣ ମାସର ଶନିବାର ଦିନ ସମୀ ଗଛ ଲଗାଇ ପାରିବେ। ଏହାକୁ ଘରର ମୁଖ୍ୟ ଦ୍ବାରର ବାମ ପଟରେ ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି। କୁହାଯାଏ ଯେ, ବିଜୟାଦଶମୀ ଦିନ ସମୀ ଗଛକୁ ପୂଜା କରିବା ଦ୍ବାରା ଧନର ଅଭାବ ରହେ ନାହିଁ।

ଅଶ୍ବତ୍‌ଥ
ଶ୍ରାବଣ ମାସରେ ଅଶ୍ବତ୍‌ଥ ଗଛ ଲଗାଇପାରିବେ। ଏଥିରେ ନିୟମିତ ପାଣି ଦେବା ସହ ଏହାର ପରିକ୍ରମା କରିବା ଦ୍ବାରା ସନ୍ତାନ ସମ୍ପର୍କିତ ଦୋଷ ବା କିଛି ସମସ୍ୟା ଦୂର ହୋଇଯାଏ। ଶନିବାର ଦିନ ସନ୍ଧ୍ୟାରେ ଅଶ୍ବତ୍‌ଥ ଗଛ ମୂଳରେ ସୋରିଷ ତେଲର ଦୀପ ଲଗାନ୍ତୁ। ଏପରି କଲେ ଆପଣଙ୍କ ସହିତ ହେବାକୁ ଥିବା ଦୁର୍ଘଟଣା କିଛି ପରିମାଣରେ କମ୍ ହୋଇଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp