ବିଶ୍ବର ପ୍ରଥମ ହୋଟେଲ୍‌ ଯେଉଁଠି ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ହେଉଛି ବିଜୁଳି

The Sakala Picture
Published On

ଜାପାନ: ଏବେ ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ। ପଲିଥିନ୍‌, ପ୍ଲାଷ୍ଟିକ୍‌ ଓ ପଚାଶଢ଼ା ଖାଦ୍ୟ ପରିବେଶକୁ ଅଧିକ ମାତ୍ରାରେ ପ୍ରଦୂଷିତ କରୁଛି। ତେଣୁ ବର୍ଜ୍ୟବସ୍ତୁକୁ କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ଅବଲମ୍ବନ କରାଯାଉଛି। ଏହି ଧାରାରେ ଜାପାନର ଏକ ହୋଟେଲ୍‌ ପଚାଖାଦ୍ୟ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବିଜୁଳି ଉତ୍ପାଦନ କ୍ଷେତ୍ରରେ ସଫଳ ହୋଇଛି। ଜାପାନସ୍ଥିତ ‘କାୱାସାକି କିଙ୍ଗ୍‌ ସ୍କାଇଫ୍ରଣ୍ଟ୍‌ […]

ଜାପାନ: ଏବେ ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ। ପଲିଥିନ୍‌, ପ୍ଲାଷ୍ଟିକ୍‌ ଓ ପଚାଶଢ଼ା ଖାଦ୍ୟ ପରିବେଶକୁ ଅଧିକ ମାତ୍ରାରେ ପ୍ରଦୂଷିତ କରୁଛି। ତେଣୁ ବର୍ଜ୍ୟବସ୍ତୁକୁ କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ଅବଲମ୍ବନ କରାଯାଉଛି। ଏହି ଧାରାରେ ଜାପାନର ଏକ ହୋଟେଲ୍‌ ପଚାଖାଦ୍ୟ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବିଜୁଳି ଉତ୍ପାଦନ କ୍ଷେତ୍ରରେ ସଫଳ ହୋଇଛି। ଜାପାନସ୍ଥିତ ‘କାୱାସାକି କିଙ୍ଗ୍‌ ସ୍କାଇଫ୍ରଣ୍ଟ୍‌ ଟୋକ୍ୟୁ ରେ’ ନାମକ ଏକ ହୋଟେଲ୍‌ରେ ଏହି ବିଜୁଳିର ବିନିଯୋଗ କରାଯାଉଛି। ତେଣୁ ଏଭଳି ଅଭିନବ ଉପାୟରେ ବିଜୁଳି ପରିଚାଳନା କରୁଥିବା, ବିଶ୍ବର ପ୍ରଥମ ହୋଟେଲ୍‌ ଭାବେ ଏହା ବେଶ୍‌ ନାଁ କରିଛି। ଏଠାରେ ବର୍ଜ୍ୟବସ୍ତୁକୁ ହାଇଡ୍ରୋଜେନ୍‌ ଊର୍ଜା ଶକ୍ତିରେ ପରିଣତ କରାଯାଏ। ଏହି କ୍ରମରେ ହୋଟେଲ୍‌ର ହାଇଡ୍ରୋଜେନ୍‌ ୩୦ ପ୍ରତିଶତ ପ୍ଲାଷ୍ଟିକ୍‌ ଆବର୍ଜନାରୁ ଆସିଥିବାେବଳେ ୭୦ ପ୍ରତିଶତ ପଚାଶଢ଼ା ଖାଦ୍ୟରୁ ସୃଷ୍ଟି ହୋଇଥାଏ। ଏହି କୌଶଳକୁ ଜାପାନ କମ୍ପାନି ‘ତୋସିବା’ ଆରମ୍ଭ କରିଛି। ଏହାର ବିଶେଷତ୍ବ ହେଉଛି, ହାଇଡ୍ରୋଜେନ୍ ଇନ୍ଧନ ସେଲ୍‌ ସିଷ୍ଟମ୍ ବିନା କାର୍ବନ୍ ହାଇଡ୍ରୋଜନ୍‌କୁ ବିଜୁଳି ଶକ୍ତିରେ ପରିଣତ କରିଥାଏ। ଏହା ହାଇଡ୍ରୋଜେନ୍ ଇନ୍ଧନ ଶକ୍ତି ପାଇପ୍ ମାଧ୍ୟମରେ ଆସିଥାଏ। ଭଙ୍ଗା ପାନିଆ ଓ ଟୁଥ୍‌ବ୍ରସ୍‌କୁ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଭାବେ ବ୍ୟବହାର କରାଯାଏ। ଏହି ହୋଟେଲ୍‌ରେ ବାର୍ଷିକ ୪ ଲକ୍ଷ ୫୦ ହଜାର କିଲୋୱାଟ୍‌ ବିଜୁଳି ଉତ୍ପନ୍ନ ହୋଇଥାଏ, ଯାହାକି ୮୨ଟି ଘରକୁ ବର୍ଷସାରା ବିଜୁଳି ଯୋଗାଇବାରେ ସକ୍ଷମ। ତେବେ ଏହି ପଦ୍ଧତିକୁ ବିଶ୍ବସ୍ତରରେ ଆପଣାଇବା ଦ୍ବାରା ବର୍ଜ୍ୟବସ୍ତୁ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

17 Aug 2021 By The Sakala

ବିଶ୍ବର ପ୍ରଥମ ହୋଟେଲ୍‌ ଯେଉଁଠି ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ହେଉଛି ବିଜୁଳି

ଜାପାନ: ଏବେ ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ। ପଲିଥିନ୍‌, ପ୍ଲାଷ୍ଟିକ୍‌ ଓ ପଚାଶଢ଼ା ଖାଦ୍ୟ ପରିବେଶକୁ ଅଧିକ ମାତ୍ରାରେ ପ୍ରଦୂଷିତ କରୁଛି। ତେଣୁ ବର୍ଜ୍ୟବସ୍ତୁକୁ କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ଅବଲମ୍ବନ କରାଯାଉଛି। ଏହି ଧାରାରେ ଜାପାନର ଏକ ହୋଟେଲ୍‌ ପଚାଖାଦ୍ୟ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବିଜୁଳି ଉତ୍ପାଦନ କ୍ଷେତ୍ରରେ ସଫଳ ହୋଇଛି। ଜାପାନସ୍ଥିତ ‘କାୱାସାକି କିଙ୍ଗ୍‌ ସ୍କାଇଫ୍ରଣ୍ଟ୍‌ ଟୋକ୍ୟୁ ରେ’ ନାମକ ଏକ ହୋଟେଲ୍‌ରେ ଏହି ବିଜୁଳିର ବିନିଯୋଗ କରାଯାଉଛି। ତେଣୁ ଏଭଳି ଅଭିନବ ଉପାୟରେ ବିଜୁଳି ପରିଚାଳନା କରୁଥିବା, ବିଶ୍ବର ପ୍ରଥମ ହୋଟେଲ୍‌ ଭାବେ ଏହା ବେଶ୍‌ ନାଁ କରିଛି। ଏଠାରେ ବର୍ଜ୍ୟବସ୍ତୁକୁ ହାଇଡ୍ରୋଜେନ୍‌ ଊର୍ଜା ଶକ୍ତିରେ ପରିଣତ କରାଯାଏ। ଏହି କ୍ରମରେ ହୋଟେଲ୍‌ର ହାଇଡ୍ରୋଜେନ୍‌ ୩୦ ପ୍ରତିଶତ ପ୍ଲାଷ୍ଟିକ୍‌ ଆବର୍ଜନାରୁ ଆସିଥିବାେବଳେ ୭୦ ପ୍ରତିଶତ ପଚାଶଢ଼ା ଖାଦ୍ୟରୁ ସୃଷ୍ଟି ହୋଇଥାଏ। ଏହି କୌଶଳକୁ ଜାପାନ କମ୍ପାନି ‘ତୋସିବା’ ଆରମ୍ଭ କରିଛି। ଏହାର ବିଶେଷତ୍ବ ହେଉଛି, ହାଇଡ୍ରୋଜେନ୍ ଇନ୍ଧନ ସେଲ୍‌ ସିଷ୍ଟମ୍ ବିନା କାର୍ବନ୍ ହାଇଡ୍ରୋଜନ୍‌କୁ ବିଜୁଳି ଶକ୍ତିରେ ପରିଣତ କରିଥାଏ। ଏହା ହାଇଡ୍ରୋଜେନ୍ ଇନ୍ଧନ ଶକ୍ତି ପାଇପ୍ ମାଧ୍ୟମରେ ଆସିଥାଏ। ଭଙ୍ଗା ପାନିଆ ଓ ଟୁଥ୍‌ବ୍ରସ୍‌କୁ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଭାବେ ବ୍ୟବହାର କରାଯାଏ। ଏହି ହୋଟେଲ୍‌ରେ ବାର୍ଷିକ ୪ ଲକ୍ଷ ୫୦ ହଜାର କିଲୋୱାଟ୍‌ ବିଜୁଳି ଉତ୍ପନ୍ନ ହୋଇଥାଏ, ଯାହାକି ୮୨ଟି ଘରକୁ ବର୍ଷସାରା ବିଜୁଳି ଯୋଗାଇବାରେ ସକ୍ଷମ। ତେବେ ଏହି ପଦ୍ଧତିକୁ ବିଶ୍ବସ୍ତରରେ ଆପଣାଇବା ଦ୍ବାରା ବର୍ଜ୍ୟବସ୍ତୁ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

https://www.thesakala.in/national-international/worlds-first-hotel-where-electricity-is-generated-from-waste/article-4659
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର