ଟ୍ବିଟର ପାଇଁ ଏଲନ୍‌ ମସ୍କଙ୍କୁ ଅର୍ଥ ଦେବେ ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ

The Sakala Picture
Published On

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବାକୁ ଯାଉଛନ୍ତି। ଏ ନେଇ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇସାରିଛି। ଏହି କାରଣରୁ ଏଲନ୍‌ ଏବେ ଚର୍ଚ୍ଚାରେ ରହିଥିବାବେଳେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ନିଜ ପଦରୁ ହଟିବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ଦୁହିଁଙ୍କୁ ଛାଡ଼ିଦେଲେ ଏବେ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନୀତା ଅଗ୍ରୱାଲ ଏବେ ଚର୍ଚ୍ଚାରବଳକୁ ଆସିଛନ୍ତି। ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ […]

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିବାକୁ ଯାଉଛନ୍ତି। ଏ ନେଇ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇସାରିଛି। ଏହି କାରଣରୁ ଏଲନ୍‌ ଏବେ ଚର୍ଚ୍ଚାରେ ରହିଥିବାବେଳେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମଧ୍ୟ ନିଜ ପଦରୁ ହଟିବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ଦୁହିଁଙ୍କୁ ଛାଡ଼ିଦେଲେ ଏବେ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନୀତା ଅଗ୍ରୱାଲ ଏବେ ଚର୍ଚ୍ଚାରବଳକୁ ଆସିଛନ୍ତି। ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ବିଟର କିଣୁଥିବା ବେଳେ ତାଙ୍କୁ ବିନୀତା ଆର୍ଥିକ ସହାୟତା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବିନୀତା ଅଗ୍ରୱାଲଙ୍କ ଟ୍ୱିଟର ପ୍ରୋଫାଇଲ ଅନୁଯାୟୀ ସେ ଜଣେ ଚିକିତ୍ସକ ଏବଂ ଷ୍ଟାନଫୋର୍ଡ ସ୍କୁଲ ଅଫ୍ ମେଡିସିନରେ କ୍ଲିନିକାଲ୍ ପ୍ରଫେସର ଭାବରେ କାର୍ଯ୍ୟ କରନ୍ତି। ଏହା ସହ ସେ ଭେଞ୍ଚର କ୍ୟାପିଟାଲ୍ କମ୍ପାନୀ ଆଣ୍ଡ୍ରେସେନ୍ ହୋରୋୱିଜ୍ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଆଣ୍ଡ୍ରେସେନ୍ ହୋରୋୱିଜ୍ ଟେକ୍ନୋଲୋଜି ଇକୋସିଷ୍ଟମରେ ଉଦ୍ୟୋଗୀ, ନିବେଶକ, ଇଞ୍ଜିନିୟର୍, ଶିଳ୍ପ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ। ଫେସବୁକକୁ ଆର୍ଥିକ ସହାୟତା ଯୋଗାଇଥିବା ଆଣ୍ଡ୍ରେସେନ୍ ହୋରୋୱିଜ୍ କମ୍ପାନୀ ଏବେ ମସ୍କଙ୍କୁ ମଧ୍ୟ ଟ୍ବିଟର କିଣିବାରେ ସାହଯ୍ୟ କରିବ ବୋଲି ଜଣାପଡ଼ିଛି। ଏହି କମ୍ପାନୀ ଟ୍ୱିଟର କାରବାର ପାଇଁ ମସ୍କକୁ ୪୦୦ ନିୟୁତ ଡଲାର ପ୍ରଦାନ କରିବ। ଏହି ଖବର ସାମ୍ନାକୁ ଆସିବା ପରେ ସେବେଠାରୁ କମ୍ପାନିର ଜେନେରାଲ ପାର୍ଟନର ବିନିତା ଅଗ୍ରୱାଲ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର