ଥାନା ଉପରକୁ ଆକ୍ରମଣ କଲେ ‘ୱାରିସ ପଞ୍ଜାବ ଦେ’ ସଂଗଠନର ହଜାର ହଜାର ସମର୍ଥକ

The Sakala Picture
Published On

ଅମୃତସର: ପଞ୍ଜାବରେ ଖାଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ହଜାର ହଜାର ଲୋକ ଅମୃତସରର ଅଜନାଲା ପୋଲିସ ଷ୍ଟେସନ ଉପରେ ଗୁରୁବାର ଆକ୍ରମଣ କରିଛନ୍ତି। ‘ ୱାରିସ ପଞ୍ଜାବ ଦେ’ର ମୁଖିଆ ଅମୃତପାଳ ସିଂଙ୍କ ସମର୍ଥକମାନେ ଏହି ହିଂସ ଘଟାଇଛନ୍ତି । ଅମୃତପାଲଙ୍କ ଘନିଷ୍ଠ ସହଯୋଗୀର ଗିରଫଦାରୀକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା । ଏହି ଆକ୍ରମଣରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଅମୃତସରର ଅଜନାଲା ଥାନା […]

ଅମୃତସର: ପଞ୍ଜାବରେ ଖାଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ହଜାର ହଜାର ଲୋକ ଅମୃତସରର ଅଜନାଲା ପୋଲିସ ଷ୍ଟେସନ ଉପରେ ଗୁରୁବାର ଆକ୍ରମଣ କରିଛନ୍ତି। ‘ ୱାରିସ ପଞ୍ଜାବ ଦେ’ର ମୁଖିଆ ଅମୃତପାଳ ସିଂଙ୍କ ସମର୍ଥକମାନେ ଏହି ହିଂସ ଘଟାଇଛନ୍ତି । ଅମୃତପାଲଙ୍କ ଘନିଷ୍ଠ ସହଯୋଗୀର ଗିରଫଦାରୀକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା । ଏହି ଆକ୍ରମଣରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସୂଚନା ଅନୁଯାୟୀ, ଅମୃତସରର ଅଜନାଲା ଥାନା ବାହାରେ ହଜାର ହଜାର ସଂଖ୍ୟାରେ ଲୋକେ ହତିଆର ଏବଂ ବିନ୍ଧୁକ ଧରି ପହଞ୍ଚିଥିଲେ । କୁହାଯାଉଛି ଯେ ଅମୃତପାଲ ସିଂ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଥିଲା । ଯାହାକୁ ବିରୋଧ କରି ହଜାର ହଜାର ସମର୍ଥକ ଥାନା ଉପରେ ଆକ୍ରମଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଖବର ଅନୁଯାୟୀ, ଅଜନାଲା ଥାନା ପୁଲିସ ଅଞ୍ଚଳରେ ଜଣେ ଯୁବକର ଅପହରଣ ଏବଂ ଆକ୍ରମଣ ମାମଲାରେ ୱାରିସ ପଞ୍ଜାବ ଡେ ସଂଗଠନର ମୁଖ୍ୟ ଅମୃତପାଲ ସିଂ ଖାଲସା ଏବଂ ତାର ସହଯୋଗୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ପୀଡିତ ବରିନ୍ଦର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ସେ ଦରବାର ସାହିବ ଦର୍ଶନ ପାଇଁ ଆସିଥିଲା । ଏହାପରେ ନିଜ ଭାଇ ସହ ଅଜନାଲା କ୍ୟାମ୍ପରେ ଏକ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା । ଏଠାରେ ଅମୃତପାଲ ସିଂର ସହଯୋଗୀ ତାଙ୍କୁ ନେଇ ମାଡ ମାରିଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର