ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରି ୨୦ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା । ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା। କଲିକତା ହାଇକୋର୍ଟଙ୍କ […]

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରି ୨୦ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା । ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ନିଯୁକ୍ତି ସ୍କାମ ଅଭିଯୋଗରେ ଏକ ଟିମ୍ ପାର୍ଥଙ୍କ ଘରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ଶିକ୍ଷା ସେବା ଆୟୋଗ ଓ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶିକ୍ଷାମନ୍ତ୍ରୀ ପରେଶ ଅଧିକାରୀ ପ୍ରମୁଖଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଇଡି । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ସର୍ଚ ଟିମ୍ ସହ ବ୍ୟାଙ୍କ ଅଧିକାରୀ ରହିଥିବା ବେଳେ କାଉଂଟିଂ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଥିଲା । ଘରେ କାହିଁକି ଏତେ ଟଙ୍କା ରଖା ଯାଇଥିଲା, ଏ ନେଇ ସନ୍ତୋଷଜନକ ଉତର ମିଳିନଥିବା ଇଡି ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର