ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

Madhusudan Das Picture
Published On

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଘୋଷଣା ହୋଇଛି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି। ହେଲେ ଏହି ଘୋଷଣାର ଅନେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଏଯାଏ ସ୍ପଷ୍ଟତା ଆସିନାହିଁ। ତଥାପି  ଭାରତ ସରକାର ଏହାକୁ ଏକ ବଡ଼  ସଫଳତା ବୋଲି କହୁଛନ୍ତି। ଏହି ଚୁକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ବଜାର ବିଶେଷଜ୍ଞଙ୍କ ମତରେ ଏହି ଚୁକ୍ତିକୁ ଏକ ରଣନୈତିକ ସହଭାଗିତା ଏବଂ କୃଷିଶିଳ୍ପର ସାର୍ବଭୌମତ୍ବ ସହ ବୁଝାମଣା ଭାବେ ଦେଖାଯାଉଛି। ବିରୋଧୀ ଦଳଗୁଡିକ ଏହି ବାଣିଜ୍ୟ ଚୁକ୍ତିରେ ଦେଶର କୃଷି ଏବଂ ଦୁଗ୍ଧ କ୍ଷେତ୍ରର ସ୍ୱାର୍ଥକୁ ଉପେକ୍ଷା କରାଯାଇଥିବା କହୁଛନ୍ତି। ତେବେ ଏହାର ଜବାବରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ସଂସଦରେ ଭାରତ ଏହାର କୃଷି ଏବଂ ଦୁଗ୍ଧ କ୍ଷେତ୍ରର ସ୍ୱାର୍ଥ ସହିତ କୌଣସି ସାଲିସ କରିନାହିଁ ବୋଲି କହିଛନ୍ତି। ଗୋଏଲ କହିଛନ୍ତି ଆଲୋଚନାର ଶେଷ ପର୍ଯ୍ୟାୟରେ ବାଣିଜ୍ୟ ଚୁକ୍ତିର ବିବରଣୀ ଚୂଡ଼ାନ୍ତ କରାଯାଉଛି। ଖୁବ୍‌ ଶୀଘ୍ର ଭାରତ ଏବଂ ଆମେରିକାର ଏକ ମିଳିତ ବିବୃତି ଜାରି ହେବ ।

ଆହୁରି ପଢ଼ନ୍ତୁ: UGC ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ ୨ ତାରିଖ  ତାଙ୍କର ଟ୍ରୁଥ୍‌ ସୋସିଆଲରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଚୁକ୍ତି ଅନୁଯାୟୀ, ଆମେରିକା ଭାରତ ଉପରେ ଲାଗୁ କରିଥିବା ୫୦% ଟାରିଫ୍‌କୁ ୧୮%କୁ ହ୍ରାସ କରିବ। ଅପରପକ୍ଷେ ଭାରତ ଆମେରିକା ଉତ୍ପାଦ ଉପରେ ଲାଗୁ କରୁଥିବା ଟାରିଫ୍ ଏବଂ ଅଣ-ଟାରିଫ୍‌ ପ୍ରତିବନ୍ଧକଗୁଡିକୁ ଶୂନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବ। ଅର୍ଥନୀତିଜ୍ଞଙ୍କ ମତରେ ଏହି ଚୁକ୍ତି ଭାରତର  କୃଷି ଏବଂ ସ୍ଥାନୀୟ ଶିଳ୍ପ ଉପରେ ଆମେରିକାର ଚାପକୁ ନେଇ ଚିନ୍ତା ସୃଷ୍ଟି କରୁଥିବା କୁହାଯାଉଛି। ହେଲେ କେତେକ ଏହାକୁ ଭୂ-ରାଜନୈତିକ ଲାଭ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀତା ପାଇଁ ମଧ୍ୟ ଆବଶ୍ୟକ ବୋଲି କହୁଛନ୍ତି। ଚୁକ୍ତିରେ ଭାରତର ସାର୍ବଭୌମ କ୍ଷେତ୍ରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବଜାର ବିଶେଷଜ୍ଞଙ୍କ ମତରେ ଏହି ଚୁକ୍ତି ଅନୁଯାୟୀ ଭାରତୀୟ ବଜାରକୁ ଆମେରିକୀୟ ଉତ୍ପାଦ (ଯେପରିକି କୃଷି ଏବଂ ଦୁଗ୍ଧ) ପାଇଁ ଖୋଲିବା ସ୍ଥାନୀୟ ଚାଷୀ ଏବଂ କୃଷି ଶିଳ୍ପର ସ୍ୱାର୍ଥକୁ ବିପଦରେ ପକାଇପାରେ। ଏହାକୁ ‘ବାଧ୍ୟତା’ର ଫଳାଫଳ ଭାବରେ ମଧ୍ୟ ଦେଖାଯାଉଛି, କାରଣ ଆମେରିକାର ଚାପ ସାମ୍ନାରେ ଘରୋଇ ନୀତିରେ  ସାଲିସ୍‌ କରାଯାଇଥିବା କୁହାଯାଉଛି।  ଏହି ଚୁକ୍ତିରେ ଭାରତ ପାଇଁ ଆଉ ଏକ ବଡ଼ ଆର୍ଥିକ ବିପଦ ହେଉଛି, ଆମେରିକାରୁ ଶୁଳ୍କ ରିହାତି ଆଶା ମଧ୍ୟରେ ଭାରତୀୟ ଶିଳ୍ପ ଉପରେ ଆମେରିକୀୟ ସାମଗ୍ରୀ ଡମ୍ପିଂର ଭୟ ଜାରି ରହିଛି। ବିଲିୟନ୍‌  ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କରିବାର ବୋଝ ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିପାରେ।

ଆହୁରି ପଢ଼ନ୍ତୁ: ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ଟ୍ରମ୍ପ୍‌ କହିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ଏବଂ ଅଣ-ଶୁଳ୍କ ବାଧାକୁ ଶୂନ୍ କରିବ। ଭାରତ ପ୍ରଧାନମନ୍ତ୍ରୀ ଆମେରିକାରୁ କ୍ରୟ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି, ଯେଉଁଥିରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ତେଲ, ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି, କୋଇଲା ଏବଂ ଅନ୍ୟାନ୍ୟ ଅନେକ ଉତ୍ପାଦ କ୍ରୟ ଅନ୍ତର୍ଭୁକ୍ତ।  ପରବର୍ତ୍ତୀ ସମୟରେ, ଆମେରିକାର କୃଷି ସଚିବ ବ୍ରୁକ୍ ରୋଲିନ୍ସ ମଧ୍ୟ ଏହି ଚୁକ୍ତିକୁ ଆମେରିକୀୟ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଭାରତର ବିଶାଳ ବଜାରରେ ଆମେରିକୀୟ କୃଷି ଉତ୍ପାଦର ପ୍ରବେଶ ବୃଦ୍ଧି କରିବ ଏବଂ ଭାରତ ସହିତ ଆମେରିକାର ୧.୩ ବିଲିୟନ ଡଲାରର କୃଷି ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଅପରପକ୍ଷେ ଆମେରିକା ବହୁ ବର୍ଷ ଧରି ଭାରତ ଉପରେ ବାଣିଜ୍ୟ ପାଇଁ ତାର କୃଷି କ୍ଷେତ୍ରକୁ ଖୋଲିବା ପାଇଁ ଚାପ ପକାଇ ଆସୁଛି। କାରଣ  ଆମେରିକା ଭାରତକୁ ଏକ ପ୍ରମୁଖ ବଜାର ଭାବରେ ଦେଖେ, କିନ୍ତୁ ଭାରତ ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥକୁ ଦର୍ଶାଇ ଏହାକୁ ଏଡାଇଆସୁଛି। ଏଥିରେ ଆଲୋଚନାରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି କୃଷି ଉତ୍ପାଦର ରପ୍ତାନି। ଭାରତ ଏବଂ ଆମେରିକା ମଧ୍ୟରେ କୃଷି ବାଣିଜ୍ୟ ୮ବିଲିୟନ ଡଲାର ମୂଲ୍ୟର। ଭାରତ ଆମେରିକାକୁ ଚାଉଳ, ଚିଙ୍ଗୁଡ଼ି ଏବଂ ମସଲା ରପ୍ତାନି କରୁଛି ଏବଂ ଆମେରିକା ଭାରତକୁ ବାଦାମ, ସେଓ ଏବଂ ଡାଲି ରପ୍ତାନି କରୁଛି। ଆମେରିକା ଦାବି କରିଆସୁଛି ଯେ ଭାରତ ସହିତ ଏହାର ୪୫ ବିଲିୟନ ଡଲାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ମକା, ସୋୟାବିନ୍ ଏବଂ କପା ପ୍ରମୁଖ କୃଷି ରପ୍ତାନି ପାଇଁ ନୂଆ ବଜାର ଖୋଲିଦେଉ। 

ଆହୁରି ପଢ଼ନ୍ତୁ: ଜୋର ଧରିଲାଣି ରାଜ୍ୟସଭା ରାଜନୀତି: ନବୀନଙ୍କ ହାତରେ ୪ର୍ଥ ଆସନ ଚାବି, ବିଜେପି ଲୋଡ଼ିପାରେ ବିଜେଡିର ସମର୍ଥନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp