କାଙ୍ଗାଳ ହେବେ ତାଲିବାନୀ : ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ୍‌

The Sakala Picture
Published On

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱବ୍ୟାଙ୍କ । ତାଲିବାନର ଅକ୍ତିଆରକୁ ଆସିବା ପରେ ଆଫଗାନିସ୍ତାନରେ ଉପୁଜିଥିବା ବିଶୃଙ୍ଖଳିତ ପରିସ୍ଥିତିରେ ଉଦ୍‌ବିଗ୍ନ ହୋଇ […]

ଓ୍ୱାଶିଂଟନ୍: କାଙ୍ଗାଳ ହୋଇଯିବେ ତାଲିବାନୀ । କାବୁଲକୁ ତାଲିବାନ ନିଜ କବଜାକୁ ନେବା ପରେ ଆଫଗାନିସ୍ତାନକୁ ବିଭିନ୍ନ ମହଲରୁ ଫଣ୍ଡିଂ ବନ୍ଦ ହେଉଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆର୍ଥିକ ସହାୟତା ଦେବାକୁ ମନା କରିଥିଲା । ଏବେ ବିଶ୍ୱବ୍ୟାଙ୍କ ଫଣ୍ଡିଂ ବନ୍ଦ କରି ଦେଇଛି । ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱବ୍ୟାଙ୍କ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ତାଲିବାନର ଅକ୍ତିଆରକୁ ଆସିବା ପରେ ଆଫଗାନିସ୍ତାନରେ ଉପୁଜିଥିବା ବିଶୃଙ୍ଖଳିତ ପରିସ୍ଥିତିରେ ଉଦ୍‌ବିଗ୍ନ ହୋଇ ବିଶ୍ବ ବ୍ୟାଙ୍କ୍‌ ଆଫଗାନିସ୍ତାନକୁ ଦେଉଥିବା ଆର୍ଥିକ ସହାୟତା ପ୍ରଦାନ ବନ୍ଦ କରିଛି। ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, ବିଶ୍ବ ବ୍ୟାଙ୍କ୍‌ର ଜନୈକ ମୁଖପାତ୍ର କହିଛନ୍ତି, ତାଲିବାନ୍‌ କ୍ଷମତା ଅକ୍ତିଆର କରିବା ପରେ ସେଠାରେ ଉପୁଜିଥିବା ପରିସ୍ଥିତି ଯୋଗୁଁ, ବିଶେଷକରି ନାରୀମାନଙ୍କ ଭବିଷ୍ୟତ ଲାଗି ଭୀଷଣ ଉଦ୍‌ବିଗ୍ନ ବୋଲି ବିଶ୍ବ ବ୍ୟାଙ୍କ୍ କହିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ବିଶ୍ୱବ୍ୟାଙ୍କ ନିଜର ଆଭ୍ୟନ୍ତରୀଣ ନୀତି ଓ ପ୍ରକ୍ରିୟାର ଅଂଶ ବିଶେଷ ଭାବରେ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିଛି । ଅନ୍ତରାଷ୍ଟ୍ରୀୟ ଅଂଶୀଦାର ଓ ବିକାଶଧାରାରେ ସାମିଲ ଲୋକଙ୍କ ସହ ଆଲୋଚନା ଜାରି ରଖିବ । ଅଂଶୀଦାରଙ୍କ ସହ ଆଲୋଚନା କରି ଆଫଗାନିସ୍ତାନକୁ ସହାୟତା ଦିଗରେ କୌଣସି ରାସ୍ତା ବାହାର କରିବା ଉପରେ ଉଦ୍ୟମ ଜାରି ରହିବ ବୋଲି ବିଶ୍ୱବ୍ୟାଙ୍କ କହିଛି । ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କର ଫଣ୍ଡିଂ ବନ୍ଦ ନିଷ୍ପତ୍ତି ତାଲିବାନୀଙ୍କ ପାଇଁ ବଡ଼ ଝଟକା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର