ମନୋରଞ୍ଜନ
ଓଡ଼ିଶା
ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାର ଗିରଫ
ନୂଆଦିଲ୍ଲୀ: ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମୁଣ୍ଡକାଙ୍କ ଅଞ୍ଚଳରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏକ ଟିମ୍ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। Wrestler Sushil Kumar has been arrested by a team of Special Cell, says Neeraj Thakur, Special CP-Special Cell pic.twitter.com/cIbyulgsbk […]
ନୂଆଦିଲ୍ଲୀ: ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମୁଣ୍ଡକାଙ୍କ ଅଞ୍ଚଳରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏକ ଟିମ୍ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।
Wrestler Sushil Kumar has been arrested by a team of Special Cell, says Neeraj Thakur, Special CP-Special Cell pic.twitter.com/cIbyulgsbk
ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ— ANI (@ANI) May 23, 2021
କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପାଇଁ ପୋଲିସ ପଞ୍ଜାବର ଭଟିଣ୍ଡା, ମୋହାଲି ସମେତ କେତେକ ରାଜ୍ୟରେ ଲଗାତାର୍ ରେଡ୍ କରିଥିଲା । ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ । ତଥାପି ସୁଶୀଲ କୁମାର ଧରାପଡ଼ି ନଥିଲେ । ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ପୋଲିସକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହେଉଥିଲେ । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲର ବରିଷ୍ଠ ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କରମବୀର ଏବଂ ଏସିପି ଅତର ସିଂଙ୍କ ଟିମ୍ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ଅଜୟଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରଣା ହତ୍ୟା ମାମଲାରେ ସୁଶୀଲ କୁମାର ଗିରଫ ହୋଇଛନ୍ତି ।






