ବିଜେପିରୁ ଇସ୍ତଫା ଦେଲେ କେ. ଅଣ୍ଣାମଲାଇ, ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର
ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ. ଅଣ୍ଣାମଲାଇ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ବୋଲି ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ଚର୍ଚ୍ଚା
ରିପୋର୍ଟ ଅନୁଯାୟୀ, କେ. ଅଣ୍ଣାମଲାଇ ଖୁବଶୀଘ୍ର ଏକ ନୂଆ ରାଜନୈତିକ ଦଳ ବା ସଂଗଠନ ଗଠନ କରିପାରନ୍ତି। ନିକଟରେ ସେ ନୂଆଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷଙ୍କ ସମେତ ବରିଷ୍ଠ ନେତାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଦଳରେ ରହିବାକୁ ବୁଝାଇବା ସହ ନୂଆ ଦାୟିତ୍ୱ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।
କାହିଁକି ବିଜେପି ଛାଡିଲେ ଅଣ୍ଣାମଲାଇ?
ସୂଚନାଯୋଗ୍ୟ ଯେ, ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତିକୁ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଅଣ୍ଣାମଲାଇଙ୍କ ମତଭେଦ ସୃଷ୍ଟି ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଏକୁଟିଆ ଲଢ଼ି ବିଜେପି ୧୧% ଭୋଟ୍ ହାସଲ କରିଥିବାରୁ, ସେ ବିଧାନସଭାରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ମାତ୍ର ଦଳୀୟ ହାଇକମାଣ୍ଡ ଏଆଇଏଡିଏମକେ (AIADMK) ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ୩% କୁ ଖସି ଆସିଥିଲା। ଏହି ମେଣ୍ଟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ ଏପ୍ରିଲ୍ ୨୦୨୫ରେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇସାରିଥିଲେ ଏବଂ ଏବେ ଦଳରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛନ୍ତି।