ଟିଏମସିର ପ୍ରର୍ଥୀ ତାଲିକା ଘୋଷଣା, ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

The Sakala Picture
Published On

କୋଲକାତା: ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଅନ୍ଯ ୩ଟି ଆସନ ସହଯୋଗୀଙ୍କୁ ଦିଆଯାଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ […]

କୋଲକାତା: ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଅନ୍ଯ ୩ଟି ଆସନ ସହଯୋଗୀଙ୍କୁ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦିଏ ତେବେ ଏଥର କଡ୍ଡା ଟକ୍କର ଦେଖିବାକୁ ମିଳିବ । ଚଳିତ ଥର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ନୂଆ ଚେହେରା ଦେଖିବାକୁ ମିଳିବ। ସେହିପରି ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଅନ୍ଯପକ୍ଷରେ କ୍ରିକେଟର ମନୋଜ ତିୱାରିଙ୍କୁ ଶିବୁପୁରରୁ ମିଳିଛି ଟିକେଟ୍ । ସେହିଭଳି ଫିଲ୍ମଷ୍ଟାର ସାୟାନତିକାଙ୍କୁ ବାଙ୍କୁରା, କଞ୍ଚନ ମଲ୍ଲିକଙ୍କୁ ଉତ୍ତରପଡା, ଗାୟିକା ଆଦିତି ମୁନସିଙ୍କୁ ରାଜରହାଟ ଓ ଚନ୍ଦ୍ରମା ଭଟ୍ଟଚାର୍ଯ୍ଯଙ୍କୁ ଉତ୍ତର ଦମଦମରୁ ମିଳିଛି ଟିକେଟ୍ । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ନିର୍ବାଚନ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ମମତା ବାନାର୍ଜୀ । ଟିଏମସି ସବୁବେଳେ ସବୁ ବର୍ଗର ଲୋକଙ୍କ ସହ ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର