ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ରିପୋର୍ଟ: ପ୍ରତିରାତିରେ ଭୋକିଲା ରୁହନ୍ତି ବିଶ୍ବର ୮୨ କୋଟି ଲୋକ, ଚିନ୍ତା ବଢ଼ାଉଛି ଖାଦ୍ୟ ସଙ୍କଟ,ଦରଦାମ୍‌ ବୃଦ୍ଧି

The Sakala Picture
Published On

ୱାଶିଂଟନ୍‌(ଏଜେନ୍ସି): ସମ୍ପ୍ରତି ସାରା ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି। ବିଗତ କିଛି ଦଶନ୍ଧି ଧରି ବିଶ୍ବରେ ବ୍ୟାପକ ଅଭିବୃଦ୍ଧି ଘଟିଛି ଏବଂ ଆଗାମୀ ଦଶନ୍ଧିରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିବ। ଯେହେତୁ ଜନସଂଖ୍ୟା ଏବେ ୮୦୦ କୋଟି ଛୁଇଁବାକୁ ଯାଉଛି। ତେଣୁ ବିଶ୍ବରେ ବର୍ତ୍ତମାନ ଖାଦ୍ୟ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ ବୋଲି […]

ୱାଶିଂଟନ୍‌(ଏଜେନ୍ସି): ସମ୍ପ୍ରତି ସାରା ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି। ବିଗତ କିଛି ଦଶନ୍ଧି ଧରି ବିଶ୍ବରେ ବ୍ୟାପକ ଅଭିବୃଦ୍ଧି ଘଟିଛି ଏବଂ ଆଗାମୀ ଦଶନ୍ଧିରେ ମଧ୍ୟ ଏହି ଅଭିବୃଦ୍ଧି ଜାରି ରହିବ। ଯେହେତୁ ଜନସଂଖ୍ୟା ଏବେ ୮୦୦ କୋଟି ଛୁଇଁବାକୁ ଯାଉଛି। ତେଣୁ ବିଶ୍ବରେ ବର୍ତ୍ତମାନ ଖାଦ୍ୟ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଏବେ ବଡ଼ ଚିନ୍ତାର ବିଷୟ ବୋଲି ମିଳିତ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଦୈନିକ ରାତିରେ ସାରା ବିଶ୍ବରେ ପ୍ରାୟ ୮୨ କୋଟିରୁ ଅଧିକ ଲୋକ ଭୋକିଲା ରହିଥାନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

୨୦୧୯ଠାରୁ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ଲୋକଙ୍କ ସଂଖ୍ୟା ୧୩.୫ କୋଟିରୁ ୩୪.୫ କୋଟିକୁ ବୃଦ୍ଧି ପାଇଛି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ୟୁଏନ୍ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ନେତାମାନଙ୍କୁ କହିଛନ୍ତି ଯେ ପାଞ୍ଚଟି ପୃଥକ ସ୍ଥାନରେ ଲୋକମାନେ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ୧୯୫୦ ଦଶକଠାରୁ ବିଶ୍ବ ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଳାଗିଛି, ଯାହା ୨୦୨୦ରେ ୧%ରୁ କମ୍ ହ୍ରାସ ପାଇଛି। ମିଳିତ ଜାତିସଂଘ ଦ୍ବାରା କରାଯାଇଥିବା ସର୍ବଶେଷ ଆକଳନରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୫୦ କୋଟିରେ ପହଞ୍ଚିବ। ୨୦୫୦ ବେଳକୁ ଏହା ୯୭୦ କୋଟିରେ ପହଞ୍ଚିଯାଇଥିବ। ୨୦୮୦ ଦଶକ ବେଳକୁ ଏହା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ, ଜନସଂଖ୍ୟା ବିଭାଗ ଅନୁଯାୟୀ ଭାରତ ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଚାଇନାକୁ ଅତିକ୍ରମ କରିବ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ରିପୋର୍ଟ ଅନୁଯାୟୀ, ସାରା ବିଶ୍ବରେ ବାର୍ଷିକ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପାଦନ ହୋଇଥାଏ। ଏହାର ପରିମାଣ ପାଖାପାଖି ୪ ବିଲିୟନ ଟନ୍ ହେବ, କିନ୍ତୁ ଏହି ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍‌ ୧.୩ ବିଲିୟନ ଟନ୍ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ନଷ୍ଟ ହୋଇଯାଇଥାଏ। ବିଶ୍ବ ବନ୍ୟପ୍ରାଣୀ ପାଣ୍ଠିର କହିବାନୁଯାୟୀ, ପୁଷ୍ଟିକର ଖାଦ୍ୟ ପାଉ ନ ଥିବା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏହା ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀ ହେବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସମସ୍ୟା ବୃଦ୍ଧି ଘଟାଉଥିବା ଅନ୍ୟ ଦିଗଟି ହେଉଛି ଖାଦ୍ୟ ସାମଗ୍ରୀର ଅତ୍ୟଧିକ ମୂଲ୍ୟ। ଶସ୍ତା ଖାଦ୍ୟ ଖାଇବା ଦ୍ବାରା ପୁଷ୍ଟିହୀନତା ବୃଦ୍ଧି ପାଇବ ଯାହା ମହିଳା ଏବଂ ଶିଶୁମାନଙ୍କ ପାଇଁ ଅଧିକ କ୍ଷତିକାରକ। ସାଧାରଣତଃ ଖାଦ୍ୟ ମୂଲ୍ୟ ଅଧିକ ରହିଥିବାରୁ ଫଳ, ପନିପରିବା, ଦୁଗ୍ଧ ଏବଂ ମାଂସ ଭଳି ପୁଷ୍ଟିକର ଖାଦ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଖାଦ୍ୟର ମୂଲ୍ୟ ବୃଦ୍ଧି ହେଲେ ପରିବାରମାନେ ଅଧିକ ପୁଷ୍ଟିକର ଖାଦ୍ୟ କିଣିବା ପରିବର୍ତ୍ତେ ଶସ୍ତା ମୁଖ୍ୟ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟକୁ କ୍ରୟ କରିଥାନ୍ତି, ଯାହା ଫଳରେ ପୁଷ୍ଟିଯୁକ୍ତ ଖାଦ୍ୟର ଗୁଣବତ୍ତା ହ୍ରାସ ପାଇବ। ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥର ଏକ ରିପୋର୍ଟ ଅନୁଯାୟୀ, ପୁଷ୍ଟିହୀନତା, ବିଶେଷକରି ପିଲାମାନଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। , ଏହାକୁ ଲୁକ୍କାୟିତ କ୍ଷୁଧା କୁହାଯାଇଥାଏ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ବରେ ଖାଦ୍ୟ ସମାଗ୍ରୀ ମୂଲ୍ୟ ଢ଼େର ବଢ଼ିଯାଇଛି। ଉଭୟ ଦେଶ ଗହମ, ବାର୍ଲି, ମକା ଏବଂ ସୂର୍ଯ୍ୟମୁଖୀ ତେଲର ବିଶ୍ବରେ ବୃହତ୍‌ ଯୋଗାଣକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର