ଟିକା ନେବା ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ

The Sakala Picture
Published On

ବାରାବାଙ୍କୀ : କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳିଛି । ଦେଶରେ କରୋନା ଟିକା ନମିଳିବାକୁ ନେଇ ହଲ୍ଲା ପଡିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହାକୁ ଶୁଣିଲେ ଯେକେହି ତାଜୁବ ହେବ । ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ଗୋଟିଏ ଗାଁକୁ କରୋନା ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଯାଇଥିଲେ । କିନ୍ତୁ ଟିକାକରଣ ଟିମକୁ ଦେଖି ଲୋକ ଡରି ଯାଇଥିଲେ ଓ ସରଯୁ ନଦୀକୁ […]

ବାରାବାଙ୍କୀ : କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳିଛି । ଦେଶରେ କରୋନା ଟିକା ନମିଳିବାକୁ ନେଇ ହଲ୍ଲା ପଡିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହାକୁ ଶୁଣିଲେ ଯେକେହି ତାଜୁବ ହେବ । ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ଗୋଟିଏ ଗାଁକୁ କରୋନା ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଯାଇଥିଲେ । କିନ୍ତୁ ଟିକାକରଣ ଟିମକୁ ଦେଖି ଲୋକ ଡରି ଯାଇଥିଲେ ଓ ସରଯୁ ନଦୀକୁ ଡେଇଁ ପଡିଥିଲେ । ଗାଁ ଲୋକଙ୍କ ଏଭଳି ଅଜବ କାଣ୍ଡକୁ ଦେଖି ସ୍ୱାସ୍ଥ୍ୟକର୍ମୀ ତାଜୁବ ହୋଇଥିଲେ । ଗ୍ରାମବାସୀଙ୍କୁ ନଦୀ ଭିତରୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ ବି ସେମାନେ ମାନି ନଥିଲେ । ଏହାପରେ ଉପ ଜିଲ୍ଲା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଉପ ଜିଲ୍ଲା ଅଧିକାରୀ ରାଜୀବ ଶୁକ୍ଳା ଓ ନୋଡାଲ ଅଧିକାରୀ ରାହୁଲ ତ୍ରିପାଠୀ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ , ସେମାନଙ୍କୁ ଟିକାର ଉପକାରିତା ବାବଦରେ ବୁଝାଇବା ସହ ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଏସବୁ ବୁଝିବାକୁ ନାରାଜ । ଶେଷରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଲୋକ ଟିକା ନେବାକୁ ରାଜି ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର