ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ

The Sakala Picture
Published On

ପାକିସ୍ତାନରେ ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ବେଳେ ମହିଳାମାନଙ୍କ ପୋଷାକ ପରିଧାନର ତରିକା ଏଥୁପାଇଁ ଅନ୍ୟତମ କାରଣ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ଦେଶରେ ବଢ଼ୁଥିବା ଯୌନ ନିର୍ଯାତନା ମାମଲା ରୋକିବାକୁ ତାଙ୍କ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା ବେଳେ ସେ କହିଥିଲେ ଯେ ଯଦି ଜଣେ ମହିଳା ଅତି ଛୋଟ କପଡ଼ାର ବସ୍ତ୍ର ପରିଧାନ କରିବେ ତେବେ ଜଣେ ପୁରୁଷ ଉପରେ ଏହାର […]

ପାକିସ୍ତାନରେ ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ବେଳେ ମହିଳାମାନଙ୍କ ପୋଷାକ ପରିଧାନର ତରିକା ଏଥୁପାଇଁ ଅନ୍ୟତମ କାରଣ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ଦେଶରେ ବଢ଼ୁଥିବା ଯୌନ ନିର୍ଯାତନା ମାମଲା ରୋକିବାକୁ ତାଙ୍କ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା ବେଳେ ସେ କହିଥିଲେ ଯେ ଯଦି ଜଣେ ମହିଳା ଅତି ଛୋଟ କପଡ଼ାର ବସ୍ତ୍ର ପରିଧାନ କରିବେ ତେବେ ଜଣେ ପୁରୁଷ ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ | ଯଦି ସେ ପୁରୁଷ ନହୋଇ ରୋବୋଟ ହୋଇଥ ତା’ହେଲେ ଅଲଗା କଥା । କିନ୍ତୁ ପୁରୁଷ ହୋଇଥିଲେ ନିଶ୍ଚିତ ପ୍ରଭାବ ଦେଖାଯିବ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏହା ଏକ ସାଧାରଣ କଥା | ତେଣୁ ମହିଳାମାନେ ସେମାନଙ୍କ ପୋଷକ ପରିଧାନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ | ଶରୀରର ଉତ୍ତେଜନାକୁ ରୋକିବାକୁ ପରଦା ବ୍ୟବସ୍ଥା କରାଯାଇଛି । ସମସ୍ତେ ନିଜର ଶାରୀରିକ ଉତ୍ତେଜନା ନିୟନ୍ତ୍ରଣ କରିବାର ଇଚ୍ଛାଶକ୍ତି ରଖନ୍ତି ନାହିଁ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ବିରୋଧୀ ଦଳର ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର