ଅଖିଳେଶଙ୍କ ଟାର୍ଗଟରେ ଯୋଗୀ-ମୋଦୀ, କହିଲେ ଯାହାର ପରିବାର ନାହିଁ ସେମାନେ କାହାର ପରିବାରର ଯନ୍ତ୍ରଣା କିପରି ବୁଝିବେ

The Sakala Picture
Published On

ଲକ୍ଷ୍ନୌ : ଅଖିଳେଶଙ୍କ ଟାର୍ଗଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏକ ନିର୍ବାଚନୀ ସଭାରେ ଅଖିଳେଶ ଯୋଗୀ ଓ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁମାନଙ୍କର ପରିବାର ନାହିଁ ସୋମନେ ଆପଣଙ୍କ ପରିବାରର ଯନ୍ତ୍ରଣା କିପରି ବୁଝିପାରିବେ ।୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ଅଞ୍ଚଳ ବୁଲି ସଭା ସମିତି ମାଧ୍ୟରେ ନିଜର ଶକ୍ତିପଦର୍ଶନ କରୁଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ବିଭିନ୍ନ […]

ଲକ୍ଷ୍ନୌ : ଅଖିଳେଶଙ୍କ ଟାର୍ଗଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏକ ନିର୍ବାଚନୀ ସଭାରେ ଅଖିଳେଶ ଯୋଗୀ ଓ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେଉଁମାନଙ୍କର ପରିବାର ନାହିଁ ସୋମନେ ଆପଣଙ୍କ ପରିବାରର ଯନ୍ତ୍ରଣା କିପରି ବୁଝିପାରିବେ ।୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ଅଞ୍ଚଳ ବୁଲି ସଭା ସମିତି ମାଧ୍ୟରେ ନିଜର ଶକ୍ତିପଦର୍ଶନ କରୁଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର ଜୋରଦାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଆଜି ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ବୁନ୍ଦେଲଖଣ୍ଡର ଜାନସିରେ ପହଞ୍ଚିଥିଲେ। ଅଖିଳେଶ ଯାଦବ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେପି ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି ଯେ ବୁନ୍ଦେଲଖଣ୍ଡ ପାଇଁ ବିଜେପି କିଛି କରିନାହିଁ। ଏଠାକାର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ସରକାର ତାଙ୍କ ଉପରେ ଦୃଷ୍ଟି ଦେଉନାହାନ୍ତି। ଯେଉଁଥି ପାଇଁ ବିଜେପି ଉପରେ ନାରାଜ ଅଛନ୍ତି। କରୋନା ପାଇଁ ବହୁଲୋକ ଚାକରୀ ହରାଇ ଥିବା ବହୁତ ଲୋକ ଆର୍ଥିକ ସ୍ଥରରେ ବହୁ ଦୁର୍ବଳ ହୋଇଯାଇଛନ୍ତି। ଆଉ ଏହି ସମୟରେ ହୁ ହୁ ହୋଇ ବଢୁଥିବା ଦର ଦାମ୍‌ କାରଣରୁ ପରିବାର ଚଳାଇବା ଅସମ୍ଭବ ହୋଇପଡିଛି। କିନ୍ତୁ କେନ୍ଦ୍ରରେ ଏବଂ ଉତ୍ତରପ୍ରଦେଶରେ ମୁଖିଆ ଥିବା ଦୁଇ ବ୍ୟକ୍ତିଙ୍କର ପରିବାର ନାହିଁ, ଏଣୁ ସେମାନେ ପରିବାର ଯନ୍ତ୍ରଣା ବୁଝିପାରୁନାହାନ୍ତି ବୋଲି ଅଖିଳେଶ ଯାଦବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା

ଅଖିଳେଶ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ଆଉ ବିଜେପି ଜାଲରେ ଫସିବେ ନାହିଁ। ଲୋକମାନଙ୍କୁ ମିଛ କହି ଜାଲରେ ଫସାଇଥିବା ବିଜେପିର ଅସଲ ଗୁଣ ଲୋକମାନେ ଜାଣିସାରିଛନ୍ତି। ବୁନ୍ଦେଲଖଣ୍ଡ ହେଉଛି ରାଣୀ ଲକ୍ଷ୍ମୀବାଇଙ୍କ ମାଟି,ଏହି ଲଢୁଆ ମାଟି ବ୍ରିଟିସ୍‌ମାନଙ୍କୁ ଯେପରି ଉଚିତ ଶିକ୍ଷା ଦେଇଥିଲା ସେହିପରି ବିଜେପିକୁ ମଧ୍ୟ ଉଚିତ ଶିକ୍ଷା ଦେବେ ।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଲାସ୍ ବାତିଲ, ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର