ପୁଣି ଚୀନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜିନ୍‌ପିଙ୍ଗ

The Sakala Picture
Published On

ବେଜିଙ୍ଗ୍‌: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି। ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ଯନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ […]

ବେଜିଙ୍ଗ୍‌: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି। ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ଯନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର