ପ୍ରକୃତ ମୃତ୍ୟୁସଂଖ୍ୟା କାହିଁକି ଲୁଚଉଛ

The Sakala Picture
Published On

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ଦ୍ବିତୀୟ ଲହରକୁ ନେଇ ସ୍ଥିତି ଭୟାବହ ହୋଇପଡ଼ିଥିବା ବେଳେ ସଂକ୍ରମଣର ରୂପରେଖ ଏବଂ ବର୍ଦ୍ଧିତ ମୃତ୍ୟୁସଂଖ୍ୟାକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କ ଚିଠି ଲେଖୀ ଯେଭଳି ପ୍ରଶ୍ନ ପଚାରିଛି ତାହା ମଧ୍ୟ ଆହୁରି ଉଦ୍‌ବେଗଜନକ ହୋଇପଡ଼ିଛି। ବାସ୍ତବରେ ଦେଶରେ କରୋନାଜନିତ ମୃତ୍ୟୁ ଯେତିକ ହେଉଛି ସରକାରୀ ରିପୋର୍ଟରେ ତାହା ଠିକ ପ୍ରତିଫଳିତ ହେଉନାହିଁ ବୋଲି ଏହି ପ୍ରଶ୍ନରୁ ସ୍ପଷ୍ଟ […]

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ଦ୍ବିତୀୟ ଲହରକୁ ନେଇ ସ୍ଥିତି ଭୟାବହ ହୋଇପଡ଼ିଥିବା ବେଳେ ସଂକ୍ରମଣର ରୂପରେଖ ଏବଂ ବର୍ଦ୍ଧିତ ମୃତ୍ୟୁସଂଖ୍ୟାକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କ ଚିଠି ଲେଖୀ ଯେଭଳି ପ୍ରଶ୍ନ ପଚାରିଛି ତାହା ମଧ୍ୟ ଆହୁରି ଉଦ୍‌ବେଗଜନକ ହୋଇପଡ଼ିଛି। ବାସ୍ତବରେ ଦେଶରେ କରୋନାଜନିତ ମୃତ୍ୟୁ ଯେତିକ ହେଉଛି ସରକାରୀ ରିପୋର୍ଟରେ ତାହା ଠିକ ପ୍ରତିଫଳିତ ହେଉନାହିଁ ବୋଲି ଏହି ପ୍ରଶ୍ନରୁ ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାର କାହିଁକି ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଏହି ଆସୋସିଏସନ ପ୍ରଶ୍ନ କରିଛି। ଏ ସମ୍ପର୍କରେ ଆସୋସିଏସନ କେନ୍ଦ୍ରକୁ ଲେଖୀଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତକାଲି ଦେଶର କରୋନାଜନିତ ମୃତ୍ୟୁସଂଖ୍ୟା ୪୧୮୭ ରହିଥିଲା ବେଳେ ନୂତନ ଆକ୍ରନ୍ତଙ୍କ ସଂଖ୍ୟା ୪ଲକ୍ଷ ୧ ହଜାର ୭୮ ରହିଥିଲା। କିନ୍ତୁ ଏହାକୁ ସରକାର କାହିଁକି ଲୁଚାଉଛନ୍ତି ବୋଲି ମେଡିକାଲ ଆସୋସିଏସନ ପ୍ରଶ୍ନ କରିଥିଲା ବେଳେ ଦେଶରେ ଏବେ ପୂର୍ଣ୍ଣ ଲକଡାଉନର ଆବଶ୍ୟକତାକୁ ଗୁରୁତ୍ବ ଦେଇଛି। ଅନ୍ତତଃ ସାରା ଦେଶରେ ୨୦ ଦିନିଆ ଲକଡାଉନ ଲଗାଯାଉ ବୋଲି ସଂଘ କହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସଂକ୍ରମଣର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖୀ ଅନେକ ରାଜ୍ୟ ୧୦ରୁ ୧୫ ଦିନ ଲକଡାଉନ୍ ଲଗାଇ ସାରିଲେଣି । ଏହାସତ୍ତ୍ବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଅଭାବ ରହିଛି ।ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବକୁ ନେଇ ସଙ୍କଟ ଲାଗିରହିଥିବା ବେଳେ ଏବେ ମଧ୍ୟ ଏହାର ସମାଧାନ କରାଯଇିପାରିନି। ଦ୍ୱିତୀୟ ଲହରରେ ୭୫୬ ଡାକ୍ତର ଏବଂ ୧୪୬ ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାଇସାରିଥିବା ବେଳେ ହସ୍ପିଟାଲରେ ଶହ ଶହ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଏହାକୁ ନନ୍-କୋଭିଡ୍ ମୃତ୍ୟୁ କହି ସରକାର ତାଲିକାରେ ସାମିଲ କରୁନାହାଁନ୍ତି । କିନ୍ତୁ ଏହାଦ୍ବାରା ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ସ୍ଥିତି ଆହୁରୀ ଗମ୍ଭୀର ହେବ ବୋଲି ସଂଘ କହିଥିବା ବେଳେ ତୁରନ୍ତ ଲକଡାଉନ ଘୋଷଣା ହେବା ଆବଶ୍ୟକ ବୋଲି କହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର