ଅସ୍ଥିର ବାଂଲାଦେଶ: ସଙ୍କଟରେ ଭାରତର ବାଣିଜ୍ୟ କାରବାର, ଚିନ୍ତାରେ ରପ୍ତାନିକାରୀ

The Sakala Picture
Published On

ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ […]

ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି, ଅଟୋ ମୋବାଇଲ ଏବଂ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବାବେଳେ ଝୋଟ ଏବଂ ମାଛ ଭଳି ସାମଗ୍ରୀ ଆମଦାନୀ କରିଥାଏ। ପଡୋଶୀ ଦେଶରେ ଏହି ଅସ୍ଥିରତା ବ୍ୟାବସାୟିକ କାରବାର ଦୃଷ୍ଟିରୁ ଭାରତ ପାଇଁ ଶୁଭଙ୍କର ନୁହେଁ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ବାଂଲାଦେଶରେ ଏଭଳି ସ୍ଥିତି ଯୋଗୁ ଭାରତର ବାଣିଜ୍ୟ କାରବାର ଏବେ ସଙ୍କଟରେ ପଡିଛି। ବିଶେଷକରି ଭାରତର ସୁନା କାରବାର ଗୁରୁତର ଭାେବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବର୍ତ୍ତମାନର ପରିସ୍ଥିତିରେ ବାଂଲାଦେଶର ତିସ୍ତା ନଦୀ ଜଳ ପ୍ରକଳ୍ପରେ ଚାଇନା ଏହି ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିବ। କାରଣ ବାଲାଂଦେଶ ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତ୍ରୀ ଖଲିଦା ଜିଆଙ୍କ ଜେଲ୍ରୁ ମୁକ୍ତ କରିଛନ୍ତି। ଖଲିଦା ହେଉଛନ୍ତି ବାଲାଂଦେଶ ନ୍ୟାସନାଲ ପାର୍ଟି(ବିଏନ୍ପି)ର ଅଧ୍ୟକ୍ଷା। ଅପରପକ୍ଷେ ଶେଖ୍ ହସିନାଙ୍କ ଦଳ ଭାରତକୁ ସମର୍ଥନ କରୁଥିବାବେଳେ ଖଲିଦାଙ୍କ ଦଳ ଏବେ ଭାରତ ପ୍ରତି ସେହି ସମର୍ଥନ ଜାରି ରଖିବା ସମ୍ଭାବନା କମ୍। ଅପରପକ୍ଷେ ୧ ବିଲିୟନ୍ ଡଲାରର ତିସ୍ତା ନଦୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ପ୍ରସ୍ତୁତ ରହିଛି କିନ୍ତୁ ବାଲାଂଦେଶ ଚାହୁଁଛି ଭାରତ ଏହି ପ୍ରକଳ୍ପ ନିର୍ମାଣ କରୁ, ଯାହା ହସିନା କହିଥିଲେ। ହେଲେ ବର୍ତ୍ତମାନ ଦେଶରେ ଯାହା ସ୍ଥିତି ସେ କ୍ଷେତ୍ରରେ ଚାଇନା ଏହି ସୁଯୋଗର ଫାଇଦା ନେଇ ପ୍ରକଳ୍ପ ହାତେଇବାକୁ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାଜିଲ ପରେ ଭାରତ ହେଉଛି ବାଂଲାଦେଶକୁ ଦ୍ୱିତୀୟ ବୃହତ୍ତମ କପା ଯୋଗାଣକାରୀ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ବୟନଶିଳ୍ପ କମ୍ପାନୀଗୁଡିକ ବାଂଲାଦେଶ ବଜାରର ସମ୍ପୂର୍ଣ୍ଣ ବ୍ୟବହାର କରିଛନ୍ତି; କିନ୍ତୁ ବର୍ତ୍ତମାନର ସ୍ଥିତି ଏହି ଆଶାକୁ ମଉଳାଇ ଦେଇଛି। ଗତ ମାସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିଲେ। ସେଥିରେ କେବଳ ପ୍ରତିରକ୍ଷା କ୍ଷେତ୍ରରେ ୧୦ଟି ଏମ୍ଓୟୁ ରହିଥିଲା। ଏହି ଏମ୍ଓୟୁଗୁଡିକ ବ୍ଲୁ ଇକୋନୋମି ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ଯୁଗ୍ମ ଗବେଷଣା, ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ ସବୁଜ ସହଯୋଗିତା,ମହାକାଶ ଟେକ୍ନୋଲୋଜି ବିପର୍ଯ୍ୟୟ ପ୍ରଶମନ ଏବଂ ପ୍ରତିରକ୍ଷା ଆଦି କ୍ଷେତ୍ରରେ ସ୍ବାକ୍ଷର କରାଯାଇଥିଲା। ଉଭୟ ଦେଶ ଭିତ୍ତିଭୂମି, ସୁଯୋଗ ଏବଂ ଶକ୍ତି କ୍ଷେତ୍ରରେ ପରସ୍ପରର ସହଯୋଗିତା ବଢ଼ାଇବାକୁ ସମ୍ମତି ରଖିଛନ୍ତି। ଏବେ ବାଲାଂଦେଶରେ ଦେଖାଦେଇଥିବା ସ୍ଥିତି ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଆଶଙ୍କା ମଧ୍ୟକୁ ଠେଲିଦେଇଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବାଂଲାଦେଶର ମନା

ଘରୋଇ ରପ୍ତାନିକାରୀମାନେ ସୋମବାର ବାଂଲାଦେଶରେ ହୋଇଥିବା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପ୍ରଭାବ ପକାଇବ। ରପ୍ତାନିକାରୀମାନେ ଆଶା କରୁଛନ୍ତି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇପାରେ। ରପ୍ତାନିକାରୀଙ୍କ ଅନୁଯାୟୀ, ବୈଦେଶିକ ମୁଦ୍ରା ଅଭାବ ହେତୁ ସେମାନେ ବାଂଲାଦେଶକୁ ରପ୍ତାନିରେ ବାଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭାରତୀୟ ରପ୍ତାନିକାରୀ ସଂଗଠନ (ଏଫ୍ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି, ବାଂଲାଦେଶରେ ସଙ୍କଟ ହେତୁ ଆମେ କିଛି ବ୍ୟାଘାତର ସମ୍ମୁଖୀନ ହେଉଛୁ, କିନ୍ତୁ ଆଶା କରୁଛୁ ଯେ ପରିସ୍ଥିତି ଶୀଘ୍ର ସମାଧାନ ହେବ ଏବଂ ବାଣିଜ୍ୟ ନେଇ କୌଣସି ସମସ୍ୟା ରହିବନାହିଁ।

06 Aug 2024 By The Sakala

ଅସ୍ଥିର ବାଂଲାଦେଶ: ସଙ୍କଟରେ ଭାରତର ବାଣିଜ୍ୟ କାରବାର, ଚିନ୍ତାରେ ରପ୍ତାନିକାରୀ

ନୂଆଦିଲ୍ଲୀ: ବାଂଲାଦେଶରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ଭାରତର ବାଣିଜ୍ୟ କାରବାର ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। କାରଣ ଦକ୍ଷିଣ ଏସିଆରେ ଭାରତ ହେଉଛି ବାଂଲାଦେଶର ବୃହତ୍ ବାଣିଜ୍ୟିକ ସହଯୋଗୀ। ଏସିଆ ମହାଦେଶରେ ଭାରତ ହେଉଛି ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ଭାଗିଦାର। ଭାରତ-ବାଲାଂଦେଶ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୨.୯ ବିଲିୟନ୍ ଡଲାର। ରପ୍ତାନି ଦୃଷ୍ଟିରୁ ବାଂଲାଦେଶ ଭାରତର ୮ମ ରପ୍ତାନୀ ସହଯୋଗୀ। ବାଲାଂଦେଶକୁ ଭାରତର ରପ୍ତାନି ୯.୫ ବିଲିୟନ୍ ଡଲାର ରହିଛି। ଏହାଛଡା ଭାରତ ବାଂଲାଦେଶକୁ କପା, ଯନ୍ତ୍ରପାତି, ଅଟୋ ମୋବାଇଲ ଏବଂ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବାବେଳେ ଝୋଟ ଏବଂ ମାଛ ଭଳି ସାମଗ୍ରୀ ଆମଦାନୀ କରିଥାଏ। ପଡୋଶୀ ଦେଶରେ ଏହି ଅସ୍ଥିରତା ବ୍ୟାବସାୟିକ କାରବାର ଦୃଷ୍ଟିରୁ ଭାରତ ପାଇଁ ଶୁଭଙ୍କର ନୁହେଁ।

ବାଂଲାଦେଶରେ ଏଭଳି ସ୍ଥିତି ଯୋଗୁ ଭାରତର ବାଣିଜ୍ୟ କାରବାର ଏବେ ସଙ୍କଟରେ ପଡିଛି। ବିଶେଷକରି ଭାରତର ସୁନା କାରବାର ଗୁରୁତର ଭାେବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ବର୍ତ୍ତମାନର ପରିସ୍ଥିତିରେ ବାଂଲାଦେଶର ତିସ୍ତା ନଦୀ ଜଳ ପ୍ରକଳ୍ପରେ ଚାଇନା ଏହି ସୁଯୋଗର ଫାଇଦା ନେବାକୁ ଚେଷ୍ଟା କରିବ। କାରଣ ବାଲାଂଦେଶ ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତ୍ରୀ ଖଲିଦା ଜିଆଙ୍କ ଜେଲ୍ରୁ ମୁକ୍ତ କରିଛନ୍ତି। ଖଲିଦା ହେଉଛନ୍ତି ବାଲାଂଦେଶ ନ୍ୟାସନାଲ ପାର୍ଟି(ବିଏନ୍ପି)ର ଅଧ୍ୟକ୍ଷା। ଅପରପକ୍ଷେ ଶେଖ୍ ହସିନାଙ୍କ ଦଳ ଭାରତକୁ ସମର୍ଥନ କରୁଥିବାବେଳେ ଖଲିଦାଙ୍କ ଦଳ ଏବେ ଭାରତ ପ୍ରତି ସେହି ସମର୍ଥନ ଜାରି ରଖିବା ସମ୍ଭାବନା କମ୍। ଅପରପକ୍ଷେ ୧ ବିଲିୟନ୍ ଡଲାରର ତିସ୍ତା ନଦୀ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ପ୍ରସ୍ତୁତ ରହିଛି କିନ୍ତୁ ବାଲାଂଦେଶ ଚାହୁଁଛି ଭାରତ ଏହି ପ୍ରକଳ୍ପ ନିର୍ମାଣ କରୁ, ଯାହା ହସିନା କହିଥିଲେ। ହେଲେ ବର୍ତ୍ତମାନ ଦେଶରେ ଯାହା ସ୍ଥିତି ସେ କ୍ଷେତ୍ରରେ ଚାଇନା ଏହି ସୁଯୋଗର ଫାଇଦା ନେଇ ପ୍ରକଳ୍ପ ହାତେଇବାକୁ ଚେଷ୍ଟା କରିବ।

ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାଜିଲ ପରେ ଭାରତ ହେଉଛି ବାଂଲାଦେଶକୁ ଦ୍ୱିତୀୟ ବୃହତ୍ତମ କପା ଯୋଗାଣକାରୀ। ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ବୟନଶିଳ୍ପ କମ୍ପାନୀଗୁଡିକ ବାଂଲାଦେଶ ବଜାରର ସମ୍ପୂର୍ଣ୍ଣ ବ୍ୟବହାର କରିଛନ୍ତି; କିନ୍ତୁ ବର୍ତ୍ତମାନର ସ୍ଥିତି ଏହି ଆଶାକୁ ମଉଳାଇ ଦେଇଛି। ଗତ ମାସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିଲେ। ସେଥିରେ କେବଳ ପ୍ରତିରକ୍ଷା କ୍ଷେତ୍ରରେ ୧୦ଟି ଏମ୍ଓୟୁ ରହିଥିଲା। ଏହି ଏମ୍ଓୟୁଗୁଡିକ ବ୍ଲୁ ଇକୋନୋମି ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ଯୁଗ୍ମ ଗବେଷଣା, ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ ସବୁଜ ସହଯୋଗିତା,ମହାକାଶ ଟେକ୍ନୋଲୋଜି ବିପର୍ଯ୍ୟୟ ପ୍ରଶମନ ଏବଂ ପ୍ରତିରକ୍ଷା ଆଦି କ୍ଷେତ୍ରରେ ସ୍ବାକ୍ଷର କରାଯାଇଥିଲା। ଉଭୟ ଦେଶ ଭିତ୍ତିଭୂମି, ସୁଯୋଗ ଏବଂ ଶକ୍ତି କ୍ଷେତ୍ରରେ ପରସ୍ପରର ସହଯୋଗିତା ବଢ଼ାଇବାକୁ ସମ୍ମତି ରଖିଛନ୍ତି। ଏବେ ବାଲାଂଦେଶରେ ଦେଖାଦେଇଥିବା ସ୍ଥିତି ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ଆଶଙ୍କା ମଧ୍ୟକୁ ଠେଲିଦେଇଛି।

ଘରୋଇ ରପ୍ତାନିକାରୀମାନେ ସୋମବାର ବାଂଲାଦେଶରେ ହୋଇଥିବା ସଙ୍କଟକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଏହି ଘଟଣା ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପ୍ରଭାବ ପକାଇବ। ରପ୍ତାନିକାରୀମାନେ ଆଶା କରୁଛନ୍ତି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇପାରେ। ରପ୍ତାନିକାରୀଙ୍କ ଅନୁଯାୟୀ, ବୈଦେଶିକ ମୁଦ୍ରା ଅଭାବ ହେତୁ ସେମାନେ ବାଂଲାଦେଶକୁ ରପ୍ତାନିରେ ବାଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଭାରତୀୟ ରପ୍ତାନିକାରୀ ସଂଗଠନ (ଏଫ୍ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି, ବାଂଲାଦେଶରେ ସଙ୍କଟ ହେତୁ ଆମେ କିଛି ବ୍ୟାଘାତର ସମ୍ମୁଖୀନ ହେଉଛୁ, କିନ୍ତୁ ଆଶା କରୁଛୁ ଯେ ପରିସ୍ଥିତି ଶୀଘ୍ର ସମାଧାନ ହେବ ଏବଂ ବାଣିଜ୍ୟ ନେଇ କୌଣସି ସମସ୍ୟା ରହିବନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର