ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କେନ୍ଦ୍ରକୁ ଝଟକା: ଅବସର ପରେ ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଅଲପାନଙ୍କୁ ମିଳିଲା ନୂଆ ନିଯୁକ୍ତି

The Sakala Picture
Published On

କଲକାତା: ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟୟ। ଅବସର ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ଅଲପନଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାଁମୁହିଁ ହୋଇଥିଲେ । ମୋଦିଙ୍କ ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ ହୋଇଥିଲା ବିବାଦ। ସୂଚନା ଅନୁଯାୟୀ, ବାତ୍ୟା ୟସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି। ବାତ୍ୟା ୟସ୍‌ରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଆକାଶ ମାର୍ଗରୁ ବୁଲି […]

କଲକାତା: ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟୟ। ଅବସର ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ଅଲପନଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାଁମୁହିଁ ହୋଇଥିଲେ । ମୋଦିଙ୍କ ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ ହୋଇଥିଲା ବିବାଦ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ସୂଚନା ଅନୁଯାୟୀ, ବାତ୍ୟା ୟସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି। ବାତ୍ୟା ୟସ୍‌ରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ କରିଥିଲେ। କିନ୍ତୁ ଏହି ବୈଠକରେ ଅଳ୍ପ ସମୟ ଯୋଗ ଦେଇ ଅନ୍ୟ ବୈଠକ ଥିବା କହି ଦିଦି ପଳାଇଥିଲେ। କେବଳ ଦିଦି ନୁହେଁ ବରଂ ରାଜ୍ୟର ମୁଖ୍ୟ ଶାସନସଚିବ ମଧ୍ୟ ପଳାଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ବିବାଦ। ପରେ ପରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ। ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ସେପଟେ ତାଙ୍କୁ ବର୍ତ୍ତମାନ ସମୟରେ କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମମତା।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

31 May 2021 By The Sakala

କେନ୍ଦ୍ରକୁ ଝଟକା: ଅବସର ପରେ ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଅଲପାନଙ୍କୁ ମିଳିଲା ନୂଆ ନିଯୁକ୍ତି

କଲକାତା: ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟୟ। ଅବସର ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ଅଲପନଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାଁମୁହିଁ ହୋଇଥିଲେ । ମୋଦିଙ୍କ ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ ହୋଇଥିଲା ବିବାଦ।

ସୂଚନା ଅନୁଯାୟୀ, ବାତ୍ୟା ୟସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି। ବାତ୍ୟା ୟସ୍‌ରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ କରିଥିଲେ। କିନ୍ତୁ ଏହି ବୈଠକରେ ଅଳ୍ପ ସମୟ ଯୋଗ ଦେଇ ଅନ୍ୟ ବୈଠକ ଥିବା କହି ଦିଦି ପଳାଇଥିଲେ। କେବଳ ଦିଦି ନୁହେଁ ବରଂ ରାଜ୍ୟର ମୁଖ୍ୟ ଶାସନସଚିବ ମଧ୍ୟ ପଳାଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ବିବାଦ। ପରେ ପରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ। ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ସେପଟେ ତାଙ୍କୁ ବର୍ତ୍ତମାନ ସମୟରେ କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମମତା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର