ସୁରକ୍ଷା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଗୁହାରିକଲେ ଜେଲେଁସ୍କି; ଡ୍ୟାମ୍‌ ଚାରିପଟେ ବିସ୍ଫୋରକ ଲଗାଇଛି ରୁଷ

The Sakala Picture
Published On

କିଭ୍‌ : ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବିଶେଷକରି ୟୁକ୍ରେନ ବିରୋଧରେ ଏବେ ରୁଷ ସେନା ଅଧିକ ଆକ୍ରାତ୍ମକ ହୋଇପଡ଼ିଥିବାରୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି। ରାଜଧାନୀ କିଭ୍‌ ସମେତ ୟୁକ୍ରେନର ବହୁ ପ୍ରମୁଖ ସହରାଞ୍ଚଳରେ ରୁଷ ସେନା ଘନ ଘନ ବୋମାମାଡ଼ କରି ବହୁ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏହିକ୍ରମରେ ଦକ୍ଷିଣ ୟୁକ୍ରେନ ସହର ଖେରସନ୍‌ ସହରସ୍ଥିତ ଏକ ଡ୍ୟାମକୁ ରୁଷ ସେନା ଧ୍ବସ୍ତ କରି ଦେବାର […]

କିଭ୍‌ : ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବିଶେଷକରି ୟୁକ୍ରେନ ବିରୋଧରେ ଏବେ ରୁଷ ସେନା ଅଧିକ ଆକ୍ରାତ୍ମକ ହୋଇପଡ଼ିଥିବାରୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି। ରାଜଧାନୀ କିଭ୍‌ ସମେତ ୟୁକ୍ରେନର ବହୁ ପ୍ରମୁଖ ସହରାଞ୍ଚଳରେ ରୁଷ ସେନା ଘନ ଘନ ବୋମାମାଡ଼ କରି ବହୁ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏହିକ୍ରମରେ ଦକ୍ଷିଣ ୟୁକ୍ରେନ ସହର ଖେରସନ୍‌ ସହରସ୍ଥିତ ଏକ ଡ୍ୟାମକୁ ରୁଷ ସେନା ଧ୍ବସ୍ତ କରି ଦେବାର ସୂଚନା ପାଇ ଜେଲେଁସ୍କି ଚିନ୍ତାବ୍ୟକ୍ତ କରିବା ସହିତ ଏହାର ସୁରକ୍ଷା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରାମାନଙ୍କୁ ଗୁହାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଅପରେସନ୍ ସିନ୍ଦୂରର ପ୍ରଭାବ: ଭାରତର ପ୍ରତିରକ୍ଷା ବ୍ୟୟ ୮.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲା, ସିପ୍ରି (SIPRI) ରିପୋର୍ଟ

ରୁଷ ସେନା ଖେରସନସ୍ଥିତ ନୋଭା କାସୋଭକା ଡ୍ୟାମ ଚାରିପଟେ ବିସ୍ଫୋରକ ଲଗାଇ ଏହାକୁ ଧ୍ବସ୍ତ କରି ଦେବାକୁ ବସିଥିଲା ବେଳେ ଏହାଦ୍ବାରା ଖେରସନ ସମେତ ପୁରା ଦକ୍ଷିଣ ୟୁକ୍ରେନ ବନ୍ୟାପ୍ଲାବିତ ହୋଇପଡ଼ିବ ବୋଲି ଜେଲେଁସ୍କି କହିଛନ୍ତି। ତେଣୁ ରୁଷକୁ ଏଥିରୁ ନିବୃତ ହେବାକୁ ପଶ୍ଚିମ ରାଷ୍ଟ୍ର ଚାପ ପକାଇବା ଦରକାର ବୋଲି ସେ କହିଛନ୍ତି। ରୁଷ ସେନା ନିଜର ସାମରିକ ରଣନୀତିକୁ ନେଇ ୟୁକ୍ରେନର ଶକ୍ତି କ୍ଷେତ୍ରକୁ ଯୁଦ୍ଧ ମଇଦାନରେ ପରିଣତ କରିବାକୁ ଚାହୁଁଛି। ଯଦି ରୁଷ ସେନା ଡ୍ୟାମକୁ ଧ୍ୱଂସ କରିବାରେ ସଫଳ ହୁଏ ତେବେ ଉତ୍ତର କ୍ରିମିଆ କେନାଲ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତ ହୋଇଯିବ ଏବଂ ପ୍ରଳୟ ଆସିବ ବୋଲି ଜେଲେଁସ୍କି କହିଛନ୍ତି।

ଆହୁରି ପଢ଼ନ୍ତୁ: ମେ’ ପହିଲାରୁ ପୁଣି ମହଙ୍ଗା ହୋଇପାରେ ଏଲ୍‌ପିଜି ସିଲିଣ୍ଡର, ବଦଳିପାରେ ବୁକିଂ ନିୟମ

22 Oct 2022 By The Sakala

ସୁରକ୍ଷା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଗୁହାରିକଲେ ଜେଲେଁସ୍କି; ଡ୍ୟାମ୍‌ ଚାରିପଟେ ବିସ୍ଫୋରକ ଲଗାଇଛି ରୁଷ

କିଭ୍‌ : ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବିଶେଷକରି ୟୁକ୍ରେନ ବିରୋଧରେ ଏବେ ରୁଷ ସେନା ଅଧିକ ଆକ୍ରାତ୍ମକ ହୋଇପଡ଼ିଥିବାରୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି। ରାଜଧାନୀ କିଭ୍‌ ସମେତ ୟୁକ୍ରେନର ବହୁ ପ୍ରମୁଖ ସହରାଞ୍ଚଳରେ ରୁଷ ସେନା ଘନ ଘନ ବୋମାମାଡ଼ କରି ବହୁ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏହିକ୍ରମରେ ଦକ୍ଷିଣ ୟୁକ୍ରେନ ସହର ଖେରସନ୍‌ ସହରସ୍ଥିତ ଏକ ଡ୍ୟାମକୁ ରୁଷ ସେନା ଧ୍ବସ୍ତ କରି ଦେବାର ସୂଚନା ପାଇ ଜେଲେଁସ୍କି ଚିନ୍ତାବ୍ୟକ୍ତ କରିବା ସହିତ ଏହାର ସୁରକ୍ଷା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରାମାନଙ୍କୁ ଗୁହାରି କରିଛନ୍ତି।

ରୁଷ ସେନା ଖେରସନସ୍ଥିତ ନୋଭା କାସୋଭକା ଡ୍ୟାମ ଚାରିପଟେ ବିସ୍ଫୋରକ ଲଗାଇ ଏହାକୁ ଧ୍ବସ୍ତ କରି ଦେବାକୁ ବସିଥିଲା ବେଳେ ଏହାଦ୍ବାରା ଖେରସନ ସମେତ ପୁରା ଦକ୍ଷିଣ ୟୁକ୍ରେନ ବନ୍ୟାପ୍ଲାବିତ ହୋଇପଡ଼ିବ ବୋଲି ଜେଲେଁସ୍କି କହିଛନ୍ତି। ତେଣୁ ରୁଷକୁ ଏଥିରୁ ନିବୃତ ହେବାକୁ ପଶ୍ଚିମ ରାଷ୍ଟ୍ର ଚାପ ପକାଇବା ଦରକାର ବୋଲି ସେ କହିଛନ୍ତି। ରୁଷ ସେନା ନିଜର ସାମରିକ ରଣନୀତିକୁ ନେଇ ୟୁକ୍ରେନର ଶକ୍ତି କ୍ଷେତ୍ରକୁ ଯୁଦ୍ଧ ମଇଦାନରେ ପରିଣତ କରିବାକୁ ଚାହୁଁଛି। ଯଦି ରୁଷ ସେନା ଡ୍ୟାମକୁ ଧ୍ୱଂସ କରିବାରେ ସଫଳ ହୁଏ ତେବେ ଉତ୍ତର କ୍ରିମିଆ କେନାଲ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତ ହୋଇଯିବ ଏବଂ ପ୍ରଳୟ ଆସିବ ବୋଲି ଜେଲେଁସ୍କି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର