ଧୋକା ଦେଲା ଆମେରିକା, ଟିକା ନିର୍ମାଣ ପାଇଁ କଞ୍ଚାମାଲ ଦେଉନାହିଁ

The Sakala Picture
Published On

ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତ୍ୟେକ ଦିନ ଦେଶରୁ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି ସମୟରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ ଏଭଳି ସଙ୍କଟ ସ୍ଥିତିରେ ଆମେରିକା ଭାରତକୁ ଧୋକା ଦେଇଛି। ନୂଆଦିଲ୍ଲୀକୁ ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଣ ଉପରେ ୱାଶିଂଟନ କଟକଣା ଲଗାଇଦେଇଛି। ତେବେ ଏହା ଉପରେ ଆମେରିକା ଅଧିକାରୀମାନେ କୌଣସି ପ୍ରତିକ୍ରିଆ ଦେଇନାହିଁ। ଏ ସମ୍ବନ୍ଧରେ ବାରମ୍ବାର […]

ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତ୍ୟେକ ଦିନ ଦେଶରୁ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରି ସମୟରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ ଏଭଳି ସଙ୍କଟ ସ୍ଥିତିରେ ଆମେରିକା ଭାରତକୁ ଧୋକା ଦେଇଛି। ନୂଆଦିଲ୍ଲୀକୁ ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଣ ଉପରେ ୱାଶିଂଟନ କଟକଣା ଲଗାଇଦେଇଛି। ତେବେ ଏହା ଉପରେ ଆମେରିକା ଅଧିକାରୀମାନେ କୌଣସି ପ୍ରତିକ୍ରିଆ ଦେଇନାହିଁ। ଏ ସମ୍ବନ୍ଧରେ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନକୁ ନେଇ ସେମାନେ ଏଡାଇ ଚାଲିଛନ୍ତି। ଏହି କଟକଣା ଉଠାଇବାକୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ମୁଖ୍ୟ ଆଦର ପୁନାୱାଲା କରିଥିବା ଅନୁରୋଧ ଉପରେ ମତଦେବାକୁ ହ୍ବାଇଟହ୍ବାଉସ ପକ୍ଷରୁ ମନା କରିଦିଆଯାଇଛି। ଏଥିଯୋଗୁଁ ଭାରତ ସହ ଆମେରିକାର ବନ୍ଧୁତାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ସମୟରେ ସାରା ବିଶ୍ବ କରୋନା ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ପ୍ରତ୍ୟେକ ଦେଶ ବିବାଦ ଭୁଲି ଅନ୍ୟଦେଶକୁ ସହାୟତା କରୁଛନ୍ତି। ଏଭଳି ସ୍ଥିତିରେ କଣ ଆବଶ୍ୟକତା ପଡିଲା ଯେ ଆମେରିକା ଟିକା ନିର୍ମାଣ ଲାଗି ଆବଶ୍ୟକ କଞ୍ଚାମାଲ ଉପରେ ରୋକ ଲଗାଇ ଦେଇଛି ? ଆମେରିକା ଚୀନକୁ ପ୍ରତିହତ କରିବା ପାଇଁ ଭାରତକୁ ମୋହରା ବନାଇଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଆମେରିକାର ଏହି ଏକପାଖିଆ ନିଷ୍ପତ୍ତି ଦ୍ବାରା ଭାରତ ସହିତ ବନ୍ଧୁତା ଏବଂ ଦେଶର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି। ଦେଶରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସରକାର ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି ଟିକା ଉତ୍ପାଦନ ନ ବଢିବ ତେବେ ସମସ୍ତଙ୍କୁ ଟିକା ଦେବା ପାଇଁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

21 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର