ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ : ସପକ୍ଷରେ ପଡିଲା ୪୫୪ ଖଣ୍ଡ ଭୋଟ, ବିପକ୍ଷରେ ୨

The Sakala Picture
Published On

ନୂଆଦିଲ୍ଲୀ : ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ସଂସଦର ସ୍ୱତନ୍ତ୍ର […]

ନୂଆଦିଲ୍ଲୀ : ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଗତକାଲି ଆଗତ ହୋଇଥିଲା ବିଲ୍ । ବର୍ତ୍ତମାନ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ହେବ । ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଲୋକସଭାରେ ଆଜି ଦିନ ୧୧ଟାରୁ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ପ୍ରଥମେ ଉପସ୍ଥାପନ କରିଥିଲେ। ସେ ବିଲ୍‌କୁ ସମର୍ଥନ କରିବା ସହ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ।।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଅନ୍ୟପଟେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନାରୀ ଶକ୍ତି ବନ୍ଦନା ବିଲ୍ ବିଜେପି ଏବଂ ମୋଦୀଜୀଙ୍କ ପାଇଁ ରାଜନୈତିକ ଏଜେଣ୍ଡା ନୁହେଁ। ଗତକାଲିର ଦିନ (ସେପ୍ଟେମ୍ବର ୧୯) ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ମହିଳାଙ୍କୁ ଅଧିକାର ଦେବା ପାଇଁ ଗତକାଲି ଗୃହରେ ଏକ ବିଲ୍ ଆଗତ ହୋଇଥିଲା। ଦେଶର ବିକାଶ ଓ ବଡ଼ବଡ଼ ନିଷ୍ପତ୍ତି ନେବାରେ ମହିଳାଙ୍କ ଯୋଗଦାନ କ୍ଷେତ୍ରରେ ଏହି ବିଲ୍‌ ବୁଷ୍ଟର ଭାବେ କାମ କରିବ। ତେଣୁ ସବୁ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏହାକୁ ସମର୍ଥନ କରିବା ଦରକାର ବୋଲି ଶ୍ରୀ ଶାହ ମତ କହିଥିଲେ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

ସେପଟେ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ। ପରବର୍ତ୍ତୀ ଜନଗଣନା ପରେ ହିଁ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବ ।୨୦୨୭ରେ ପୁଣି ଦେଶରେ ଜନଗଣନା କରାଯିବ। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ହୋଇପାରିନାହିଁ।

20 Sep 2023 By The Sakala

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ : ସପକ୍ଷରେ ପଡିଲା ୪୫୪ ଖଣ୍ଡ ଭୋଟ, ବିପକ୍ଷରେ ୨

ନୂଆଦିଲ୍ଲୀ : ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍‌ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଗତକାଲି ଆଗତ ହୋଇଥିଲା ବିଲ୍ । ବର୍ତ୍ତମାନ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ହେବ । ରାଜ୍ୟସଭାରେ ଏହି ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ।

ଲୋକସଭାରେ ଆଜି ଦିନ ୧୧ଟାରୁ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ହୋଇଛି। କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ଆଜି ନିଜ ଦଳର ଅଭିବ୍ୟକ୍ତି ପ୍ରଥମେ ଉପସ୍ଥାପନ କରିଥିଲେ। ସେ ବିଲ୍‌କୁ ସମର୍ଥନ କରିବା ସହ ଏଥିରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମିଲ କରିବାକୁ ଦାବି କରିଥିଲେ। ସେହିପରି ତୁରନ୍ତ ଏହାର ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ବ୍ୟତୀତ ଏନସିପିର ସୁପ୍ରିୟା ସୁଲେ ଓ ଡିଏମକେର କାନିମୋଝୀ ମଧ୍ୟ ସମାନ ଦାବି ରଖିଥିଲେ।।

ଅନ୍ୟପଟେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନାରୀ ଶକ୍ତି ବନ୍ଦନା ବିଲ୍ ବିଜେପି ଏବଂ ମୋଦୀଜୀଙ୍କ ପାଇଁ ରାଜନୈତିକ ଏଜେଣ୍ଡା ନୁହେଁ। ଗତକାଲିର ଦିନ (ସେପ୍ଟେମ୍ବର ୧୯) ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ମହିଳାଙ୍କୁ ଅଧିକାର ଦେବା ପାଇଁ ଗତକାଲି ଗୃହରେ ଏକ ବିଲ୍ ଆଗତ ହୋଇଥିଲା। ଦେଶର ବିକାଶ ଓ ବଡ଼ବଡ଼ ନିଷ୍ପତ୍ତି ନେବାରେ ମହିଳାଙ୍କ ଯୋଗଦାନ କ୍ଷେତ୍ରରେ ଏହି ବିଲ୍‌ ବୁଷ୍ଟର ଭାବେ କାମ କରିବ। ତେଣୁ ସବୁ ରାଜନୀତିକ ଦଳ ଗୋଟିଏ ସ୍ୱରରେ ଏହାକୁ ସମର୍ଥନ କରିବା ଦରକାର ବୋଲି ଶ୍ରୀ ଶାହ ମତ କହିଥିଲେ।

ସେପଟେ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ଏହାକୁ ଅନୁମୋଦନ ଦେବା ପରେ ବିଲ୍‌ଟି ଆଇନରେ ପରିଣତ ହୋଇଯିବ। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍‌ ଆଇନରେ ପରିଣତ ହେଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କେବଳ ପ୍ରଥମ ସୀମା ପୁନଃ ନିର୍ଦ୍ଧାରଣ କିମ୍ବା ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ। ପରବର୍ତ୍ତୀ ଜନଗଣନା ପରେ ହିଁ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ହେବ ।୨୦୨୭ରେ ପୁଣି ଦେଶରେ ଜନଗଣନା କରାଯିବ। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ହୋଇପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର