ସ୍ବର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଲୋକେ

The Sakala Picture
Published On

ଅମୃତସର: ଶିଖ୍‌ଙ୍କ ସବୁଠାରୁ ବଡ଼ ଧାର୍ମିକସ୍ଥଳ ସ୍ବର୍ଣ୍ଣ ମନ୍ଦିରରେ ଶନିବାର ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଏହି ଯୁବକ ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅସମ୍ମାନ କରିବାକୁ ପ୍ରୟାସ କରିଥିଲା। ସେ ସେଠାରେ ରଖାଯାଇଥିବା ଶ୍ରୀସାହିବ(କୃପାଣ) ଉଠାଇ ନେଇଥିଲେ। ଏହା ପରେ ଲୋକ ରୁଣ୍ଡ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସ୍ବର୍ଣ୍ଣ ମନ୍ଦିରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି […]

ଅମୃତସର: ଶିଖ୍‌ଙ୍କ ସବୁଠାରୁ ବଡ଼ ଧାର୍ମିକସ୍ଥଳ ସ୍ବର୍ଣ୍ଣ ମନ୍ଦିରରେ ଶନିବାର ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଏହି ଯୁବକ ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅସମ୍ମାନ କରିବାକୁ ପ୍ରୟାସ କରିଥିଲା। ସେ ସେଠାରେ ରଖାଯାଇଥିବା ଶ୍ରୀସାହିବ(କୃପାଣ) ଉଠାଇ ନେଇଥିଲେ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହା ପରେ ଲୋକ ରୁଣ୍ଡ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସ୍ବର୍ଣ୍ଣ ମନ୍ଦିରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁବକଙ୍କୁ ଦେଖାଇବାକୁ ଏବଂ ଶବ ପୁଲିସକୁ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅମୃତସର ଡିସିପି ପରମିନ୍ଦର ସିଂହ ଭଣ୍ଡାଲା ଯୁବକଙ୍କ ଶବକୁ ସିଭିଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଯୁବକ ଦର୍ଶନାର୍ଥୀଙ୍କ ମଧ୍ୟରେ ସାମିଲ ଥିଲା। ତାଙ୍କ ଆଗରେ ଜଣେ ଶିଖ୍‌ ଯୁବକ ଛିଡା ହୋଇଥିଲେ। ସେ ପ୍ରଣାମ କରିବା ସମୟରେ ଯୁବକ ଧାଇଁ ଯାଇ ଭିତରେ ପଶି ଯାଇଥିଲା। ସେ ଗୁରୁଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା କୃପାଣ ଉଠାଇ ନେଇଥିଲେ। କିଛି ସେବକ ତାଙ୍କୁ ସେଠାରୁ ଉଠାଇ ନେଇଯାଇ ପିଟି ପିଟି ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର