ଋଷର ଧମକ: ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ

The Sakala Picture
Published On

ମସ୍କୋ: ୟୁକ୍ରେନକୁ ନେଇ ପୂର୍ବ ୟୁରୋପରେ ଉତ୍ତେଜନା ଥମିବାର ନା ଧରୁନାହିଁ। ଏପରି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି। ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ ହେବ ବୋଲି ସେ କହିଛନ୍ତି। ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ମିଗ୍‌-୩୧ ବିମାନ ମୁତୟନ କରିଥିବାବେଳେ ପୁତିନଙ୍କ ଏହି ଚେତାବନୀ ଆସିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ପୁତିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନକୁ ନେଇ କୌଣସି ଗୁପ୍ତ ଚୁକ୍ତି […]

ମସ୍କୋ: ୟୁକ୍ରେନକୁ ନେଇ ପୂର୍ବ ୟୁରୋପରେ ଉତ୍ତେଜନା ଥମିବାର ନା ଧରୁନାହିଁ। ଏପରି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି। ୟୁକ୍ରେନ ନାଟୋରେ ସାମିଲ ହେଲେ ପରମାଣୁ ଯୁଦ୍ଧ ହେବ ବୋଲି ସେ କହିଛନ୍ତି। ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରୁଥିବା ମିଗ୍‌-୩୧ ବିମାନ ମୁତୟନ କରିଥିବାବେଳେ ପୁତିନଙ୍କ ଏହି ଚେତାବନୀ ଆସିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ପୁତିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନକୁ ନେଇ କୌଣସି ଗୁପ୍ତ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ ବୋଲି ଋଷ ପକ୍ଷରୁ କୁହାଯାଇଛି। ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ୟୁକ୍ରେନ ପ୍ରସଙ୍ଗରେ କିଛି ଆଶ୍ବସ୍ତି ମିଳିଥିବା ନେଇ ଫ୍ରାନ୍ସ ଦାବି କରୁଥିବାବେଳେ ଋଷର ଏହି ମନ୍ତବ୍ୟ ଆସିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହି ଆଲୋଚନା ସମୟରେ ପୁତିନ କହିଥିଲେ ଯେ , ଆମ ଚିନ୍ତା ଉପରେ ପାଶ୍ଚାତ୍ୟ ଦେଶଗୁଡିକ ଧ୍ୟାନ ଦେଇନାହାନ୍ତି। ୟୁକ୍ରେନରେ ଉତ୍ତେଜନାକୁ ପ୍ରୋତ୍ସାହନ ଦେବେ ନାହିଁ, ବେଲାରୁଷରେ ଋଷର ସ୍ଥାୟୀ ସୈନ୍ୟ ଆଡ୍ଡା ରହିବନି କି ସବୁଦିନ ପାଇଁ ସେନା ମୁତୟନ କରାଯିବ ନାହିଁ ବୋଲି ପୁତିନ କହିଥିବା ମାକ୍ରନ ଉଲ୍ଲେଖ କରିଛନ୍ତି। ଋଷ ହଜାର ହଜାର ସୈନିକଙ୍କୁ ବେଲାରୁଷ ପଠାଇଛି। ଫ୍ରାନ୍ସ ବିବୃତ୍ତି ଉପରେ ଋଷ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ଦମିତ୍ରି ପେସ୍କୋଭ କହିଛନ୍ତି ଯେ ଭୁଲ ତଥ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

କାରଣ ମସ୍କୋ ଏବଂ ପ୍ୟାରିସ ମଧ୍ୟରେ  କୌଣସି ଚୁକ୍ତି ହେବା ଅସମ୍ଭବ। ଏହାର ସମାଧାନ ପାଇଁ କୌଣସି ରାସ୍ତା ନାହିଁ ବୋଲି ଋଷ ଅନୁଭବ କରୁଛି । କିନ୍ତୁ ଉତ୍ତେଜନା ହ୍ରାସ ପାଇବା ଉଚିତ। କାରଣ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପୁତିନ ଏବଂ ମାକ୍ରନଙ୍କ ମଧ୍ୟରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ପୁତିନ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ୟୁରୋପୀୟ ଦେଶ ଆପେଆପେ ଋଷି ସହ ଯୁଦ୍ଧ ମଧ୍ୟକୁ ଟାଣି ହୋଇଯିବେ। ଋଷ ଏବଂ ନାଟୋର ସାମରିକ କ୍ଷମତା ନିଶ୍ଚିତ ଅତୁଳନୀୟ। ଏହା ଋଷି ଅନୁଭବ କରୁଛି। କିନ୍ତୁ ଋଷ ଏକ ପ୍ରମୁଖ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର। ଆଧୁନିକ ଅସ୍ତ୍ରଶସ୍ତ୍ରରେ ଅନେକ ଦେଶକୁ ପଛରେ ପକାଇପାରେ। ଏଥରେ କେହି ଜିତିବେ ନାହିଁ । କିନ୍ତୁ ଇଚ୍ଛା ନଥିଲେ ବି କିଛି ଦେଶ ଏହି ଯୁଦ୍ଧରେ ସାମିଲ ହୋଇଯିବେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର