ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଯାିଛି। ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାୟ ୧୩୦୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨.୧୪ ଭୋଟର ଆଜି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ କଂଗ୍ରେସ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମୀ ପାର୍ଟି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହାବ୍ୟତୀତ ଶିରୋମଣୀ ଅକାଳୀ ଦଳ ଏବଂ ବିଏସପି […]

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଯାିଛି। ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାୟ ୧୩୦୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨.୧୪ ଭୋଟର ଆଜି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ କଂଗ୍ରେସ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମୀ ପାର୍ଟି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହାବ୍ୟତୀତ ଶିରୋମଣୀ ଅକାଳୀ ଦଳ ଏବଂ ବିଏସପି ମେଣ୍ଟ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛି। ସବୁଠୁ ବଡ଼ କଥା ହେଲା ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ମେଣ୍ଟ କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛି। ଏହାବ୍ୟତୀତ ପଞ୍ଜାବ ଚାଷୀ ନେତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା ପ୍ରଥମଥର ପାଇଁ ନିର୍ବାଚନ ଲଢୁଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ପଞ୍ଜାବ ବ୍ୟତୀତ ଉତ୍ତର ପ୍ରଦେଶରେ ମଧ୍ଯ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ରାଜ୍ୟର ପଶ୍ଚିମାଞ୍ଚଳର ୫ ଜିଲ୍ଲା ସମେତ ଅବଧ ଅଞ୍ଚଳର ୬ ଏବଂ ବୁନ୍ଦେଲଖଣ୍ଡର ୫ଟି ଜିଲ୍ଲାରେ ମୋଟ ୫୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ବିଭିନ୍ନ ଦଳର ୬୨୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର