ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଉତ୍ତରପ୍ରଦେଶରେ ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ ! ଭିଡିଓ ଭାଇରାଲ୍

The Sakala Picture
Published On

କାନପୁର: ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ […]

କାନପୁର: ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ଅପରପକ୍ଷରେ ଘଟଣା ନେଇ କାନପୁର ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି କି, ଫଟୋରେ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ଗାଁର । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଟାଣିବାରୁ ପୋଲିସ ଜଣଙ୍କ ମହିଳାଙ୍କ ଉପରେ ପଡ଼ିଯିବା ସହ ମହିଳା ଜଣଙ୍କ ତଳେ ରହିଯାଇଥିଲେ । ମହିଳା ଜଣଙ୍କ କଲର ଛାଡ଼ିବା ପରେ ସେ ସେଠାରୁ ଚାଲିଯାଇଥିବା ଏସ୍‌ପି କହିଛନ୍ତି । ତେବେ ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଭିଡିଓର ସ୍କ୍ରିନ୍ ସର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବଂ ସଫେଇ ଦେଇ ଲେଖିଛନ୍ତି ଯେ, ଥାନା କର୍ମଚାରୀ ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଅନ୍ୟ ଯୁବକଙ୍କ ସହାୟତାରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଦ୍ୱାରା ସେହି ଯୁବକଙ୍କୁ କାବୁ କରି ଥାନାକୁ ନିଆଯାଇଥିଲା । ଏହା ପରେ ସେହି ଯୁବକଙ୍କ ଆତ୍ମୀୟ ପରିଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଥିଲେ ଏବଂ ଯୁବକଙ୍କୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କୁ ଟଣାଓଟରା କରିବାରୁ ଉଭୟ ତଳେ ପଡ଼ିଯାଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓର କେବଳ ଏକ ସ୍କ୍ରିନ ସର୍ଟ ନେଇ ଭାଇରାଲ୍ କରିବା ଦୁଃଖଦ ଘଟଣା ବୋଲି କାନପୁର ପୋଲିସ କହିଛି ।

18 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର