ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ରେ ଯୋଗ ଦେଇ ଦେଶର ସୁରକ୍ଷା ପାଇଁ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏ ନେଇ ଆଜି ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ରେ ପ୍ରକାଶ ପାଇଛି। । ୱେବସାଇଟ୍କୁ ଯାଇ ୧୭ ଅଗଷ୍ଟରୁ ଆବେଦନ କରିପାରିବେ । ଅନଲାଇନ୍ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ। ଯୋଗ୍ୟତା ମାନଦଣ୍ଡ: ଆବେଦନ କରୁଥିବା ପ୍ରାର୍ଥୀଙ୍କ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ରେ ଯୋଗ ଦେଇ ଦେଶର ସୁରକ୍ଷା ପାଇଁ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାତୀୟ ବାୟୁସେନାରେ ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏ ନେଇ ଆଜି ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ରେ ପ୍ରକାଶ ପାଇଛି। । ୱେବସାଇଟ୍କୁ ଯାଇ ୧୭ ଅଗଷ୍ଟରୁ ଆବେଦନ କରିପାରିବେ । ଅନଲାଇନ୍ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ।
ଯୋଗ୍ୟତା ମାନଦଣ୍ଡ:
ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୧ ବର୍ଷରେ ସ୍ଥିର କରାଯାଇଛି। ଆବେଦକ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍ ହୋଇଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀଙ୍କ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ରହିଥିବା ଦରକାର । କିମ୍ବା ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ତଥା ଫିଜିକ୍ସ ଓ ଗଣିତ ପରି ନନଭୋକେସନାଲ ବିଷୟରେ ୫୦ ପ୍ରତିଶତ ନମ୍ବର ସହ ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।
ଉଚ୍ଚତା: ଆବେଦନ କରୁଥିବା ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୨.୫ ସେମି ଓ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୫୨ ସେମି ହୋଇଥିବା ଆବଶ୍ୟକ । ପୁରୁଷ ପ୍ରାର୍ଥୀଙ୍କ ଛାତି ଅତି କମରେ ୭୭ ସେମି ହୋଇଥିବା ସହ ସେମାନେ ୫ ସେମି ପର୍ଯ୍ୟନ୍ତ ଛାତି ଫୁଲାଇ ପାରୁଥିବେ ।
ପରୀକ୍ଷା ଦେୟ
ଆବେଦନକାରୀଙ୍କୁ ଆବେଦନ ଫି ବାବଦକୁ୨୫୦ ଟଙ୍କା ଦେବାକୁ ପଡିବ। ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ପେମେଣ୍ଟ ଗେଟୱେ ମାଧ୍ୟମରେ ପେମେଣ୍ଟ କରାଇପାରିବେ।
ଚୟନ ପ୍ରକ୍ରିୟା
ଚୟନ ପ୍ରକ୍ରିୟା ୩ ଟି ପର୍ଯ୍ୟାୟକୁ ନେଇ ଗଠିତ ହୋଇଛି। ପ୍ରଥମ ପର୍ଯ୍ୟାୟ ଅନଲାଇନ୍ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ଶାରୀରିକ ଫିଟନେସ୍ ପରୀକ୍ଷା (PFT) ଏବଂ ଆଡାପ୍ଟେସନ୍ ଟେଷ୍ଟ 1 ଏବଂ 2 ଏବଂ ପର୍ଯ୍ୟାୟ ୩ ଡାକ୍ତରୀ ପରୀକ୍ଷା । ଶେଷରେ ନାମିତ ପ୍ରାର୍ଥୀଙ୍କ ତାଲିକା ଫେବୃଆରୀରେ ପ୍ରକାଶ ପାଇବ।
ବାୟୁସେନା ଅଗ୍ନିବୀରର ୪ ବର୍ଷର ଟ୍ରେନିଂ ସମୟରେ ୪୮ ଲକ୍ଷ ଟଙ୍କା ମେଡିକାଲ ଇନସ୍ୟୁରାନ୍ସ ଦିଆଯିବ । ଅଗ୍ନିବୀର ଗ୍ରାଚୁଟି ପାଇବାର ଅଧିକାର ପାଇବେ ନାହିଁ । ଚାକିରି କାଳ ସମୟରେ ଅଗ୍ନିବୀର ଇଣ୍ଡିଆନ୍ ଏୟାରଫୋର୍ସର ହସ୍ପିଟାଲ ଓ ଇଣ୍ଡିଆନ୍ ଏୟାରଫୋର୍ସର ସିଏସ୍ଡି କ୍ୟାଣ୍ଟିନ୍ର ଲାଭ ଉଠାଇ ପାରବେ । ଅଗ୍ନିବୀରଙ୍କୁ ବାର୍ଷିକ ୩୦ ଦିନ ଛୁଟି ମିଳିବ । ଏହା ବ୍ୟତୀତ ଡାକ୍ତରଙ୍କ ପରାମର୍ଶ କ୍ରମେ ସିକ୍ ଲିଭ୍ ନେଇପାରିବେ ଅଗ୍ନିବୀର ।