କାଶ୍ମୀରରେ ବିଶ୍ବର ଉଚ୍ଚତ୍ତମ ରେଲୱେ ବ୍ରିଜ୍

The Sakala Picture
Published On

କାଶ୍ମୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ଯାୟ ନିର୍ମାଣ କାର୍ଯ୍ଯ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟ କରି ଏହି ସୂଚନା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ମେସେଜ୍ ଜରିଆରେ ସମସ୍ତ ଭାରତୀୟଙ୍କ ପାଇଁ ଏହା ଗୌରବର କ୍ଷଣ ବୋଲି କହିଛନ୍ତି। Railways complete the Arch closure of the iconic Chenab Bridge, World’s highest Railway Bridge. The Arch looms […]

କାଶ୍ମୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ଯାୟ ନିର୍ମାଣ କାର୍ଯ୍ଯ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟ କରି ଏହି ସୂଚନା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ମେସେଜ୍ ଜରିଆରେ ସମସ୍ତ ଭାରତୀୟଙ୍କ ପାଇଁ ଏହା ଗୌରବର କ୍ଷଣ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ୬ ଶିବସେନା (ୟୁବିଟି) ସାଂସଦ

ଏହି ରେଲଓ୍ଵେ ପୋଲକୁ ଚେନାବ ନଦୀ ତଳସ୍ତରରୁ ୩୫୯ ମିଟରରୁ ଅଧିକ ଉଚ୍ଚରେ ନିର୍ମାଣ କରାଯାଇଛି। ଏହା ଇଞ୍ଜିନିୟରଙ୍କ ପାଇଁ ଏକ ବଡ ଉପଲବ୍ଧି। ପୋଲ ନିର୍ମାଣରେ ୧୦ ବର୍ଷରୁ ଅଧିକ ସମୟ ଲାଗିଛି। ୧୩୧୫ ମିଟରର ଏହି ପୋଲ ଉଭୟ ପାର୍ଶ୍ଵରେ ବକ୍କଲ ଓ କୌରି କ୍ଷେତ୍ରକୁ ସଂଯୋଗ କରୁଛି। ପୋଲ ଉଚ୍ଚ ତୀବ୍ରତାର ଭୂକମ୍ପ ଝଟକା ସହ୍ୟ କରିବାର କ୍ଷମତା ରହିଛି। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି।

ଏହି ବ୍ରିଜ୍ ନର୍ଦ୍ଦର୍ଣ୍ଣ ରେଲୱେର ୨୭୨ କିଲୋମିଟର ଉଦ୍ଧାମପୁର-ଶ୍ରୀନଗର-ବାରମୂଳା ରେଳ ଲିଙ୍କ୍ ପ୍ରକଳ୍ପର ଏକ ଅଂଶ ବିଶେଷ। ୧ କିଲୋମିଟର ୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ କାଶ୍ନୀର ଉପତ୍ୟକା ସହ ରାଜ୍ୟର ବିଭିନ୍ନ ବିଛିନ୍ନାଞ୍ଚଳକୁ ଯୋଗାଯୋଗ କରିବାରେ ସହାୟକ ହେବ। ସେତୁ ର୍ନିମାଣ ପାଇଁ ଇସ୍ପାତକୁ ବିଶେଷ ଭାବରେ ଚୟନ କରାଯାଇଥିଲା।

ଏଥିରେ ବ୍ୟବହୃତ ଧାତୁ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାକୁ ଏବଂ ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ପବନର ଗତିକୁ ପ୍ରତିରୋଧ କରିବାରେ ସକ୍ଷମ ହେବ।

ପୋଲର ଉଦଘାଟନୀ ସମାରୋହରେ ରେଲଓ୍ଵେ ମନ୍ତ୍ରୀ ପିୟୂଷ ଗୋଏଲ, ରେଲଓ୍ଵେ ସିଇଓ ତଥା ଉପାଧ୍ୟକ୍ଷ ସୁନିତ ଶର୍ମା, ଉତ୍ତର ରେଲଓ୍ଵେର ମହା ପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ ଓ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

05 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର