ଭାରତୀୟଙ୍କ ସହ ଖେଳୁଛି ‘ହୁ’, କୋଭାକ୍ସିନ ମଞ୍ଜୁରୀ ପାଇଁ ‘ତାରିଖ୍‌ ପେ ତାରିଖ୍‌’

The Sakala Picture
Published On

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ସାରା ବିଶ୍ବକୁ ବ୍ୟାପି କରୋନା ମହାମାରୀ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ପ୍ରାଥମିକ ସ୍ତରରେ କରୋନାକୁ ପ୍ରତିହତ କରିବା ଲାଗି ବିଶ୍ବସ୍ତରରେ ଚିନ୍ତା ପ୍ରକଟ କରାଯିବା ପରେ ଟିକା ପ୍ରସ୍ତୁତି ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିରେ ଋଷିଆ,ବ୍ରିଟେନ ସମେତ ଆମେରିକା, ଭାରତ ଏବଂ ଚୀନ ସଫଳତା ହାସଲ କରିଥିଲା। ଭାରତରେ ଅକ୍ସଫୋର୍ଡ ସହାୟତାରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରାଯାଇଥିବାବେଳେ ସ୍ବଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ବିକଶିତ କରାଯାଇଥିଲା। ଭାରତର ଟିକାକରଣ ପ୍ରକ୍ରିୟାରେ କୋଭାକ୍ସିନ […]

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ସାରା ବିଶ୍ବକୁ ବ୍ୟାପି କରୋନା ମହାମାରୀ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ପ୍ରାଥମିକ ସ୍ତରରେ କରୋନାକୁ ପ୍ରତିହତ କରିବା ଲାଗି ବିଶ୍ବସ୍ତରରେ ଚିନ୍ତା ପ୍ରକଟ କରାଯିବା ପରେ ଟିକା ପ୍ରସ୍ତୁତି ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିରେ ଋଷିଆ,ବ୍ରିଟେନ ସମେତ ଆମେରିକା, ଭାରତ ଏବଂ ଚୀନ ସଫଳତା ହାସଲ କରିଥିଲା। ଭାରତରେ ଅକ୍ସଫୋର୍ଡ ସହାୟତାରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରାଯାଇଥିବାବେଳେ ସ୍ବଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ବିକଶିତ କରାଯାଇଥିଲା। ଭାରତର ଟିକାକରଣ ପ୍ରକ୍ରିୟାରେ କୋଭାକ୍ସିନ ଟିକା ସାମିଲ ଥିବାବେଳେ ଏହା ବହୁ ବିଦେଶୀ ରାଷ୍ଟ୍ରକୁ ମଧ୍ୟ ରପ୍ତାନୀ କରାଯାଇଥିଲା। ତେବେ ଏହି ଟିକାକୁ ଏ ପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଜରୁରୀକାଳୀନ ବ୍ୟବହାର ଅନୁମତି(ଇୟୁଏଲ) ଦେଇନାହିଁ। ସମକାଳରେ ପ୍ରସ୍ତୁତ ପ୍ରାୟ ସମସ୍ତ ଟିକାକୁ ‘ହୁ’ ପକ୍ଷରୁ ଅନୁମତି ଦେଇସାରିଥିବାବେଳେ କୋଭାକ୍ସିନକୁ କେଉଁ କାରଣ ପାଇଁ ଅନୁମୋଦନ ମିଳିନାହିଁ ତାହା ଏବେ ବିବାଦୀୟ ହୋଇପଡିଛି। ଅନୁମୋଦନ ପାଇଁ ଭାରତ ପକ୍ଷରୁ ସମସ୍ତ ତଥ୍ୟ ଦିଆଯାଇ ସାରିଥିଲେ ମଧ୍ୟ ‘ହୁ’ ବାରମ୍ବାର ତାରିଖ ପରେ ତାରିଖ ଦେଇ ଚାଲିଛି। ଏହା ପଛରେ ‘ହୁ’ର କେଉଁ ସ୍ବାର୍ଥ ନିହିତ ରହିଛି ତାହା ବୁଝାପଡୁ ନାହିଁ। କୋଭାକ୍ସିନକୁ ୧୫ଟି ରାଷ୍ଟ୍ର ଅନୁମୋଦନ ଦେଇସାରିଥିବାବେଳେ ‘ହୁ’ର ଆଭିମୁଖ୍ୟ ଭାରତ ବିରୋଧୀ ବୋଲି ଲୋକେ କହୁଛନ୍ତି। କୋଭାକ୍ସିନ ଟିକା ନେଇଥିବା ଲୋକମାନେ ବିଦେଶ ଯାଉଥିବାବେଳେ ସେମାନଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେଉଛି। ତେଣୁ କୋଭାକ୍ସିନକୁ ନେଇ ‘ହୁ’ କର୍ତ୍ତୁପକ୍ଷ ଭାରତୀୟଙ୍କ ସହ ଖେଳୁଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଏ ପର୍ଯ୍ୟନ୍ତ ‘ହୁ’ ଫାଇଜର, ଅଷ୍ଟ୍ରାଜେନେକା, ଜନସନ ଆଣ୍ଡ ଜନସନ, ମଡର୍ଣ୍ଣା ଏବଂ ସିନୋଫାର୍ମର କରୋନା ଟିକାକୁ ଇୟୁଏଲ ଦେଇଛି। କିନ୍ତୁ କୋଭାକ୍ସିନକୁ ମଞ୍ଜୁରି ଅପେକ୍ଷାରେ ରହିଛି। ମଙ୍ଗଳବାର ହୋଇଥିବା ‘ହୁ’ ବୈଠକରେ କୋଭାକ୍ସିନକୁ ଇୟୁଏଲ ମିଳିବ ବୋଲି ଆଶା କରାଯାଇଥିଲା। ତେବେ ଏହା କେବଳ ଆଶାରେ ହିଁ ରହିଯାଇଥିଲା। କୋଭାକ୍ସିନକୁ ଅନୁମତି ଦେବାକୁ ଏହି ସଂସ୍ଥା ୪ ମାସ ବିଳମ୍ବ କଲାଣି। ‘ହୁ’ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକକୁ ବାରମ୍ବାର ଅଧିକ ତଥ୍ୟ ମାଗିଚାଲିଛି। କମ୍ପାନୀ ମଧ୍ୟ ତାହା ତୁରନ୍ତ ଜମା କରୁଛି। ଏହା ସତ୍ତ୍ବେ ଅନୁମୋଦନ ନ ମିଳିବା ପଛରେ ‘ହୁ’ର ଥିବା ଭାରତ ବିରୋଧୀ ଆଭିମୁଖ୍ୟକୁ ଲୋକେ ଦାୟୀ କରୁଛନ୍ତି। ଇୟୁଏଲ ନିମନ୍ତେ ଭାରତ ବାୟୋଟେକ ପ୍ରଥମ ଥର ପାଇଁ ଜୁଲାଇ ୯ ତାରିଖରେ ‘ହୁ’କୁ ତଥ୍ୟ ପ୍ରଦାନ କରିଥିଲା। ଏହି ପ୍ରକ୍ରିୟା ପାଇଁ ସର୍ବାଧିକ ୬ରୁ ୯ ସପ୍ତାହ ସମୟ ଲାଗିଥାଏ। ତେଣୁ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଇୟୁଏଲ ମିଳିଯିବ ବୋଲି ଆଶା କରାଯାଉଥିଲା। ତେବେ ୧୧୨ ଦିନ ବିତି ଯାଇଥିଲେ ମଧ୍ୟ ବିଶ୍ବ ସଂଗଠନ କୋଭାକ୍ସିନ ଉପରେ କୌଣସି ନିଷ୍ପତ୍ତି ନେଇନାହିଁ। ଏହା ‘ହୁ’ର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ଟିକାଗୁଡିକୁ ଅନୁମୋଦନ ଦେବାବେଳେ ସଂଗଠନ ଏପରି କଠୋର ପ୍ରକ୍ରିୟା ଆପଣାଇଥିଲା କି ବୋଲି ପ୍ରଶ୍ନ ଉଠୁଛି। ଗତ ୨୬ ତାରିଖରେ ଟେକ୍ନିକାଲ ଆଡଭାଇଜୋରି ଗ୍ରୁପର ବୈଠକରେ କୋଭାକ୍ସିନକୁ ଅନୁମତି ନଦେଇ ‘ହୁ’ ଅଧିକ ତଥ୍ୟ ମାଗିଥିଲା ଏବଂ ତଥ୍ୟ ଜମା କରିବା ପରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ନ୍ୟୁୟର୍କରେ ତୀବ୍ର ବିରୋଧର ଶିକାର ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲାଗିଲା 'ଚୋର' ପୋଷ୍ଟର

ଏ ପର୍ଯ୍ୟନ୍ତ ମୋଟ ୭ଟି ଟିକାକୁ ଇୟୁଏଲ ମିଳିସାରିଛି। ଏଥିରେ ଆମେରିକାର ୨ଟି ମଡର୍ଣ୍ଣା ଏବଂ ଫାଇଜର-ବାୟୋନଟେକ ସାମିଲ ରହିଛି। ଏହା ବ୍ୟତୀତ ଅଷ୍ଟ୍ରାଜେନେକା-ଏସକେ ବାୟୋ/ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର କୋଭିସିଲ୍ଡ , ଜନସନ ଆଣ୍ଡ ଜନସନ- ଜାନସେନ ଏବଂ ଚୀନର ସିନୋଭାକ୍‌ ଓ ସିନୋଫାର୍ମ ଟିକାକୁ ଅନୁମତି ମିଳିଛି। ‘ହୁ’ ଅନୁମୋଦନ ଲାଭ କରିବାରେ ଏହି ସବୁ ଟିକା ପାଇଁ କୌଣସି ସମସ୍ୟା ହୋଇନଥିଲା। ଫାଇଜରକୁ ୬ ସପ୍ତାହ, ମଡର୍ଣ୍ଣାକୁ
୯ ସପ୍ତାହ ଏବଂ ବ୍ରିଟେନର ଅଷ୍ଟ୍ରାଜେନେକାକୁ ୯ ସପ୍ତାହରେ ଇୟୁଏଲ ମିଳିଥିଲା। ଏଭଳି ସ୍ଥିତିରେ ଅନ୍ୟ ଟିକା ପାଇଁ ସମାନ ଯାଞ୍ଚ ପ୍ରକ୍ରିୟା ପାଳନ କରାଯାଇଥିଲା କି କେବଳ ଭାରତୀୟ ଟିକା ପାଇଁ ଏପରି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର