ଚର୍ଚ୍ଚାରେ ବୁଣାକାର: ୬୦ ମିଟର ଶାଢ଼ୀରେ ୧୩ଟି ଭାଷାରେ ୩୨ ହଜାର ୨ ଶହ ଥର ଲେଖିଛନ୍ତି ‘ଜୟ ଶ୍ରୀରାମ’

The Sakala Picture
Published On

ଆନ୍ଧ୍ରପ୍ରଦେଶ ଧର୍ମାଭରମ୍‌ର ଜଣେ ବୁଣାକାର ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଭାବକୁ ନିଆରା ଢଙ୍ଗରେ ବ୍ୟକ୍ତ କରିଛନ୍ତି। ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ୬୦ ମିଟର ଲମ୍ବା ଏକ ଶାଢ଼ୀରେ ୧୩ଟି ଭାରତୀୟ ଭାଷାରେ ‘ଜୟ ଶ୍ରୀରାମ’ ନାରାକୁ ୩୨ ହଜାର ୨୦୦ ଥର ବୁଣିଛନ୍ତି। ଶାଢ଼ିଟିର ଲମ୍ବ ୬୦ ମିଟର ହୋଇଥିବାବେଳେ ଏହାର ଚଉଡ଼ା ୪୪ […]

ଆନ୍ଧ୍ରପ୍ରଦେଶ ଧର୍ମାଭରମ୍‌ର ଜଣେ ବୁଣାକାର ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଭାବକୁ ନିଆରା ଢଙ୍ଗରେ ବ୍ୟକ୍ତ କରିଛନ୍ତି। ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ୬୦ ମିଟର ଲମ୍ବା ଏକ ଶାଢ଼ୀରେ ୧୩ଟି ଭାରତୀୟ ଭାଷାରେ ‘ଜୟ ଶ୍ରୀରାମ’ ନାରାକୁ ୩୨ ହଜାର ୨୦୦ ଥର ବୁଣିଛନ୍ତି। ଶାଢ଼ିଟିର ଲମ୍ବ ୬୦ ମିଟର ହୋଇଥିବାବେଳେ ଏହାର ଚଉଡ଼ା ୪୪ ଇଞ୍ଚ। ତେବେ ନାଗାରାଜୁ ‘ରାମ କୋଟି ବସ୍ତ୍ରମ୍‌’ ଭାବେ ଶାଢ଼ୀକୁ ପରିଚିତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ପତ୍ନୀ ସ୍ୱାମୀଙ୍କର କେଉଁ ପାର୍ଶ୍ୱରେ ବସିବା ଉଚିତ? ଜାଣନ୍ତୁ ନିୟମ

ଏହାବାଦ୍‌ ସେ ଶାଢ଼ୀରେ ରାମାୟଣ ସୁନ୍ଦରାକାଣ୍ଡର ଶ୍ରୀରାମଙ୍କ ୧୬୮ଟି ଛବିର ଚିତ୍ରଣ ମଧ୍ୟ କରିଛନ୍ତି। ନାଗାରାଜୁଙ୍କ ଲାଗି ଏହି କାମ ଆଦୌ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଉଭୟ ଶ୍ରମ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିବା କଥା ସେ କହିଛନ୍ତି। ଶାଢ଼ୀକୁ ଡିଜାଇନ୍‌ କରିବାକୁ ୪ ମାସ ସମୟ ଲାଗିଥିବାବେଳେ ବୁଣିବାକୁ ପଡ଼ିଥିଲା ୧୬ କେଜିର ସିଲକ୍‌ କପଡ଼ା। ଏପରିକି ସେ ଶାଢ଼ୀଟିକୁ ତିଆରି କରିବା ପାଇଁ ନିଜ ହାତରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଅନ୍ୟ ଚାରି ଜଣ ମଧ୍ୟ ଉକ୍ତ ଶାଢ଼ୀ କାମରେ ତାଙ୍କୁ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷରେ ଶାଢ଼ୀକୁ ସେ ଅଯୋଧ୍ୟାସ୍ଥିତ ରାମମନ୍ଦିରକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମୃତ୍ୟୁ ପରେ ଆତ୍ମାର କ'ଣ ହୁଏ? ଗରୁଡ଼ ପୁରାଣରେ ଲୁଚିଛି ରହସ୍ୟ, ଜାଣନ୍ତୁ ଜ୍ୟୋତିଷଙ୍କ ମତ

22 Apr 2022 By The Sakala

ଚର୍ଚ୍ଚାରେ ବୁଣାକାର: ୬୦ ମିଟର ଶାଢ଼ୀରେ ୧୩ଟି ଭାଷାରେ ୩୨ ହଜାର ୨ ଶହ ଥର ଲେଖିଛନ୍ତି ‘ଜୟ ଶ୍ରୀରାମ’

ଆନ୍ଧ୍ରପ୍ରଦେଶ ଧର୍ମାଭରମ୍‌ର ଜଣେ ବୁଣାକାର ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ଭାବକୁ ନିଆରା ଢଙ୍ଗରେ ବ୍ୟକ୍ତ କରିଛନ୍ତି। ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାଭାରାମରେ ରହୁଥିବା ଏହି ୪୦ ବର୍ଷୀୟ ବୟସ୍କଙ୍କ ନାଁ ହେଉଛି ଜୁଜାରୁ ନାଗାରାଜୁ । ସେ ୬୦ ମିଟର ଲମ୍ବା ଏକ ଶାଢ଼ୀରେ ୧୩ଟି ଭାରତୀୟ ଭାଷାରେ ‘ଜୟ ଶ୍ରୀରାମ’ ନାରାକୁ ୩୨ ହଜାର ୨୦୦ ଥର ବୁଣିଛନ୍ତି। ଶାଢ଼ିଟିର ଲମ୍ବ ୬୦ ମିଟର ହୋଇଥିବାବେଳେ ଏହାର ଚଉଡ଼ା ୪୪ ଇଞ୍ଚ। ତେବେ ନାଗାରାଜୁ ‘ରାମ କୋଟି ବସ୍ତ୍ରମ୍‌’ ଭାବେ ଶାଢ଼ୀକୁ ପରିଚିତ କରାଇଛନ୍ତି।

ଏହାବାଦ୍‌ ସେ ଶାଢ଼ୀରେ ରାମାୟଣ ସୁନ୍ଦରାକାଣ୍ଡର ଶ୍ରୀରାମଙ୍କ ୧୬୮ଟି ଛବିର ଚିତ୍ରଣ ମଧ୍ୟ କରିଛନ୍ତି। ନାଗାରାଜୁଙ୍କ ଲାଗି ଏହି କାମ ଆଦୌ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଉଭୟ ଶ୍ରମ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିବା କଥା ସେ କହିଛନ୍ତି। ଶାଢ଼ୀକୁ ଡିଜାଇନ୍‌ କରିବାକୁ ୪ ମାସ ସମୟ ଲାଗିଥିବାବେଳେ ବୁଣିବାକୁ ପଡ଼ିଥିଲା ୧୬ କେଜିର ସିଲକ୍‌ କପଡ଼ା। ଏପରିକି ସେ ଶାଢ଼ୀଟିକୁ ତିଆରି କରିବା ପାଇଁ ନିଜ ହାତରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଅନ୍ୟ ଚାରି ଜଣ ମଧ୍ୟ ଉକ୍ତ ଶାଢ଼ୀ କାମରେ ତାଙ୍କୁ ସାହାଯ୍ୟ କରିଥିଲେ। ଅନ୍ୟପକ୍ଷରେ ଶାଢ଼ୀକୁ ସେ ଅଯୋଧ୍ୟାସ୍ଥିତ ରାମମନ୍ଦିରକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp