ସଚେତନ କରାଉଛନ୍ତି ‘ଭ୍ୟାକସିନ୍ ମ୍ୟାନ୍’

The Sakala Picture
Published On

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଏହି କ୍ରମରେ ଆସାମ ଧୂଦ୍ରି ଜିଲ୍ଲାର ଦୀପଙ୍କର ମଜୁମଦାର ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଉଛନ୍ତି । ପେସାରେ ସେ ଜଣେ ଡାକ୍ତର। ଲୋକଙ୍କ ମନରୁ ଟିକା ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସେ ବାଇକ୍‌ରେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। […]

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଏହି କ୍ରମରେ ଆସାମ ଧୂଦ୍ରି ଜିଲ୍ଲାର ଦୀପଙ୍କର ମଜୁମଦାର ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଉଛନ୍ତି । ପେସାରେ ସେ ଜଣେ ଡାକ୍ତର। ଲୋକଙ୍କ ମନରୁ ଟିକା ସମ୍ବନ୍ଧୀୟ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସେ ବାଇକ୍‌ରେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଅବଶ୍ୟ ସେ ତାଙ୍କ ଧୁବି ଜିଲ୍ଲାକୁ କରୋନା ମୁକ୍ତ କରିବାକୁ ଶପଥ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ତାଙ୍କ କହିବାନୁସାରେ ଏଠାରେ ଅନେକ ଲୋକ ଟିକାନେବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ତା’ ସହ ଏପରି ବି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ ଓ ଟିକା ପ୍ରକ୍ରିୟା ବାବଦରେ ସେମାନେ ବେଶୀ କିଛି ଜାଣନ୍ତି ନାହିଁ । ଏହି ପରିସ୍ଥିତିରେ ଟିକା ନେବା ଦିଗରେ ଲୋକଙ୍କ ସଚେତନ କରାଇ ମଜୁମଦାର ଏବେ ‘ଭ୍ୟାକସିନ୍ ମ୍ୟାନ୍’ ଭାବେ ପରିଚୟ ପାଇଛନ୍ତି । ଏବେ ସୁଦ୍ଧା ସେ ୮୦ ଜଣଙ୍କୁ ଟିକା ନେବା ପାଇଁ ରାଜି କରାଇ ସାରିଲେଣି। ଦିନମଜୁରିଆ, ମହିଳା ତଥା ବୟସ୍କ କିଭଳି ଟିକା ନେବେ ତାହା ଉପରେ ଅଗ୍ରାଧିକାର ଦେଉଛନ୍ତି ମଜୁମଦାର।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କୁ ବୁଝାଇବା ସହଜ ନ ଥିଲା । ଏବେ କିନ୍ତୁ ଲୋକମାନେ ଟିକାର ଗୁରୁତ୍ବକୁ ବୁଝିବା ସହ ନିଜ ଇଚ୍ଛାରେ ଟିକା ନେବା ପାଇଁ ଆଗକୁ ଆସୁଥିବା ଦୀପଙ୍କର କହିଛନ୍ତି। ଅବଶ୍ୟ ଦୀପଙ୍କରଙ୍କ ଏଭଳି ନିଃ ସ୍ବାର୍ଥ କାର୍ଯ୍ୟକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର