ମିଜୋରାମରେ ସରକାର ଗଢ଼ିବ ଜୋରମ୍ ପିପୁଲ୍ସ ମୁଭମେଣ୍ଟ, ୪୦ ଆସନରୁ ୨୭ଟିରେ ଜିତିଲା ଦଳ

The Sakala Picture
Published On

ମିଜୋରାମ: ମିଜୋରାମରେ ସରକାର ଗଢ଼ିବ ଜୋରମ୍ ପିପୁଲ୍ସ ମୁଭମେଣ୍ଟ (ZPM) । ଗାଦିଚ୍ୟୁତ ହେଲା ଶାସକ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ(MNF)। ଏମଏନଏଫ ହାତରୁ କ୍ଷମତା ଛଡ଼ାଇ ଆଣିଲା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମ୍ । ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ମିଜୋରାମ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିଛି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୧ । ୨୭ଟି ଆସନରେ ଜିତି ଜେଡପିଏମ୍ ସରକାର ଗଢ଼ିବାକୁ ସକ୍ଷମ […]

ମିଜୋରାମ: ମିଜୋରାମରେ ସରକାର ଗଢ଼ିବ ଜୋରମ୍ ପିପୁଲ୍ସ ମୁଭମେଣ୍ଟ (ZPM) । ଗାଦିଚ୍ୟୁତ ହେଲା ଶାସକ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ(MNF)। ଏମଏନଏଫ ହାତରୁ କ୍ଷମତା ଛଡ଼ାଇ ଆଣିଲା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ବା ଜେଡପିଏମ୍ । ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ମିଜୋରାମ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିଛି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି ୨୧ । ୨୭ଟି ଆସନରେ ଜିତି ଜେଡପିଏମ୍ ସରକାର ଗଢ଼ିବାକୁ ସକ୍ଷମ ହୋଇଛି ।

ଆହୁରି ପଢ଼ନ୍ତୁ: ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା

ମିଜୋ ନ୍ୟାସନାଲ୍ ଫ୍ରଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜୋରାମଥାଙ୍ଗା ମଧ୍ୟ ନିଜ ଆସନରେ ହାରି ଯାଇଛନ୍ତି। ଦଳର ଏପରି ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜୋରାମଥାଙ୍ଗା। ଅଜୱାଲ ଇଷ୍ଟ ଆସନରେ ଜୋରାମଥାଙ୍ଗା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ZPMର ଲାଲଥାନସାଙ୍ଗା ୨୧୦୧ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କୁ ହରାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ପହଞ୍ଚୁଛି ଚୀନ୍ ଓ ତୁର୍କୀର ମାରଣାସ୍ତ୍ର: ଭାରତ ବିରୋଧରେ କି ଷଡ଼ଯନ୍ତ୍ର କରୁଛି ଇସଲାମାବାଦ?

ପରାଜୟକୁ ଜୋରାମଥାଙ୍ଗା ସ୍ୱୀକାର କରିବା ସହ ଲୋକମାନେ ତାଙ୍କୁ ବିଶ୍ୱାସକୁ ନେବାକୁ ସକ୍ଷମ ହୋଇ ନଥିବା କହିଛନ୍ତି। ଏମଏନଏଫ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ZPM କ୍ଷମତା ଦଖଲ କରିଛି। ମିଜୋରାମର ୪୦ ଆସନରୁ ଦଳ ୨୭ଟିରେ ଜିତିଛି। ଏମଏନଏଫ ୧୦ଟି, ବିଜେପି ୨ ଓ କଂଗ୍ରେସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ହିଜାବ ବିବାଦ ଉପରେ ହାଇକୋର୍ଟଙ୍କ ବଡ଼ ରାୟ: ସ୍କୁଲରେ ସମସ୍ତଙ୍କ ପାଇଁ ରହିବ ସମାନ ଡ୍ରେସ କୋଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର