ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର କୃପା ପାଇବା ପାଇଁ ଘରେ ରଖନ୍ତୁ ଏହି ଜିନିଷ…

The Sakala Picture
Published On

ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ବ ରହିଛି। ଶଙ୍ଖଧ୍ବନି ଘରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିକରେ। ପୂଜାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବ୍ୟବହାର କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ପ୍ରତିଦିନ ଶଙ୍ଖ ବଜାଇବା ଫଳରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କେବଳ ସେତିକି ନୁହେଁ, ଯେଉଁ ଘରେ ଶଙ୍ଖ ଥାଏ, ସେଠାରେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ କୃପା ରହିଥାଏ। ତୀର୍ଥଯାତ୍ରା କଲେ ଯେଉଁ ପୁଣ୍ୟ ଫଳ ମିଳିଥାଏ, ଘରେ ଶଙ୍ଖ ପୂଜା […]

ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ବ ରହିଛି। ଶଙ୍ଖଧ୍ବନି ଘରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିକରେ। ପୂଜାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବ୍ୟବହାର କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ପ୍ରତିଦିନ ଶଙ୍ଖ ବଜାଇବା ଫଳରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କେବଳ ସେତିକି ନୁହେଁ, ଯେଉଁ ଘରେ ଶଙ୍ଖ ଥାଏ, ସେଠାରେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ କୃପା ରହିଥାଏ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

  • ତୀର୍ଥଯାତ୍ରା କଲେ ଯେଉଁ ପୁଣ୍ୟ ଫଳ ମିଳିଥାଏ, ଘରେ ଶଙ୍ଖ ପୂଜା କଲେ ସମାନ ଫଳ ମିଳେ ବୋଲି କୁହାଯାଏ।

  • ପ୍ରତିଦିନ ଶଙ୍ଖ ବଜାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଶଙ୍ଖ ଫୁଙ୍କିବା ଦ୍ୱାରା ଫୁସ୍‌ଫୁସ୍‌ କ୍ରିୟାଶୀଳ ହୁଏ ଓ ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ।

  • ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରତିଦିନ ଶଙ୍ଖ ଫୁଙ୍କିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସର୍ବଦା ଶଙ୍ଖରେ ଜଳ ଭର୍ତ୍ତି କରି ରଖିବା ଉଚିତ। ଏହି ଜଳକୁ ସେବନ କରିବା ଏବଂ ଘରେ ଛିଞ୍ଚିବା ଦ୍ୱାରା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

  • ଯେଉଁ ଘରେ ଶଙ୍ଖ ନିତ୍ୟ ପୂଜା କରାଯାଏ, ସେହି ଘର ସର୍ବଦା ସମୃଦ୍ଧିରେ ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

  • ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର-ପୂର୍ବ ଦିଗରେ ଶଙ୍ଖ ରଖିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।

  • ବିଶ୍ୱାସ କରାଯାଏ ଯେ , ଶଙ୍ଖରେ ରଖାଯାଇଥିବା ଜଳ କେବେ ନଷ୍ଟ ହୁଏ ନାହିଁ। ଶଙ୍ଖର କ୍ୟାଲସିୟମ୍, ଫସ୍‌ଫରସ୍ ଏବଂ ସଲ୍‌ଫର୍‌ ଗୁଣ ରହିଛି। ଫଳରେ ଏହି ପାଣି ପିଇବା ଦ୍ବାରା ହାଡ଼ ଶକ୍ତ ହୁଏ ଓ ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ।

  • କୁହାଯାଏ, ଯେଉଁ ଘରେ ଶଙ୍ଖ ରଖାଯାଏ, ସେହି ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ନିକଟରେ ଶଙ୍ଖ ରଖିବା ଦ୍ବାରା ସୁଖ, ସମୃଦ୍ଧି ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp