ଲଗାଣ ବର୍ଷା ଯୋଗୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ ଖୁଣ୍ଟରୁ କରେଣ୍ଟ ମାରି ଜଣେ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଅଘଟଣ । ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ସୂଚନା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଅଘଟଣ । ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସୂଚନା ଅନୁସାରେ, ଭୋପାଳ ଯାଉଥିବା ଶତାବ୍ଦୀ ଟ୍ରେନରେ ଯିବା ପାଇଁ ସାଢ଼େ ୫ଟା ବେଳେ ଅନ୍ୟ ଜଣେ ମହିଳା ଓ ତିନି ଜଣ ପିଲାଙ୍କ ସହ ନୂଆଦିଲ୍ଲୀ ରେଳଷ୍ଟେସନକୁ ଆସିଥିଲେ ସାକ୍ଷୀ । ବିଭିନ୍ନ ସ୍ଥାନରେ ପାଣି ଜମି ଥିବାରୁ ସେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖି ଶୁଖିଲା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କୁ ଜୋର୍‌ରେ କରେଣ୍ଟ ମାରିଥିଲେ। ସେ ତଳେ ଛିଟିକି ପଡ଼ିବାରୁ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାକ୍ଷୀ ଯେଉଁ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖିଥିଲେ, ତା’ର ତଳ ଭାଗରେ ତାର ଗୁଡ଼ିକ ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମ୍ଭବତଃ ପାଣି ସଂସ୍ପର୍ଶରେ ଆସି ଏଠାରେ କରେଣ୍ଟ ଚାର୍ଜ ହୋଇଯାଇ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର