ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ

The Sakala Picture
Published On

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ irctc.comରେ ଆବେଦନ କରିପାରିବେ । କମ୍ପ୍ୟୁଟର୍ସ ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଲାଗି ୮୦ଟି ପଦରେ ନିଯୁକ୍ତି ଦିଆଯିବ । […]

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଇଚ୍ଛୁକ ପ୍ରାର୍ଥୀ irctc.comରେ ଆବେଦନ କରିପାରିବେ । କମ୍ପ୍ୟୁଟର୍ସ ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଲାଗି ୮୦ଟି ପଦରେ ନିଯୁକ୍ତି ଦିଆଯିବ । ସମସ୍ତଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିବ । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନର ଶେଷ ତାରିଖ ହେଉଛି ୨୫ ଅକ୍ଟୋବର ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ । ଏହାଛଡ଼ା NCVT/SCVT ମାନ୍ୟତା ପ୍ରାପ୍ତ ସଂସ୍ଥାରୁ କୋପା (COPA) ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୦୨୨ ଏପ୍ରିଲ୍ ୧ ସୁଦ୍ଧା ସର୍ବନିମ୍ନ ୧୫ ଓ ସର୍ବାଧିକ ୨୫ ବର୍ଷ ହୋଇଥିବ ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ଆଶାୟୀଙ୍କୁ ବୟସରେ ୩ ବର୍ଷ ରିହାତି ମିଳିବ । ତେବେ ଏହି ନିଯୁକ୍ତି ଲାଗି କୌଣିସ ଲିଖିତ ପରୀକ୍ଷା ହେବ ନାହିଁ । ଆଶାୟୀଙ୍କ ନିଯୁକ୍ତି ଦଶମ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ । ଯଦି କୌଣସି ଆଶାୟୀଙ୍କ ମାର୍କ ସମ୍ମାନ ଥିବ ତେବେ ବୟସକୁ ବିଚାରକୁ ନିଆଯିବ । ଏବଂ ମାର୍କ ଓ ବୟସ ସମାନ ଥିଲେ ପ୍ରଥମେ ଦଶମ ପାସ୍ କରିଥିବା ଆଶାୟୀଙ୍କୁ ଅଗ୍ରାଧିକାର ମିଳିବ ।

09 Oct 2022 By The Sakala

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।

ଇଚ୍ଛୁକ ପ୍ରାର୍ଥୀ irctc.comରେ ଆବେଦନ କରିପାରିବେ । କମ୍ପ୍ୟୁଟର୍ସ ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଲାଗି ୮୦ଟି ପଦରେ ନିଯୁକ୍ତି ଦିଆଯିବ । ସମସ୍ତଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିବ । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନର ଶେଷ ତାରିଖ ହେଉଛି ୨୫ ଅକ୍ଟୋବର ।

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ । ଏହାଛଡ଼ା NCVT/SCVT ମାନ୍ୟତା ପ୍ରାପ୍ତ ସଂସ୍ଥାରୁ କୋପା (COPA) ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୦୨୨ ଏପ୍ରିଲ୍ ୧ ସୁଦ୍ଧା ସର୍ବନିମ୍ନ ୧୫ ଓ ସର୍ବାଧିକ ୨୫ ବର୍ଷ ହୋଇଥିବ ।

ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ଆଶାୟୀଙ୍କୁ ବୟସରେ ୩ ବର୍ଷ ରିହାତି ମିଳିବ । ତେବେ ଏହି ନିଯୁକ୍ତି ଲାଗି କୌଣିସ ଲିଖିତ ପରୀକ୍ଷା ହେବ ନାହିଁ । ଆଶାୟୀଙ୍କ ନିଯୁକ୍ତି ଦଶମ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ । ଯଦି କୌଣସି ଆଶାୟୀଙ୍କ ମାର୍କ ସମ୍ମାନ ଥିବ ତେବେ ବୟସକୁ ବିଚାରକୁ ନିଆଯିବ । ଏବଂ ମାର୍କ ଓ ବୟସ ସମାନ ଥିଲେ ପ୍ରଥମେ ଦଶମ ପାସ୍ କରିଥିବା ଆଶାୟୀଙ୍କୁ ଅଗ୍ରାଧିକାର ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର