ପଶ୍ଚିମ ରାଷ୍ଟ୍ରସମୂହଙ୍କୁ ଜେଲେଁସ୍କିଙ୍କ ନିବେଦନ, ରୁଷିଆ ସହ ଆଉ ନ ଖେଳି ଯୁଦ୍ଧର ଅବସାନ କର

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୯୩ ଦିନ ଅତିକ୍ରମ କରିଥିବା ବେଳେ ୟୁକ୍ରେନର ବହୁ ଭାଗ ଏବେ ବିଧ୍ବସ୍ତ ହୋଇପଡ଼ିଛି। ଏହାବ୍ୟତୀତ ପୂର୍ବ ୟୁକ୍ରେନର ଅଧିକାଂଶ ଭାଗ ରୁଷ ସେନା ନିଜ ଅକ୍ତିଆରକୁ ନେବା ପରେ ସେଠାରେ ୟୁକ୍ରେନବାସୀଙ୍କୁ ରୁଷ ନାଗରିକତା ଦେବାକୁ ରୁଷିଆ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଯୁଦ୍ଧ ଆରମ୍ଭ ସମୟରୁ ରୁଷିଆକୁ ଘେରିବାକୁ ୟୁକ୍ରେନ ରାଷ୍ଟ୍ରପତି ପଶ୍ଚିମ ରାଷ୍ଟ୍ରମାନଙ୍କୁ ଯାହା କହିଆସିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇନାହିଁ। ଯେଉଁଥିପାଇଁ ସେ ମୁହଁ […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୯୩ ଦିନ ଅତିକ୍ରମ କରିଥିବା ବେଳେ ୟୁକ୍ରେନର ବହୁ ଭାଗ ଏବେ ବିଧ୍ବସ୍ତ ହୋଇପଡ଼ିଛି। ଏହାବ୍ୟତୀତ ପୂର୍ବ ୟୁକ୍ରେନର ଅଧିକାଂଶ ଭାଗ ରୁଷ ସେନା ନିଜ ଅକ୍ତିଆରକୁ ନେବା ପରେ ସେଠାରେ ୟୁକ୍ରେନବାସୀଙ୍କୁ ରୁଷ ନାଗରିକତା ଦେବାକୁ ରୁଷିଆ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଯୁଦ୍ଧ ଆରମ୍ଭ ସମୟରୁ ରୁଷିଆକୁ ଘେରିବାକୁ ୟୁକ୍ରେନ ରାଷ୍ଟ୍ରପତି ପଶ୍ଚିମ ରାଷ୍ଟ୍ରମାନଙ୍କୁ ଯାହା କହିଆସିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇନାହିଁ। ଯେଉଁଥିପାଇଁ ସେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ରୁଷିଆ ବିରୋଧରେ ଶକ୍ତ ଆର୍ଥିକ କଟକଣା ଲାଗାଇବାକୁ ଜେଲେଁସ୍କି ବାରମ୍ବାର ଦାବି କରିଥିଲେ। ଏପରିକି ୟୁରୋପ ସମେତ ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରକୁ ସମ୍ବୋଧିତକରି ଏହି ବିଷୟକୁ ଗୁରୁତ୍ବ ଦେବାକୁ କହିଥିଲେ। ହେଲେ ୟୁରୋପୀୟ ରାଷ୍ଟ୍ର ସେଭଳି କରିନାହାନ୍ତି। କଟକଣା ଲାଗାଇବା ତ’ ଦୂର କଥା ରୁଷିଆରୁ ତେଲ ଆମଦାନୀ ମଧ୍ୟ ବନ୍ଦ କରିନାହାନ୍ତି। ଯାହାକୁ ନେଇ ରାଷ୍ଟ୍ରପତି ଜେଲେଁସ୍କି ପଶ୍ଚିମ ରାଷ୍ଟ୍ରମାନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ରୁଷିଆ ସହ ଏଭଳି ଖେଳ ବନ୍ଦ କରି ତୁରନ୍ତ ଯୁଦ୍ଧର ଅବସାନ ଘଟାଇବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର