ପୁରୁଣା ସହଯୋଗୀ ଲାଲୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କହିଲେ “ଆମ ସମ୍ପର୍କ ବହୁ ପୁରୁଣା, ଆମେ ସାଥିରେ ଥିଲୁ, ଅଛୁ ଏବଂ ରହିବୁ”

The Sakala Picture
Published On

ପାଟଣା : ବିହାରରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ଦୁଇ ପୁରୁଣା ସହଯୋଗୀ ଲାଲୁ ଯାଦବ ଓ ନୀତିଶ କୁମାରଙ୍କ ଭେଟଘାଟ ହୋଇଛି। ଗତକାଲି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରୁ ବିହାର ଫେରିଥିଲେ। ଗତକାଲି ରାତିରେ ପାଟଣା ଆସିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ। ବିମାନବନ୍ଦରରୁ ଲାଲୁ ରାବଡୀ ଦେବୀଙ୍କ ବାସଭବନକୁ ଯାଇଥିଲେ। ତେବେ ଆଜି ଲାଲୁଙ୍କୁ ଭେଟିଛନ୍ତି ତାଙ୍କ ପୁରୁଣା ବନ୍ଧୁ ତଥା […]

ପାଟଣା : ବିହାରରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ଦୁଇ ପୁରୁଣା ସହଯୋଗୀ ଲାଲୁ ଯାଦବ ଓ ନୀତିଶ କୁମାରଙ୍କ ଭେଟଘାଟ ହୋଇଛି। ଗତକାଲି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରୁ ବିହାର ଫେରିଥିଲେ। ଗତକାଲି ରାତିରେ ପାଟଣା ଆସିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ। ବିମାନବନ୍ଦରରୁ ଲାଲୁ ରାବଡୀ ଦେବୀଙ୍କ ବାସଭବନକୁ ଯାଇଥିଲେ। ତେବେ ଆଜି ଲାଲୁଙ୍କୁ ଭେଟିଛନ୍ତି ତାଙ୍କ ପୁରୁଣା ବନ୍ଧୁ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାବଡୀ ଦେବୀଙ୍କ ବାସଭବନରେ ପହଞ୍ଚି ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।ଏହି ସମୟରେ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ଚାଲିଥିଲା। ଲାଲୁଙ୍କୁ ଭେଟିବା ପରେ ନୀତିଶ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ, ତେବେ ସେ ସାମ୍ବାଦିକଙ୍କୁ ଲାଲୁ ଯାଦବଙ୍କୁ ଭେଟିବା ନେଇ କିଛି କହିନଥିଲେ ମଧ୍ୟ ଆମେ ସାଥିରେ ଥିଲୁ, ଅଛୁ ଏବଂ ରହିବୁ, ଆମ ସମ୍ପର୍କ ବହୁତ ପୁରୁଣା ବୋଲି କହିଥିଲେ ନୀତୀଶ କୁମାର। ରାଜ୍ୟକୁ ଜଙ୍ଗଲ ରାଜ୍ ଫେରିଛି ବୋଲି ବିରୋଧୀ ଲଗାତାର କରୁଥିବା ଅଭିଯୋଗ ଉପ‌ରେ ଯେତେବେଳେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିିଥିଲେ, ଏହି ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଥିଲେ ଯେ ବର୍ତ୍ତମାନ ଯାହା ମନକୁ ଆସିବ ସେମାନେ ସେ କଥା କହିବେ।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ନୀତୀଶଙ୍କ ସହ ତେଜସ୍ବୀ ଯାଦବ ଉପସ୍ଥିତ ଥିବାରୁ ତାଙ୍କୁ ଆଇନ ମନ୍ତ୍ରୀଙ୍କ ବିରୋଧରେ କୋର୍ଟ ଜାରି କରିଥିବା ୱାରେଣ୍ଟକୁ ପ୍ରଶ୍ନ କରାଯାଇଥିଲା। ବିରୋଧୀ କରୁଥିବା ସମାଲୋଚନା ବିଷୟରେ ପଚରାଯିବାରୁ ତେଜସ୍ବୀ କହିଥିଲେ, ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ଏବଂ ରୋଜଗାର ପ୍ରସଙ୍ଗରେ ଆମେ ଯେଉଁଭଳି କାର୍ଯ୍ୟ ଆରମ୍ଭ କରିଛୁ ତାହା ବିରୋଧୀଙ୍କୁ ବ୍ୟତିବ୍ୟସ୍ତ କରିଛି। ଆମେ କ୍ଷମତାକୁ ଆସିଛୁ ଏବଂ ଆମ ସରକାର ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ।

ଅନ୍ୟପଟେ ଗତକାଲି ଲାଲୁ ଯାଦବ ବିହାର ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା ବେଳେ ଲାଲୁ କହିଥିଲେ, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp